Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିଏମ ମୋଦୀଙ୍କ ପାରୋଡି X ଆକାଉଣ୍ଟରେ ଅଶ୍ଵିନଙ୍କ ମଜାଦାର ଜବାବ, ଖୁବ୍ ଭାଇରାଲ୍ ହେଉଛି କମେଣ୍ଟ

ନୂଆଦିଲ୍ଲୀ: ଭାରତୀୟ ଦଳର ତାରକା ସ୍ପିନର ରବିଚନ୍ଦ୍ରନ ଅଶ୍ଵିନ ଏସିଆ କପ୍ ୨୦୨୩ ପାଇଁ ଭାରତୀୟ ଦଳର ଅଂଶ ହୋଇ ନ ଥିଲେ ବି ଏମିତି ଲାଗୁଛି, ସେ ଏହି ଟୁର୍ଣ୍ଣାମେଣ୍ଟ ଉପରେ ଟିକିନିକି ନଜର ରଖୁଛନ୍ତି। ଏସିଆ କପ୍ ୨୦୨୩ର ପ୍ରଥମ ମ୍ୟାଚ୍ ପାକିସ୍ତାନ ଓ ନେପାଳ ମଧ୍ୟରେ ଖେଳା ଯାଇଛି। ମ୍ୟାଚରେ ପାକିସ୍ତାନ ଅଧିନାୟକ ବାବର ଆଜମ ୧୫୧ ରନର ସ୍ମରଣୀୟ ଇନିଂସ ଖେଳିଛନ୍ତି। ଆୟୋଜକ ଦଳ ଏହି ମ୍ୟାଚକୁ ୨୩୮ ରନରେ ଜିତି ନେଇଛି।

ଏସିଆ କପର ଉଦଘାଟନୀ ମ୍ୟାଚ୍ ସମୟରେ ଆର ଅଶ୍ଵିନ ଲଗାତାର ମ୍ୟାଚକୁ ନେଇ ନିଜର ଏକ୍ସ ଆକାଉଣ୍ଟରେ ଟୁଇଟ୍ କରି ଚାଲିଥିଲେ। ଏମିତିରେ ତାଙ୍କ ନାମ ନେଇ ପିଏମ ନରେନ୍ଦ୍ର ମୋଦୀଙ୍କ ଏକ ପାରୋଡି ଏକ୍ସ ଆକାଉଣ୍ଟରୁ ଏକ ଟୁଇଟ୍ କରାଯାଇଛି। ଆଉ ଏହା ଉପରେ ଜବାବ ଦେଇଛନ୍ତି ଆର ଅଶ୍ଵିନ, ଯାହା କିଛି ସମୟରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

ନରେନ୍ଦ୍ର ମୋଦୀଙ୍କ ପାରୋଡି ଆକାଉଣ୍ଟରେ ଲେଖା ଯାଇଛି ଯେ, ନେପାଳକୁ ସମର୍ଥନ କରିବା ପାଇଁ ଧନ୍ୟବାଦ, ଅଶ୍ଵିନ ମୁଁ ବି ଦେଖୁଛି। ଏହା ଉପରେ ଜବାବ ଦେଇ ଅଶ୍ଵିନ ଲେଖିଛନ୍ତି, ସାର ମୁଁ ପାକିସ୍ତାନ ବନାମ ନେପାଳ ମ୍ୟାଚକୁ ନେଇ ଆପଣଙ୍କୁ ଅପଡେଟ୍ କରି ଦେବି, ଆପଣ ନିଜର ମିଟିଂ କାମ ସାରି ଦିଅନ୍ତୁ।

ଅଶ୍ଵିନ ନେପାଳ ଓ ପାକିସ୍ତାନ ମ୍ୟାଚକୁ ନେଇ ଅନେକ ଟୁଇଟ୍ କରିଛନ୍ତି, ଯେଉଁଥିରେ ମହମ୍ମଦ ରିଜଓ୍ଵାନଙ୍କ ରନଆଉଟଠୁ ନେଇ ବାବର ଆଜମଙ୍କ ଶତକ ଯାଏ ଉଲ୍ଲେଖ କରିଥିଲେ। କେବଳ ଏତିକି ନୁହେଁ ଅଶ୍ଵିନ ଗୋଟିଏ ଟୁଇଟରେ ବୀରେନ୍ଦ୍ର ସେହ୍ଵାଗଙ୍କୁ ମଧ୍ୟ ମନେ ପକାଇଥିଲେ। ଆଉ ଏହି ମ୍ୟାଚ୍ ମୁଲତାନ କ୍ରିକେଟ୍ ଷ୍ଟାଡିୟମରେ ଖେଳା ଯାଇଥିଲା। ଏ ହେଉଛି ସେହି ମୁଲତାନ ଗ୍ରାଉଣ୍ଡ ଯେଉଁଠି ସେହ୍ଵାଗ ତ୍ରିଶତକ ଅର୍ଜନ କରିଥିଲେ। ଏହା ପରେ ତାଙ୍କୁ ମୁଲତାନର ସୁଲତାନ କୁହାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ