Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାରାୟଣ ପାଟଣାରେ ମାଓ ପୋଷ୍ଟର

ନାରାୟଣପାଟଣା.୨୨l୦୮।୨୩ କୋରାପୁଟ ଜିଲ୍ଲା ନାରାୟଣ ପାଟଣା ବ୍ଲକ କୁମ୍ଭାରୀ ପଞ୍ଚାୟତର ଚିନ୍ତାଗୁଡା ଠାରେ ପ୍ରସ୍ତାବିତ ଜଳସେଚନ ପ୍ରକଳ୍ପ କୁ ବିରୋଧ କରି ମାଓବାଦୀ ମାନଙ୍କ ତରଫରୁ ପୋଷ୍ଟର ମରା ଯାଇଛିIଦୀର୍ଘ ବର୍ଷର ବ୍ୟବଧାନ ପରେ ବ୍ଲକରେ ପୋଷ୍ଟର ଲଗାଇ ମାଓବାଦୀ ମାନେ ନିଜର ଉପସ୍ଥିତ ଜାହିର କରିଥିବା ବେଳେ ଅଞ୍ଚଳରେ ଏବେ ଭୟର ବାତା ବରଣ ଖେଳି ଜାଇଛି।ଚିନ୍ତାଗୁଡ଼ା ଠାରେ ଖଞ୍ଜାବତି ନଦୀ ଉପରେ ନିର୍ମାଣ ହେବାକୁ ଯାଉଥିବା ଦେଢ଼ ସହ କୋଟିର ଏକ ଚେକ୍ ଡେମ୍ କୁ ବିରୋଧ କରି ଏକ ନାଲି କପଡ଼ାରେ ସିପିଆଇ କମ୍ୟୁନିଷ୍ଟ ପାର୍ଟି ଶ୍ରୀକାକଲମ ଡିଭିଜନ ନାମରେ ମାଓ ପୋଷ୍ଟର ଲଗା ଯାଇଥିବା ଦେଖିବାକୁ ମିଳିଛି।
ସାବଧାନ ଏ ନଦୀ ଜଙ୍ଗଲ,ଜମି ଆମ ଆଦିବାସୀ ମାନଙ୍କର।ଏଥିରେ ସରକାରଙ୍କ ହସ୍ତକ୍ଷେପ ବର୍ଦାସ୍ତ କରିବୁ ନାହିଁ,ଝଞ୍ଜାବତି ନଦୀ ଉପରେ ଚେକ୍ ଡେମ୍ କରାଇ ଦେବୁ ନାହିଁ ବୋଲି ଉଲ୍ଲେଖ ଥିବା ବେଳେ ସବୁ ଲୋକ ପ୍ରତିନିଧି ମାନଙ୍କୁ ମଧ୍ୟ ସାବଧାନ ରହିବାକୁ ଜଣା ଯାଇଛି।ଖବର ଲେଖା ହେବା ସୁଧା ଘଟଣା ସ୍ଥଳରେ ପୋଲିସ ପହଞ୍ଚି ନଥିବା ବେଳେ ଆଜିର ଘଟଣାଟି ଅସଲି ମାଓବାଦୀଙ୍କର ନା ନକଲି ମାଓବାଦୀଙ୍କର ତାହା ଏଯାଏଁ ସ୍ପଷ୍ଟ ହୋଇ ପାରିନି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ