Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରିନ୍ସ ଡେନ୍ସ ଗୃପର ୧୪ତମ ବିଜୟୀ ବାର୍ଷିକ ଉତ୍ସବ ପାଳନ

ଗୋପାଳପୁର ୨୨/୮ ଗୋପାଳପୁର ସ୍ଥିତ ଆର୍ଟ କଲେଜରେ ଆଜି ସନ୍ଧ୍ୟାରେ ପ୍ରିନ୍ସ ଡେନ୍ସ ଗୃପର ୧୪ତମ ବିଜୟୀ ବାର୍ଷିକ ଉତ୍ସବ ପାଳନ ହୋଇଥିଲା l ପ୍ରିନ୍ସ ଡେନ୍ସ ଗୃପର ମୁଖ୍ୟତଥା ପ୍ରତିଷ୍ଠାତା ଟି. କ୍ରୀଷ୍ଣା ମୋହନ ରେଡିଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ ଯୋଗ ଦେଇ ଏହି ଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ପ୍ରିନ୍ସ ଡେନ୍ସ ଗୃପ ଗଞ୍ଜାମ ଜିଲ୍ଲା ନୁହଁ ଆମ ଭାରତ ବର୍ଷର ଗୌରବ ରଖିଥିବା କହିଥିଲେ l ସମ୍ମାନିତ ଅତିଥି ଭାବେ ଏନ ଏ ସି ଅଧକ୍ଷ ଏ. ଜାନକୀ ରାମ, ଉପାଧ୍ୟକ୍ଷା ବି. ଉମା, ଶ୍ଵାସ୍ତି ହୋଟେଲ ଜେନେରାଲ ମେନେଜର ଅରୁଣ ରୟ ଯୋଗ ଦେଇ ପ୍ରିନ୍ସ ଡେନ୍ସ ଗୃପର ଗୁଣଗାନ କରିଥିଲେ l ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ଥିବା ସମସ୍ତ ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଜେପି ମଣ୍ଡଳ ସଭାପତି ପଞ୍ଚୁ ବେହେରା, କାଉନସିଲର ଓ ବହୁ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories