ଜିଲ୍ଲା ସ୍ତରିୟ ଶ୍ରୀଅରବିନ୍ଦ ମହିଳା ରୌପ୍ଯ ଜୟନ୍ତି ସମାରୋହ


ବରପାଲି:ବରପାଲି ଶ୍ରାଅରବିନ୍ଦ ପାଠଚକ୍ର ପରିସରରେ ଜନ୍ମବାର୍ଷିକୀ ପାଳନ ଅମୃତ ମୁହୂର୍ତ୍ତରେ ବରଗଡ଼ ଜିଲ୍ଲାସ୍ତରୀୟ ପଞ୍ଚ ବିଂଶତମ ଶ୍ରୀଅରବିନ୍ଦ ମହିଳା ପାଠଚକ୍ର ସମ୍ମିଳନୀ ରୌପ୍ୟଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି। ରବିବାର ପୁର୍ବାହ୍ନରେ ଅନାଦୀ ଚରଣ ସ୍ବାଇଁ ଆଧ୍ୟାତ୍ମିକ ପତାକା ଉତ୍ତୋଳନ କରିଥିବା ବେଳେ ମୂଖ୍ଯଅତିଥି ଭାବରେ ବୟନଶିଳ୍ପ ମନ୍ର୍ତୀ ରୀତା ସାହୁ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ। ଜୟନ୍ତୀ ସିଂ ଓ ସୁଶ୍ରୀ ବୈଜୟନ୍ତୀ ଧରୁଆଙ୍କ ଆବାହକତ୍ବରେ ଆଧ୍ଯାତ୍ମିକ ଓ ଧ୍ଯାନ ପର୍ବ ଆରମ୍ଭ ହୋଇଥିଲା। ସମ୍ମାନୀତ ଅତିଥି ଭାବରେ ଦିନେଶ ଗହୀର ଅଧ୍ଯକ୍ଷ ଏନ୍.ଏ.ସି. ବରପାଲି ଯୋଗ ଦେଇଥିବା ବେଳେ ସ୍ବାଗତ ଅଭିନନ୍ଦନ ଜଣାଇଥିଲେ ରୋହିତ ମହାରଣା ଏବଂ ସମ୍ମିଳନୀର ଉଦ୍ଦେଶ୍ଯ ସମ୍ପର୍କରେ ବ୍ଯକ୍ତ କରିଥିଲେ ବୈଜୟନ୍ତୀ ଧରୁଆ। ଏହି ଅବସରରେ ଆୟୋଜିତ ଆଲୋଚନା ଚକ୍ର ଜୀବନର ଲକ୍ଷ୍ୟ ବିଷୟକୁ ନେଇ ତପସ୍ବିନୀ ମହାପାତ୍ର ଏବଂ ଶ୍ରୀମାଙ୍କ ଦର୍ଶନ ଉପରେ ସୁଶ୍ରୀ ଆହ୍ଲାଦିକୀ ଦଳାଇ, ଶ୍ରୀଅରବିନ୍ଦଙ୍କୁ ନେଇ ସୁଶ୍ରୀ ମମତା ଦାସ, ଶ୍ରୀଅରବିନ୍ଦ ପାଠଚକ୍ର ପ୍ରତିମା ଗୁରୁ ମା ’ ନାମରସ ତାପିନୀ ପଣ୍ଡା ପ୍ରମୁଖ ପ୍ରବକ୍ତା ମାନେ ଆଧ୍ଯାତ୍ମିକ ଚେତନା ରୂପି ଦିବ୍ଯ ବାଣି ଉପରେ ଆଲୋଚନା କରିଥିଲେ। ଉପସଂହାର କାଳ ବିଜୟିନୀ ମହାପାତ୍ର ପରିଚାଳନାରେ ଜୟନ୍ତୀ ସିଂ ସହାୟତା କରିଥିଲେ। ପରେ ଅପରାହ୍ନରେ ଦ୍ବିତୀୟ ଅଧିବେଶନ ଆରମ୍ଭ ହୋଇ ଶ୍ରୀଅରବିନ୍ଦଙ୍କ ପୁଷ୍ଟିଯୋଗ ଉପକ୍ରମ ପ୍ରଫୁଲ୍ଲ କୁମାର ପଣ୍ଡାଙ୍କ ଦ୍ବାରା ଉପସ୍ଥାପିତ ହୋଇଥିବା ବେଳେ ଆଲୋଚକ ଭାବରେ ସୁପ୍ରଭା ଚୌଧୁରୀ, ଅନାଦି ଚରଣ ସ୍ବାଇଁ ଯୋଗ ଦେଇ ଭିନ୍ନଭିନ୍ନ ଉପାଦେୟ ଭରା ଦୃଷ୍ଟିକୋଣକୁ ନେଇ ଉପସ୍ଥାପନ କରିଥିଲେ। କାର୍ଯ୍ଯକ୍ରମଟି ଲକ୍ଷ୍ମୀପ୍ରିୟା ରାଉତଙ୍କ ସଂଯୋଜନାରେ ପରିଚାଳିତ ହୋଇଥିବା ବେଳେ ବରପାଲି ପାଠଚକ୍ର ସଂଚାଳକ ବିନୋଦାନନ୍ଦ ସାହୁ କୃତଜ୍ଞତା ଜଣାଇଥିଲେ। ପରେ ପାଠଚକ୍ର ସମସ୍ତ ଭାଇ ଭଉଣିଙ୍କ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଅତିଥି,ଆଗନ୍ତୁକ ମାନଙ୍କୁ ନେଇ ଡା.ବିଜୟିନୀ ମହାପାତ୍ର ଓ ପ୍ରଫୁଲ୍ଲ କୁମାର ପଣ୍ତା ସାଙ୍ଗଠନିକ ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା।