Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘୁମୁରା ଗାଆଁ ରେ ପାଣି ସମସ୍ୟା

ନାରାୟଣ ପାଟଣା ୦୧।୦୯ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ସମସ୍ତ ନିର୍ବାହୀ ଅଧିକାରୀ ମାନେ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ସଙ୍ଘର ଆହ୍ଵାନ କ୍ରମେ ୧୫ ଦିନ ହେଲାଣି କଲମ ଛାଡ ଆନ୍ଦୋଳନରେ ସାମିଲ ହୋଇଥିବାରୁ ବ୍ଲକରେ ନାହିଁ ନଥିବା ସମସ୍ୟା ଦେଖ ଦେଇଛି।ବ୍ଲକର ୧୩ଟି ପଞ୍ଚାୟତରେ ସବୁ କାମ ଠପ୍ ହେଇ ପଡ଼ିଛି।ଏହାର ପ୍ରଭାବରେ ନିଲାବାଡି ପଂଚାୟତ ଅନ୍ତର୍ଗତ ଘୁମୁରା ଗ୍ରାମ ଠାରେ ପାନୀୟ ଜଳର ସମସ୍ୟା ଦେଖା ଦେଇଛି।ପାନୀୟ ଜଳ ପାଇଁ ଗ୍ରାମର ହଜାରରୁ ଅଧିକ ଲୋକ ଡହଳ ବିକଳ ହେଉଥିବା ଦେଖିବାକୁ ମିଳିଛି।ସେତିକି ନୁହଁ କିଛି ଲୋକ ପାନୀୟ ଜଳର ସମସ୍ୟା ପାଇଁ ନିଜର ପରିବାର ଚଳାଇବାକୁ ନେଇ ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ଆବାସ ଯୋଜନାର ଘର ଯାକ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ରହିଛି।ପାଣି ମିଳୁ ନଥିବାରୁ କୁମ୍ଭାର ପରିବାର ହାଣ୍ଡି ନିର୍ମାଣ ବନ୍ଦ କରିଥିବାରୁ ତାଙ୍କର ପରିବାର ଚଳାଇବା କଷ୍ଟକର ହୋଇ ପଡ଼ିଛି ।ସ୍ଥାନୀୟ ବ୍ଲକର ନିଲାବାଡି ପଞ୍ଚାୟତ ଅନ୍ତର୍ଗତ ଘୁମୁରା ଗାଁରେ ଏଇ ଭଳି ସମସ୍ୟା ଦେଖା ଦେଇଛି।ଗ୍ରାମରେ ଥିବା ପାଣି ପମ୍ପ ର ଲକ୍ଷା ଧିକ ଟଙ୍କାର ବିଜୁଳି ବିଲ୍ ପୈଠ ହୋଇ ନଥିବା ବେଳେ ବିଜୁଳି ବିଭାଗ ବିଜୁଳି ସଂଯୋଗ କାଟି ଦେଇଛି।ଫଳରେ ଗ୍ରାମରେ ୨୦ ଦିନ ହେଲାଣି ପାନୀୟ ଜଳ ଯୋଗାଣ ସମ୍ପୂର୍ଣ ଭାବେ ବନ୍ଦ ରହିଛି।
ଗ୍ରାମରେ ଦୁଇଟି ନଳକୂପ ରହିଥିବା ବେଳେ ସେଥିରୁ ଯାହା ପାଣି ବାହାରୁଚି ତାହା ସମୁଦ୍ରକୁ ସଂଖେ ପରି।
ଏବେ ସେଇ ନଳକୂପରୁ ଯାହା ବାହାରୁଚି ତାକୁ ଗ୍ରାମବାସୀ ମିଳି ବାଣ୍ଟି ବ୍ୟବହାର କରିବାକୁ ବାଧ୍ୟ ହେଉ ଥିବା ୱାର୍ଡ ମେମ୍ବର ମନୋଜ ମେଲେକା,ମେଲେକା ଚେଞ୍ଚୁ, କେ.ଉଦୁଲ,କେ.ଗୋପାଳ,ଭୀମ କାଶୀ,ମେଲେକା ପାଗୁ
ଜି.ସୁଧାବ,ହୁଇକା ଦଶମତି କହିଛନ୍ତି।
ଏନେଇ ଗ୍ରାମବାସୀ ସରପଞ୍ଚ ଯୋଗାନା ୱାଟାକାଙ୍କୁ କହିବାରୁ ସିଏ ବିଡ଼ିଓ ଅଭିଷେକ କୁମାର୍ ସେଠୀଙ୍କୁ ଜଣାଇ ଦେଇ ଚୁପ୍ ବସି ପଡ଼ିଛନ୍ତି।ଉକ୍ତ ସମସ୍ୟା ବିଷୟରେ ବିଡ଼ିଓଙ୍କୁ ପଚାରିବାରୁ ତୁରନ୍ତ କିଛି ବିକଳ୍ପ ବ୍ୟବସ୍ଥା କରିବା ବୋଲି ଶ୍ରୀଯୁକ୍ତ ସେଠୀ ପ୍ରତିଶ୍ରୁତି ଦେଇଛନ୍ତି।ବର୍ତ୍ତମାନ ବିଡ଼ିଓ ନିଜର ପ୍ରତିଶ୍ରୁତି କେବେ ପୁରା କରୁଛନ୍ତି ଓ ଘୁମୁରା ଗ୍ରାମବାସୀ କେବେ ପାନୀୟ ଜଳ ସମସ୍ୟାରୁ ମୁକୁଳୁଛନ୍ତି ତାହା ଏବେ ଦେଖିବାକୁ ବାକି ରହିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ