Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶାନ୍ତିନଗରରେ ଯୁବ ବିଜେଡି ସମାବେଶ

ସମ୍ବଲପୁର:ଶାନ୍ତିନଗର ସ୍ଥିତ ବିଜେଡି କାର୍ଯ୍ୟଳୟରେ ଗତଲାଲି ମହାନଗର ନିଗମ ଯୁବ ବିଜେଡି ସଭାପତିଙ୍କ ଆହ୍ୱାନ କ୍ରମେ ସମ୍ବଲପୁରର ସମସ୍ତ ମହାନଗର ଅନ୍ତର୍ଗତ ଯୁବବିଜେଡିର ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି ଏଥିରେ ଯୁବବିଜେଡିର ମହା ନଗର ସଭାପତି ନିଶାନ୍ତ ବହିଦାର ସଭାପତିତ୍ବ କରିଥିଲେ l ଶତାଧିକ ଯୁବ ବିଜେଡିର ସକ୍ରିୟ ଯୁବ ଗୋଷ୍ଠୀ ଏହି ସମାବେଶ ରେ ଏକତ୍ରିତ ହୋଇ ନିଜ ନିଜର ମତ ରଖିଥିଲେ। ବିଭିନ୍ନ ୱାର୍ଡ ମାନଙ୍କରେ ବିକାଶ ର ଧାରା କୁ ଆହୁରି ତ୍ୱରାନ୍ୱିତ କରି ଆଗାମୀ ଦିନରେ ଏକ ହୋଇ ବିଜେଡି କୁ ବିପୁଳ ସଂଖ୍ୟାରେ ଜିତାଇବା ପାଇଁ ଶପଥ ନେଇଥିଲେ ।ଆମନ୍ତ୍ରିତ ଅଥିତି ଭାବେ ପୂର୍ବତନ ବିଧାୟକl ଡା. ରାସେଶ୍ୱରୀ ପାଣିଗ୍ରାହୀ ଯୁବକ ମାନଙ୍କୁ ଶୃଙ୍ଖଳିତ ସହିତ ସମ୍ବଲପୁର ବାସୀଙ୍କ ସେବା କରିବା ପାଇଁ ପରାମର୍ଶ ଦେଇଥିଲେ l ସେ ତାଙ୍କର ବକ୍ତବ୍ୟ ରେ ଯୁବ ସମାଜ ଆଗାମୀ ପିଢ଼ି ର ଭବିଷ୍ୟତ ତଥା ଦେଶ ଗଠନ ରେ ପ୍ରମୁଖ ଭୂମିକା ଗ୍ରହଣ କରିବାପାଇଁ ଉପଦେଶ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସତୀଶ ବିଶି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ lଆଗାମୀ ଦିନରେ ମାନ୍ୟବର ମୁଖମନ୍ତ୍ରୀ ନବୀନ ପଟନାୟକଙ୍କ ସ୍ୱଚ୍ଛ ଶାସନ ରେ ଭାଗିଦାରୀ ହେବାପାଇଁ ଆହ୍ୱାନ ଦେଇଥିଲେ l ଏହି ସମାବେଶକୁ ଆଗାମୀ ଦିନରେ ଅଧିକ ପ୍ରସାରିତ କରି ଏକ ମହା ସମାବେଶ ରେ ପରିଣତ କରିବା ପାଇଁ ସବୁ ଯୁବଗୋଷ୍ଟି ବଜ୍ର ଶପଥ ନେଇଥିଲେ l ଆୟୋଜିତ ସମାବେଶରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା ତରଣୀସେନ ଚାନ୍ଦ, ଜିଲ୍ଲା ସାଧାରଣ ସମ୍ପାଦକ ଦେବାଶିଷ ନନ୍ଦ, ଯୁବ ବିଜେଡି ସାଧାରଣ ସମ୍ପାଦକ ରମାକାନ୍ତ ସାହୁ, ଜିଲ୍ଲା ବିଜେଡି ସମ୍ପାଦକ ଭୋଳା ଶଙ୍କର ମହତ୍ୱମ, ଯୁବ ବିଜେଡି ଉପସଭାପତି ଅମିତାଭ ପରିଡା, ସୁରେନ୍ଦ୍ର ବିଶ୍ୱାଳ ଲିଙ୍ଗରାଜ ପରିଡା ଜୋନ ସମ୍ପାଦକ ଶୁଭେନ୍ଦ୍ର ନନ୍ଦ ପ୍ରମୁଖ ନିଜର ମତାମତ ରଖିଥିଲେ l ଏକ ସତରୁ ଅଧିକ ଯୁବଗୋଷ୍ଟି ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଆଗାମୀ ସମ୍ବଲପୁର ବିଜେଡି କୁ ଶକ୍ତିଶାଳୀ କରିବାପାଇଁ ବଦ୍ଧ ହୋଇଥିଲେ l ଶେଷରେ ପ୍ରଦ୍ୟୁଷ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l