Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ଵ ଆଥଲେଟିକ୍ସ ଚାମ୍ପିଅନସିପ ୨୦୨୩ରେ ଚମକିଲେ ଓଡ଼ିଆ ପୁଅ କିଶୋର ଜେନା, ଫାଇନାଲରେ ପ୍ରବେଶ

ନୂଆଦିଲ୍ଲୀ: ହଙ୍ଗେରୀର ବୁଡାପେଷ୍ଟରେ ଚାଲିଥିବା ବିଶ୍ଵ ଆଥଲେଟିକ୍ସ ଚାମ୍ପିଅନସିପ ୨୦୨୩ରେ ଚମକିଲେ ଓଡ଼ିଆ ପୁଅ କିଶୋର ଜେନା। ଭାଲା ଫିଙ୍ଗା ପ୍ରତିଯୋଗିତାରେ କିଶୋର ଜେନା ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛନ୍ତି। ତାଙ୍କ ସହ ଦେଶର ତାରକା ଖେଳାଳି ନୀରଜ ଚୋପ୍ରା ଓ ଡିପି ମନୁ ମଧ୍ୟ ଫାଇନାଲରେ ପ୍ରବେଶ କରିଛନ୍ତି। କିଶୋର ଜେନା ୮୦.୫୫ ମିଟର ଯାଏ ଭାଲା ଫିଙ୍ଗି ଫାଇନାଲରେ ନିଜର ସ୍ଥାନ ସୁନିଶ୍ଚିତ କରିଛନ୍ତି।

ଡିପି ମନୁ ଓ କିଶୋର ଜେନା ଯଥାକ୍ରମେ ଷଷ୍ଠ ଓ ନବମ ସ୍ଥାନ ହାସଲ କରିଛନ୍ତି। କିଶୋରଙ୍କ ବ୍ୟତୀତ ଡିପି ମନୁଙ୍କ ଶ୍ରେଷ୍ଠ ପ୍ରଦର୍ଶନ ୮୧.୩୧ ମିଟର ରହିଥିଲା। ଏହିପରି ଭାବେ ଡିପି ମନୁ ଓ କିଶୋର ଜେନାଙ୍କ ସମେତ ୧୨ ଖେଳାଳି ଫାଇନାଲରେ ପ୍ରବେଶ କରିଛନ୍ତି। ଏବେ ବିଶ୍ଵ ଚାମ୍ପିଅନସିପରେ ସ୍ଵର୍ଣ୍ଣ ପଦକ ପାଇଁ ୧୨ ଆଥଲେଟଙ୍କ ମଧ୍ୟରେ ଅଗଷ୍ଟ ୨୭ ତାରିଖ ରବିବାର ଦିନ ଲଢେଇ ଦେଖିବାକୁ ମିଳିବ। ଏଥିରେ ତିନି ଜଣ ଭାରତୀୟ ଏବଂ ଜଣେ ପାକିସ୍ତାନ ଖେଳାଳି ଅଛନ୍ତି।

ସୂଚନାଯୋଗ୍ୟ, ୨୭ ବର୍ଷୀୟ କିଶୋର ଜେନା ହେଉଛନ୍ତି ପୁରୀ ଜିଲ୍ଲାର ବାସିନ୍ଦା। ୨୦୨୩ ଜୁନରେ ଭୁବେନଶ୍ଵରରେ ଆୟୋଜିତ ନ୍ୟାସନାଲ ଚାମ୍ପିଅନସିପରେ ସେ ରୌପ୍ୟ ପଦକ ଜିତିଥିଲେ। ଚଳିତ ବର୍ଷ ଜୁଲାଇ ୩୦ରେ ଶ୍ରୀଲଙ୍କାରେ ଖେଳା ଯାଇଥିବା ପ୍ରତିଯୋଗିତାରେ ସେ ନିଜ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରି ୮୪.୩୮ ମିଟର ଯାଏ ଭାଲା ଫିଙ୍ଗିଥିଲେ। ଏହି ପ୍ରଦର୍ଶନ ବଳରେ ସେ ହଙ୍ଗେରୀର ବୁଡାପେଷ୍ଟରେ ଚାଲିଥିବା ବିଶ୍ଵ ଆଥଲେଟିକ୍ସ ଚାମ୍ପିଅନଶିପ ୨୦୨୩ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ