Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାନ୍ନାପଲ୍ଲି ରେ ଲକ୍ଷ୍ନୌ ର ଦନ୍ତ ଡାକ୍ତର ଙ୍କ ମାଗଣା ଦନ୍ତ ଚିକିତ୍ସା।

ଗୋପାଳପୁର,୩୧/୦୮ ରଙ୍ଗେଇଲୁଣ୍ଡା ବ୍ଲକ ମେଣ୍ଢରାଜ ପୁର ପଞ୍ଚାୟତ ଅନ୍ତର୍ଗତ ପାନ୍ନାପଲ୍ଲି ସ୍ଥିତ ଯୋଗ ମଣ୍ଡପ ପରିସରରେ ମାଗଣା ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। ଆୟୋଜିତ ଶିବିର କୁ ସରପଞ୍ଚ ଜି କାମେଶ୍ବରୀ ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ ପ୍ରତିନିଧି ଜି ମୋହନ ରେଡ୍ଡୀ,ଗ୍ରାମ୍ୟ ନାଇଡୁ ଟି ଜୟ ଜଗନ୍ନାଥ ରେଡ୍ଡୀ,ଜି ହରିଶ୍ଚନ୍ଦ୍ର ରେଡ୍ଡୀ,ମେଣ୍ଢରାଜ ପୁର ପଞ୍ଚାୟତ ପାନ୍ନାପଲ୍ଲି ଯୋଗା ମଣ୍ଡପ ସରପଞ୍ଚ ଜି କାମେଶ୍ବରୀ ରେଡ୍ଡୀ,ଜି ମୋହନ ରେଡ୍ଡୀ, ନାଇଡୁ ଟି ଜୟ ଜଗନ୍ନାଥ ରେଡ୍ଡୀ,ଜି ହରିଶ୍ଚନ୍ଦ୍ର ରେଡ୍ଡୀ,ଆର ବୁଡେୟା ରେଡ୍ଡୀ,ପି ମୁନା ରେଡ୍ଡୀ,ଜି ଅର୍ଜୁନ ରେଡ୍ଡୀ,ଅଜୟ ପାଠକ, ସ୍ବାଧିନ ରେଡ୍ଡୀ ପ୍ରମୁଖ ଉପସ୍ଥିତ ରହିଥିଲେ।ଏହି ଶିବିର ରେ କାନପୁର ର ଆସିଥିବା ଦନ୍ତ ରୋଗ ବିଶେଷଜ୍ଞ ଡଃ ହର୍ଷିତ ପାଠକ ଉପସ୍ଥିତ ରହି ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ଲୋକଙ୍କ ଦନ୍ତ ଚିକିତ୍ସା କରିବା ସହ ନିଜେ‌ ମାଗଣା ଔଷଧ ବଣ୍ଟନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories