Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଲିଠୁ ଆରମ୍ଭ ହେବ ଏସିଆ କପ୍ ୨୦୨୩, ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଏହି ୨ ଦଳ

ନୂଆଦିଲ୍ଲୀ: ଯେଉଁ ସମୟକୁ ସମସ୍ତେ ଅପେକ୍ଷା କରିଥିଲେ, ତାହା ନିକଟତର ହୋଇଛି। ଏସିଆ କପ୍ ୨୦୨୩ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି ରହିଛି। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଆୟୋଜକ ପାକିସ୍ତାନ ଓ ନେପାଳ। ଗୋଟିଏ ଦଳ ଆଇସିସି ଦିନିକିଆ ମାନ୍ୟତାରେ ଏକ ନମ୍ବର ସ୍ଥାନରେ ଥିବା ବେଳେ ଅନ୍ୟ ଦଳ ପ୍ରଥମ ଥର ଏତେ ବଡ଼ ମଞ୍ଚରେ ଖେଳିବାକୁ ଯାଉଛି। ନେପାଳ ଦଳ ଦୁର୍ବଳ ହୋଇଥିଲେ ମଧ୍ୟ ଏହି ଦଳ ଯୁବ ଖେଳାଳିଙ୍କ ଦମରେ ଆଗକୁ ବଢିବାର ସାମର୍ଥ୍ୟ ରଖିଛି।

ସେହିପରି ଅଗଷ୍ଟ ୩୧ରେ ଏସିଆ କପର ଦ୍ଵିତୀୟ ମ୍ୟାଚ୍ ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ହାଇବ୍ରିଡ ମୋଡେଲରେ ଖେଳା ଯାଉଛି। ପାକିସ୍ତାନ ୪ଟି ମ୍ୟାଚର ଆୟୋଜନ କରୁଥିବା ବେଳେ ଶ୍ରୀଲଙ୍କାରେ ଫାଇନାଲ୍ ସମେତ ୯ଟି ମ୍ୟାଚ୍ ଖେଳାଯିବ। ରୋହିତ ପୁଡେଲଙ୍କ ନେତୃତ୍ଵାଧୀନ ନେପାଳ ଦଳ ଏହା ଜାଣିଛନ୍ତି ଯେ, ମ୍ୟାଚରେ ସେମାନଙ୍କୁ ହରାଇବାର କିଛି ନାହିଁ। କିନ୍ତୁ ପାକିସ୍ତାନ ଦଳ ଉପରେ ଚାପ ରହିବ, କାରଣ ପାକିସ୍ତାନ ନିଜ ମାଟିରେ ଖେଳିବାକୁ ମଇଦାନକୁ ଓହ୍ଲାଇବ।

ଏହା ଦେଖିବାକୁ ପଡ଼ିବ ଯେ, କୌଣସି ବଡ଼ ଧରଣର ଓଲଟ ପାଲଟ ବା ବିପର‌୍ୟ୍ୟୟ ନ ଘଟୁ। କାଗଜରେ ଦୁଇ ଦଳର ସାମର୍ଥ୍ୟ ଦେଖିଲେ ପାକିସ୍ତାନ ଓ ନେପାଳ ମଧ୍ୟରେ କୌଣସି ମୁକାବିଲା ନାହିଁ। ଗୋଟିଏ ପଟେ ନମ୍ବର ଓ୍ଵାନ ବ୍ୟାଟର ଓ ଦ୍ରୁତ ବୋଲର ବାହିନୀ ଥିବା ବେଳେ ଅନ୍ୟପଟେ ଯୁବ ଦଳ। ନେପାଳ ଦଳ ପାକିସ୍ତାନ ପହଞ୍ଚି ସାରିଛି ଏବଂ ପ୍ରସ୍ତୁତି ଆରମ୍ଭ କରି ଦେଇଛି।