Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୂର ରେ ବିଜ୍ଞାନ ଆଲୋଚନା ଚକ୍ର

ଲକ୍ଷ୍ମୀପୂର ୨୪/୦୮ .. ଲକ୍ଷ୍ମୀପୁର ସ୍ଥିତ ସାଙ୍ଗାନା ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଯାଇଅଛି। ଗୋଷ୍ଠୀ ଶିକ୍ଷାଧିକାରୀ କୈଳାଶ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ସ୍ଥାନୀୟ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଶାଖା ପ୍ରବନ୍ଧକ ରଞ୍ଜିତ ବେହେରା ଯୋଗଦେଇ ଉଦଘାଟନ କରିଥିଲେ….ସାଂଗଠାନିକ ସମ୍ପାଦକ ଭାବେ ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳଙ୍କ ତତ୍ତ୍ଵାବଧାନରେ ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ପାଠ ଚକ୍ର ପରିଚାଳନା କରିଥିଲେ। ମାଣ୍ଡିଆ, ଯୁଆର, ବାଜରା ଆଦି ମିଲେଟ୍ ଏକ ଉତ୍କୃଷ୍ଟ ଖାଦ୍ୟ ନା ଏକ ଖିଆଲ ଖାଦ୍ୟ ସନ୍ଦର୍ଭ ଉପରେ ବ୍ଲକ୍ ର ୧୪ଟି ଉଚ୍ଚ ବିଦ୍ୟାଳୟ,୪ ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ମୋଟ ୧୯ ଟି ବିଦ୍ୟାଳୟରୁ ୧୯ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।ସେମାନଙ୍କ ମଧ୍ୟରେ କକିରିଗୁମା ଉଚ୍ଚ ବିଦ୍ୟାଳୟ ର ନବମ ଶ୍ରେଣୀ ଛାତ୍ରୀ ପ୍ରୀତି ବିଶୋଇ ପ୍ରଥମ ସ୍ଥାନ ଅଧିକାର କରି ଟ୍ରଫି ଗ୍ରହଣ କରିଥିଲେ ଓ ସେ ଆସନ୍ତା ୩୧ ତାରିଖ ରେ ହେବାକୁ ଥିବା ଜିଲ୍ଳା ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।ସାଙ୍ଗନା ଉଚ୍ଚ ବିଦ୍ୟାଳୟ ର ଦଶମ ଶ୍ରେଣୀ ଛାତ୍ରୀ ଭି. ସ୍ପନ୍ଦନା ସାନ୍ତ୍ଵନା ମୁଳକ ପୁରସ୍କାର ଗ୍ରହଣ କରିଥିବା ବେଳେ ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଯାଇ ଥିଲା ।ଉକ୍ତ ପାଠ ଚକ୍ରରେ ବିଚାରକ ଭାବେ ଲକ୍ଷ୍ମୀପୁର ମହାବିଦ୍ୟାଳୟ ର ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ହେଲେନା ପ୍ରିୟଦର୍ଶିନୀ ଓ ପ୍ରାଣୀ ବିଭାଗ ଅଧ୍ୟାପକ ଯଶୋବନ୍ତ ଗରଡ଼ା ଯୋଗ ଦେଇ ମୂଲ୍ୟାୟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ମାନସ କୁମାର ମୁଖାର୍ଜୀ, ସି ଆର ସିସି କୃଷ୍ଣ ଚନ୍ଦ୍ର କୁଲଦୀପ, ସଂଜୀ କାଦ୍ରକା ଓ ପ୍ରତିଯୋଗୀ ଙ୍କ ସହ ଗାଇଡ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।ବିଜ୍ଞାନ ଶିକ୍ଷୟତ୍ରୀ ଜେଷ୍ନା ପଣ୍ଡା, ଶଙ୍କର ଗୁଡୁମ୍ବାକା,କ୍ରୀଡା ଶିକ୍ଷକ ଆଶୀର୍ବାଦ ନାୟକ ପାଠ ଚକ୍ର ପରିଚାଳନା ରେ ସହଯୋଗ କରିଥିବା ବେଳେ ନୂତନ ଚେଟ୍ଟି, ସଂଯୁକ୍ତା ତୁରୁକ୍ , ବୈଜନ୍ତି ମିନିୟାକା ସମସ୍ତ କାର୍ଯ୍ୟରେ ସାହାଯ୍ୟ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ