Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୬ ଜିଲ୍ଲା ସରପଞ୍ଚ ସଂଘ ହେଲେ ଏକାଠି,ଦାବି ନଶୁଣିଲେ ଆନ୍ଦୋଳନ ପାଇଁ ଚେତାବନି

ସମ୍ବଲପୁର: ସରପଞ୍ଚ୍ ମାନଙ୍କ ହକ ଓ ସେମାନଙ୍କୁ ସ୍ୱାଧିନ କ୍ଷମତା ଦେବା ସହ ତାଙ୍କର ୧୨ ଦଫା ଦାବି ପୂରଣ ଦିଗରେ ସରକାର ପଦକ୍ଷେପ ନନେଲେ ସରପଞ୍ଚ ସଂଘ ତାଙ୍କ ଆନ୍ଦୋଳନକୁ ଯୋରଦାର କରିବେ ବୋଲି ରୋକଠୋକ ଚେତାବନି ଦେଇଛନ୍ତି। ଆଜି ସମ୍ବଲପୁର ଜିଲ୍ଲା ସରପଞ୍ଚ୍ ସଂଘର ଆବାହକତ୍ୱରେ ବିଭିନ୍ନ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ମାନେ ଆଜି ଏକାଠି ହୋଇଥିଲେ। ସ୍ଥାନୀୟ ରୋଟାରୀ କ୍ଲବ୍ ସଭାକକ୍ଷରେ ଆୟୋଜିତ ସରପଞ୍ଚ୍ ମାନଙ୍କ ଜରୁରୀ କାଳିନ ବୈଠକରେ ପଶ୍ଚିମାଞ୍ଚଳର ସମସ୍ତ ଜିଲ୍ଲା ସହିତ ମୋଟ ୧୬ ଟି ଜିଲ୍ଲା କର୍ମକର୍ତ୍ତା ମାନେ ଯୋଗ ଦେଇ ଏଭଳି ନିଷ୍ପତ୍ତି ନେଇଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଆସନ୍ତା ମାସ ୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜର ଦାବି ଉପସ୍ଥାପନା କରିବେ ଓ ମୌସୁମୀ ଅଧୋବେଶନ ପୁର୍ବରୁ ଯଦି ଏହା କାର୍ଯ୍ୟକାରୀ ନହୁଏ ତେବେ ରାଜ୍ୟ ବ୍ୟାପି ସରପଞ୍ଚ୍ ସଂଘ ସରକାର ବିପକ୍ଷରେ ବିଧାନସଭା ଅଧିବେଶନ ସମୟରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଚେତାବନୀ ଶୁଣାଇଛନ୍ତି ।ସରପଞ୍ଚ୍ ମାନଙ୍କ କ୍ଷମତାକୁ ସଂକୋଚିତ କରାଯାଇ ଯେଭଳି ଅଫିସର ରାଜ ଚାଲିଛି ସେଥିରେ ଗ୍ରାମ ବିକାଶ ପ୍ରତିଫଳନରେ ବିପରୀତ ଲକ୍ଷଣ ପ୍ରକାଶ ପାଉ ଥିବାରୁ ପଲ୍ଲୀ ଓ ଗ୍ରାମ ସଭାକୁ ଆଦାର କରି ବିଭିନ୍ନ ଯୋଜନା କାର୍ଯ୍ୟକସରୀ ହେବା ସହିତ ବର୍ତ୍ତମାନ ପ୍ରତି ପଞ୍ଚାୟତକୁ ଆସିଥିବା ୫୦ ଲକ୍ଷ ଟଙ୍କାର ଯୋଜନାକୁ ପଞ୍ଚାୟତ ମାଧ୍ୟମରେ କରିବାକୁ ସରପଞ୍ଚ୍ ମାନେ ନିଜର ଦାବି ଦୋହରାଇଥିଲେ। ସରପଞ୍ଚ୍ ମାନଙ୍କ ନୈତିକ ବଳକୁ ବୃଦ୍ଧି କରିବା ସହିତ ସରକାର ସରପଞ୍ଚ୍ ମାନଙ୍କ ଦାବି ପ୍ରତି ଅବିଚାର କଲେ ସମଗ୍ର ରାଜ୍ୟ ସରପଞ୍ଚ୍ ସମୁହ ସରକାରଙ୍କୁ କେବଳ ଅସହଯୋଗ କରିବେନି ବରଂ ସରପଞ୍ଚ୍ ପ୍ରତିନିଧିଙ୍କୁ ବିଧାନସଭା ନିର୍ବାଚନରେ ଛିଡା କରିବାକୁ ମଧ୍ୟ ଚିନ୍ତା କରୁଥିବା କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ରୋମାଞ୍ଚ ସାହୁଙ୍କ ସହିତ ରାମପ୍ରସାଦ ସାହୁ,ବିରବର ସାହୁ,ଉଗ୍ରସେନ କିଶାନ,ଲଲିତା ପ୍ରଧାନ ପ୍ରମୂଖ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହିଥିଲେ । ଏଠାରେ ସୂଚନା ଯୋଗ୍ୟଯେ ଗତ ୨୩ ତାରିଖ ଦିନ ସମ୍ବଲପୁର ସମେତ ପଶ୍ଚିମାଞ୍ଚଳର ସମସ୍ତ ସରପଞ୍ଚ୍ ଜିଲ୍ଲା ସଂଘ ମାନେ ନିଜ ନିଜ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ୧୨ ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି ।