Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆପତ୍ତି ଜନକ ପୋଷ୍ଟ କରି ଜେଲ ଗଲେ ଏନଏସି କର୍ମଚାରୀ

ଖଡ଼ିଆଳ : ସୋସିଆଲ ମିଡ଼ିଆରେ ହିନ୍ଦୁ ଦେବଦେବୀଙ୍କୁ ନେଇ ଆପତ୍ତିଜନକ ପୋଷ୍ଟକୁ ନେଇ ଗତକାଲି ଖଡ଼ିଆଳ ଥାନା ଓ ଏନଏସି କାର୍ଯ୍ୟାଳୟ ଘେରାଉ କରିଥିଲେ ବିଭିନ୍ନ ହିନ୍ଦୁ ସଂଗଠନ l ଖଡ଼ିଆଳ ସହରର ମହମ୍ମଦ ଆସିଫ ରାଜୁ ନାମକ ଜଣେ ମୁସଲିମ ବ୍ୟକ୍ତି ଫେସବୁକରେ ହିନ୍ଦୁ ବିରୋଧି ପୋଷ୍ଟ କରିଥିବା ଅଭିଯୋଗ କରି ବିଭିନ୍ନ ହିନ୍ଦୁ ସଂଗଠନର ଶତାଧିକ ସଦସ୍ୟ ଖଡ଼ିଆଳ ଥାନା ଓ ଏନଏସି କାର୍ଯ୍ୟାଳୟ ଘେରାଉ କରିବା ସହ ଆଜି ଖଡ଼ିଆଳ ବନ୍ଦ ପାଳନ କରିଥଲେ। ଏହି ଘଟଣାକୁ ନେଇ ପୋଲିସ ଅଭିଯୁକ୍ତ ମହମ୍ମଦ ଆସିଫ ରାଜୁଙ୍କୁ ଅଟକ ରଖିଥିବା ବେଳେ ଆଜି କୋର୍ଟ ଚାଲାଣ କରାଯାଇଥିବା ନେଇ ଖଡ଼ିଆଳ ଏସଡିପିଓ ଅରୂପ ଅଭିଷେକ ବେହେରା ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ