Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ଜଣେ ମହିଳା ହିସାବରେ ମୁଁ ନିଜକୁ ଅସୁରକ୍ଷିତ ମନେ କରୁଛି, ଯେଉଁଠି ବିଶୃଙ୍ଖଳା ହେବ ସେହି ସ୍ଥାନରେ ହିଁ ଧାରଣା ଦେବି’

ଭୁବନେଶ୍ଵର: ଓଡ଼ିଶାରେ ବର୍ତ୍ତମାନ ବିଚିତ୍ର ସ୍ଥିତି ଦେଖିବାକୁ ମିଳୁଛି। ଏଠାରେ କାର୍ଯ୍ୟପାଳିକା ଆଗରେ ବ୍ୟବସ୍ଥାପିକା ନ୍ୟୁନ ହୋଇ ଗଲାଣି। ଜଣଙ୍କୁ ହଜାର ହଜାର ପୋଲିସ ସୁରକ୍ଷା ଯୋଗାଇ ଦିଆଯାଉଥିବା ବେଳେ ଲୋକ ପ୍ରତିନିଧିଙ୍କୁ ବେଖାତିର କରାଯାଉଛି। ବିଭିନ୍ନ ସ୍ଥାନରେ ବିରୋଧ ସମ୍ମୁଖୀନକୁ ନେଇ ଅପରାଜିତା ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ମୁଁ ଜଣେ ମହିଳା ସାଂସଦ। ମୋ ସୁରକ୍ଷା ଦାୟିତ୍ଵ ରାଜ୍ୟ ସରକାରଙ୍କର।

ଗତ ୩ ତିନି ଦିନ ହେବ ବିଭିନ୍ନ ଗସ୍ତରେ ବିରୋଧ ପ୍ରଦର୍ଶନ ହେଉଛି। ଏହାକୁ ବିରୋଧ ନୁହେଁ ଗୁଣ୍ଡାଗର୍ଦ୍ଦି ବୋଲି କହିବି କହିଛନ୍ତି ଭୁବନେଶ୍ଵର ସାଂସଦ ଅପରାଜିତା। ଏହାପରେ ଯେଉଁଠି ବିଶୃଙ୍ଖଳା ହେବ ରାଜ୍ୟ ସରକାର ଦାୟୀ ରହିବେ। ଯେଉଁଠି ବିଶୃଙ୍ଖଳା ହେବ ସେହି ସ୍ଥାନରେ ହିଁ ମୁଁ ଧାରଣା ଦେବି। ଜଣେ ମହିଳା ହିସାବରେ ମୁଁ ନିଜକୁ ଅସୁରକ୍ଷିତ ମନେ କରୁଛି।

ଅପରାଜିତା ଷଡ଼ଙ୍ଗୀ ଆହୁରି କହିଛନ୍ତି, ସଚିବ ସ୍ତରର ଜଣେ ସରକାରୀ କର୍ମଚାରୀଙ୍କୁ ଏନଟାଇଟେଲମେଣ୍ଟ ଅନୁଯାୟୀ ଆବଶ୍ୟକତା ଅନୁଯାୟୀ ସିକ୍ୟୁରିଟି ମିଳିବା କଥା। କିନ୍ତୁ ତାଙ୍କର ତ କିଛି ଏନଟାଇଟେଲମେଣ୍ଟ ନାହିଁ। ଉକ୍ତ ବ୍ୟକ୍ତିଙ୍କର ରାଜନୀତି କରିବାର ଅଭିଳାସ ରହିଛି। ସେଥିପାଇଁ ସେ ନିଜକୁ ଲଞ୍ଚ କରାଉଛନ୍ତି। ସରକାରୀ ଟଙ୍କା ଖର୍ଚ୍ଚ କରାଇ, ସରକାରୀ କଳକୁ ବ୍ୟବହାର କରି ଏଇ ସଚିବସ୍ତରର କର୍ମଚାରୀ ନିଜକୁ ଲଞ୍ଚ କରୁଛନ୍ତି। ସାଢ଼େ ଚାରି କୋଟି ଲୋକ ତାହା ବୁଝି ସାରିଲେଣି ବୋଲି ଅପରାଜିତା କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ