Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିକ୍ଷକ ବଦଳିକୁ ନେଇ ଅଭିଭାବକଙ୍କ ମହଲରେ ଅସନ୍ତୋଷ ,ସ୍କୁଲରେ ତାଲା ପକାଇ କଲେ ପ୍ରତିବାଦ..

ଲକ୍ଷ୍ମୀପୁର.୨୩।୦୮ ଲକ୍ଷ୍ମୀପୂର ବ୍ଲକ କୁସୁମଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁଟୁଣିପଦର୍ ପ୍ରାଥମିକ ବିଦ୍ୟାଳୟ ରେ ଜଣେ ଶିକ୍ଷକ ଙ୍କ ବଦଳି କୁ ନେଇଁ ବିଦ୍ୟାଳୟ ରେ ତାଲା ପକାଇ ଥିଲେ ଅଭିଭାବକ…
ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀଙ୍କ ସଂଖ୍ୟା ୫୨  ଜଣ ଥିବା ବେଳେ ତିନି ଜଣ ଶିକ୍ଷକ ରହିଥିଲେ ।ସେଥି ମଧ୍ୟରୁ ସୁବ୍ରତ କୁମାର ଶ୍ରୀ ଚନ୍ଦନ ରାୟ ନାମକ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ହୋଇଥିବାରୁ ଗ୍ରାମବାସୀ ବିରୋଧ କରି ବିଦ୍ୟାଳୟ ଗେଟରେ ତାଲା ପକାଇଥିଲେ,,, ଏହି ବିଦ୍ୟାଳୟରେ ତିନିଜଣ ଶିକ୍ଷକ ରହି ପିଲାଙ୍କୁ ଶିକ୍ଷା ପ୍ରଦାନ କରୁଥିବା ବେଳେ କଣ ପାଇଁ ସେଥିରୁ ଜଣଙ୍କୁ ବଦଳି କରା ଯାଇଛି,ଆମେ ଶିକ୍ଷକ ଙ୍କୁ ଛାଡ଼ିବୁ ନାହିଁ ,ତାଙ୍କ ବଦଳି ବାତିଲ କରାଯାଉ ବୋଲି କହି ଗ୍ରାମ ବାସି ମାନେ ମଙ୍ଗଳବାର ଓ ବୁଧବାର ଦୁଇ ଦିନ ତାଲା ପକାଇ ଥିବାରୁ ପାଠ ପଢାରେ ବାଧା ସୃଷ୍ଟି ହେବା ଦେଖି ଆଜି ଅପରାହ୍ନ ରେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ମାନସ ରଞ୍ଜନ ମୁଖାର୍ଜୀ ପହଞ୍ଚି ଗ୍ରାମବାସୀ ଙ୍କ ସହ ଆଲୋଚନା କରିଥିଲେ,, ପରେ ସୁବିଧା ଦେଖି ତୁରନ୍ତ  ଶିକ୍ଷକଙ୍କୁ ଫେରାଇ ଅଣାଯିବ ନଚେତ ଅନ୍ୟ ଜଣେ ଶିକ୍ଷକ ଙ୍କୁ ଦିଆଯିବା ର ବ୍ୟବସ୍ତା କରାଯିବ ବୋଲି କହିବା ପରେ ବିଦ୍ୟାଳୟ ଖୋଲାଯାଇଥିଲା ।ଅନ୍ୟ ପକ୍ଷରେ ନିୟମ ଅନୁଯାୟୀ ତିରିଶି  ଜଣ ପିଲାଙ୍କୁ ଜଣେ ଶିକ୍ଷକ ଓ ତେପନଜଣ ଛାତ୍ର ଛାତ୍ରୀ ଙ୍କ ସକାଶେ ଦୁଇ ଜଣ ହିଁ ରହିବା କଥା,ହେଲେ ଏଠି ଆବଶ୍ୟକତା ଠାରୁ  ଜଣେ ଶିକ୍ଷକ ଅଧିକ ଥିବା ବେଳେ ବଡ଼ନେର୍କା ବିଦ୍ୟାଳୟ ଠାରେ ୭୦ରୁ ଅଧିକ ପିଲାଙ୍କ ପାଇଁ ମାତ୍ର ଦୁଇଜଣ ଶିକ୍ଷକ ଥିବାରୁ ତାଙ୍କୁ  ବଡନେର୍କା ସ୍କୁଲ କୁ ନିଆ ଯାଇଥିବା ବିଇଓ କୈଳାସ ଚନ୍ଦ୍ର ବେହେରା କହିଛନ୍ତି..କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକରେ ଶିକ୍ଷାର ବିକଳ ଚିତ୍ର  ଏଠି ଦେଖିବାକୁ ମିଳିଛି।ଏହି ବ୍ଲକରେ କେତେବେଳେ ଶିକ୍ଷକ ମାନେ ବିଦ୍ୟାଳୟ ପାଦ ମାଡୁ ନାହାନ୍ତିତ କେଉଁଠି ଶିକ୍ଷକ ପାଠ ପଢା ସ୍ଥାନ ରେ ରାଜନୀତି କରି ବୁଲୁଛନ୍ତି।କେଉଁଠି କିଛି ଶିକ୍ଷକ  ବ୍ୟବସାୟ ରେ ମାତିଛନ୍ତି ତ କିଛି ମିଛ ବାହାନାରେ ସ୍ୱାସ୍ଥ୍ୟ ସମସ୍ୟା ଆଳରେ ଛୁଟି ନେଇ ଘରେ ରହୁଛନ୍ତି।କେତେକ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ଠୁ ଶିକ୍ଷକଙ୍କ ସଂଖ୍ୟା ଅଧିକ ଥିବା ବେଳେ କେତେକ ବିଦ୍ୟାଳୟରେ ଶିକ୍ଷକଙ୍କ ଠାରୁ ଛାତ୍ର ଛାତ୍ରୀଙ୍କ ସଂଖ୍ୟା ଅଧିକ ରହୁଛି।ଯେଉଁ ଥି ପାଇଁକି ବ୍ଲକ ର କିଛି ସ୍କୁଲ ରେ ଶିକ୍ଷା ବ୍ୟବସ୍ଥା ପୁରା ଭୁଶୁଡ଼ି ବାରେ ଲାଗିଛି।ବିଶେଷ କରି ଦୁର୍ଗମ ଅଞ୍ଚଳରେ ଥିବା ଅଧିକାଂଶ ବିଦ୍ୟାଳୟ ଗୁଡ଼ିକ ଠିକ୍ ଭାବେ ଚାଲୁ ନଥିବା ବେଳେ ସମୟ ରେ ବିଦ୍ୟାଳୟ ନଯିବା ଓ ନିର୍ଧାରିତ ସମୟ ଠାରୁ ଆଗରୁ ମଧ୍ୟ କିଛି ଶିକ୍ଷକ ଆସିଯାଉଥିବା ଦେଖିବା କୁ ମିଳୁଛି….ଅନ୍ୟ ପକ୍ଷରେ କିଛି ବିଦ୍ୟାଳୟ ରେ  ନିୟମିତ ପହଞ୍ଚି ଶିକ୍ଷାଦାନ  କରୁଥିବା ଶିକ୍ଷକ ମାନଙ୍କୁ ସରକାର ଙ୍କ ବିଭିନ୍ନ ଦାୟିତ୍ୱ କାମ କରିବାକୁ ପଡୁଥିବା ରୁ ମଧ୍ୟ ଶିକ୍ଷା ଦାନ ରେ ବାଧା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି…..

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ