Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିଜିଲାନ୍ସ ହାତରେ ନାରାୟଣ ପାଟଣାର ପୂର୍ବତନ ବିଡ଼ିଓ

ନାରାୟପାଟଣା୨୧/୦୮ବହୁ ପ୍ରତିକ୍ଷିତ ନାରାୟଣପାଟଣା ବ୍ଲକରେ ହୋଇଥିବା ଲକ୍ଷାଧିକ ଟଙ୍କା ଘୋଟାଲାର ପରଦା ଫାସ୍ କରିଛି ଭିଜିଲାନ୍ସ ଟିମ୍।ଏଥିରେ ସମ୍ପୃକ୍ତ ଥିବା ମାଷ୍ଟର ମାଇଣ୍ଡ ଆଜି ଭିଜିଲାନ୍ସ ହାତରେ ଧରା ପଡିଛି।ଏହି ଘୋଟାଲାରେ ସମ୍ପୃକ୍ତ ଥିବା କିଛି ପଂଚାୟତ ନିର୍ବାହୀ ଅଧିକାରୀ ମାନେ ଆତ୍ମ ସାତ୍ ଟଙ୍କା ପୈଠ କରି ନିଜର ଚାକିରି ଜୀବନରୁ ବର୍ତ୍ତି ଯାଇଥିବା ବେଳେ ପୂର୍ବତନ ବିଡ଼ିଓ ଏଥିରେ ଗିରଫ ହୋଇଥିବା ଅଞ୍ଚଳ ବାସୀଙ୍କୁ ବେଶ୍ ଖୁରାକ ଯୋଗାଇଛି।
ପ୍ରକାଶ ଥାଉକି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ର ପୂର୍ବତନ ବିଡ଼ିଓ ରମେଶ ସାହୁଙ୍କୁ ୨୦୧୪ ମସିହାରେ ନାରାୟଣ ପାଟଣା ବ୍ଲକ୍ ର ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଆସିଥିବା ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାଙ୍କୁ ଆଜି ଦିଲ୍ଲୀରୁ ଗିରଫ କରିଛି।୨୦୧୪ ମସିହାରେ ବ୍ଲକର ପଇସା ଆତ୍ମସାତ କରିବା ଅଭିଯୋଗରେ ବିଡ଼ିଓ ଶ୍ରୀଯୁକ୍ତ ସାହୁ ଓ ସଂପୃକ୍ତ ପିଇଓ ମାନଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ହେଲେ ସଂପୃକ୍ତ ପିଇଓ ମାନେ ଜେତେକ ଟଙ୍କା ଆତ୍ମ ସାତ୍ କରିଥିଲେ ସେତକ ଟଙ୍କା ପୈଠ କରି ଦୋଷ ମୁକ୍ତ ହେଇଥିଲା ବେଳେ ବିଡ଼ିଓ କିନ୍ତୁ କୌଣସି ଟଙ୍କା ପୈଠ ନକରି କେଉଁ ଆଡେ଼ ଉଭାନ ହେଇ ଯାଇଥିଲେ।ସିଏ କୁଆଡେ ରାଜ୍ୟ ବାହାରେ ଆତ୍ମଗୋପନ କରି ରହୁଥିବା ଶୁଣିବାକୁ ମିଳିଥିବା ବେଳେ ଦୀର୍ଘ ନଅ ବର୍ଷ ପରେ ଆଜି ସିଏ ଭିଜିଲାନ୍ସ ହାତରେ ଧରା ପଡିଥିବା ଜଣା ପଡିଛି।ପ୍ରକାଶ ଥାଉକି ୨୦୧୦ ରୁ ୨୦୧୪ ପର୍ଯ୍ୟନ୍ତ ୪ ବର୍ଷ ଧରି ସିଏ ନାରାୟଣ ପାଟଣା ବ୍ଲକ୍ ରେ ବିଡ଼ିଓ ଭାବେ କାର୍ଯ୍ୟ କରୁଥିଲେ।ସେହି ସମୟରେ ବ୍ଲକ୍ ର ଉନ୍ନୟନ ମୂଳକ କାର୍ଯ୍ୟର ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଆତ୍ମସାତ କରି ଫେରାର ହୋଇ ଯାଇ ଥିବାରୁ ତାଙ୍କୁ ପଳାତ୍ତକ ଘୋଷଣା କରା ଯାଇଥିଲା। ନଅ ବର୍ଷ ଧରି ସିଏ ଲୁଚିକି ରହୁଥିବା ବେଳେ ଆଜି ଓଡ଼ିଶା ଭିଜିଲାନ୍ସ ତାଙ୍କୁ ଦିଲ୍ଲୀରୁ ଗିରଫ କରି କୋର୍ଟରେ ହାଜର ପରେ ଟ୍ରାଞ୍ଜିଟ ରେ ଓଡିଶା ଆଣୁ ଥିବା ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ