Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରୀ ଅଳତା ମାଖି ଗୀତ ଇନ୍ସଟାଗ୍ରାମରେ ରଜନୀକାନ୍ତଙ୍କ କାବାଲା ଗୀତରୁ ବି ଆହୁରି ପପୁଲାର

ଗତ ଗୋଟିଏ ମାସରେ କେହିବି instagram ଖୋଲିଥିବେ ଏହି ଦୁଇଟି ଗୀତ ନିଶ୍ଚୟ ଦେଖିଥିବେ। ଗୋଟିଏ ହେଲା ସମ୍ବଲପୁରୀ ଗୀତ ଅଳତା ମାଖି ଓ ଅନ୍ୟ ଗୀତଟି ହେଲା ରଜନୀକାନ୍ତ ତମନ୍ନା ଅଭିନୀତ କାବାଲା ଗୀତ। ଦେଖିବାକୁ ମିଳିଛି ଯେ ସମ୍ବଲପୁରୀ ଅଲତା ମାଖି ଗୀତରେ ନଅ ଲକ୍ଷ 16 ହଜାର ରିଲ୍ସ ହେଇଥିବା ବେଳେ କାବଲା ଗୀତରେ ଆଠ ଲକ୍ଷ 40 ହଜାର ରିଲ୍ସ ୟୁଜର୍ସ ତିଆରି କରିଛନ୍ତି।

ଗୋଟେ ପଟେ ସମ୍ବଲପୁରୀ ଗୀତ ଯାହା ପଶ୍ଚିମ ଓଡିଶାର 10ଟି ଜିଲ୍ଲାରେ ମାତ୍ର ବ୍ୟବହାର ହେଉଥିବା ବେଳେ ଅନ୍ୟପଟେ ସୁପର ଷ୍ଟାର ରଜନୀକାନ୍ତ ଓ ତମନ୍ନାଙ୍କୁ ନେଇ ଅନ୍ତର୍ଜାତୀୟସ୍ତରରେ ପ୍ରଦର୍ଶିତ ହେଉଛି ସିନେମା ଜେଲର। ଗୋଟିଏ ପଟେ ସ୍ୱଳ୍ପ ପଇସାରେ ସମ୍ବଲପୁରୀ ଆଲବମ ହେଇଥିବା ବେଳେ 240 କୋଟିରେ ନିର୍ମିତ ହେଇଛି ଫିଲ୍ମ ଜେଲର।

ଇନଷ୍ଟାଗ୍ରାମ ରିଲ୍ସରେ ଟ୍ରେଡିଙ୍ଗ ପାଇଁ ଯେଉଁ ସବୁ ହୁକ ଉପ ଷ୍ଟେପ୍ ଓ ପେପି ସଂଗୀତ ମୁଖ୍ୟ ଆକର୍ଷଣ ରହିଥାଏ ସେଠି ସମ୍ବଲପୁରୀ ଗୀତ କେଉଁ ମାତ୍ରାରେ ବି କାମ ହେଇ ନ ଥାଏ। ବିଜୟ ଆନନ୍ଦଙ୍କ ବହୁ ସଂଗୀତ ଆଗରୁ instagram ରେ ଟ୍ରେଂଡିଙ୍ଗ ହେଇଛି। ଯେମିତିକି ଆମର ଗାଁ, କଲେ କଲେ ଆ, ନଲ ଚୁଆଁ ଅନ୍ୟତମ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ