Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଲ୍ଲିକୋଟ ବଡ଼ ଘାଟି ରେ ଲୁଟ ଯୋଜନା ବେଳେ ପୋଲିସ କବଜାରେ ଅପରାଧୀ, ପିସ୍ତଲ, ମାଗାଯିନ, ଗୁଳି ଜବତ

ଖଲ୍ଲିକୋଟ–୨୪/୦୮–୧୬ ନମ୍ବର ଜାତୀୟ ରାଜପଥ ର ଖଲ୍ଲିକୋଟ ବଡ଼ ଘାଟି ରେ ଲୁଟ ଯୋଜନାରେ ଥିବା ଜଣେ ଅପରାଧୀ କୁ ମାଡି ବସିଲା ପୋଲିସ ।ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ବଡ଼ ଘାଟି ଉପରେ ଥିବା ବନ ଦୁର୍ଗା ମନ୍ଦିର ନିକଟରେ ଜଣେ ଯୁବକ ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିବା ଦେଖିବାକୁ ପାଇଥିଲେ ।ଜେରା ବେଳେ ସେ ଲୁଟ କରିବା ପାଇଁ ଯୋଜନା କରୁଥିବା ଜାଣିବାକୁ ପାଇଥିଲେ ।ଏହାପରେ ଉକ୍ତ ଯୁବକ କୁ ପୋଲିସ ଗିରଫ କରିବା ସହ ତାଠାରୁ ଗୋଟିଏ ପିସ୍ତଲ, ଗୋଟିଏ ମାଗାଯିନ ଓ ଦୁଇଟି ଜୀବନ୍ତ ଗୁଳି ଜବତ କରାଯାଇଥିଲା ।ଗିରଫ ଅପରାଧୀ ହେଉଛି କୁସଢ଼ିପା ଗ୍ରାମର ନରୋତ୍ତମ ଦାସ ଓରଫ ଟିଲୁ ବୋଲି ଜଣାପଡିଛି ।ଏ ସମ୍ପର୍କରେ ଖଲ୍ଲିକୋଟ ଥାନାରେ କେସ ନମ୍ବର ୫୯୯/୨୦୨୩ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି ।ଗିରଫ ଅପରାଧୀ ନରୋତ୍ତମ ବିରୋଧରେ ପୂର୍ବରୁ ଖଲ୍ଲିକୋଟ ଥାନାରେ ୧୦ ରୁ ଉର୍ଦ୍ଧ୍ବ ମାମଲା ରହିଥିବା କହିଛନ୍ତି ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories