Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଷ୍ଟ ବୈଷୟିକ ଶିକ୍ଷାନୁଷ୍ଠାନ ରେ ନବାଗତ ଛାତ୍ରଛାତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଧନା।

ଗୋପାଳପୁର ,୦୧/୦୯ ପାଲୁର ହିଲ୍ ଠାରେ ଥିବା ଦକ୍ଷିଣ ଓଡ଼ିଶାର ପ୍ରମୁଖ ବୈଷୟିକ ଶିକ୍ଷାନୁଷ୍ଠାନ ନିଷ୍ଟ ବୈଷୟିକ ଶିକ୍ଷାନୁଷ୍ଠାନ ପରିସରରେ ଆଜି ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ କରିବା ଲାଗି ଏକ ସମ୍ବର୍ଦ୍ଧନା ସଭା ତଥା ଦୁଇ ଦିନିଆ ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ନିଷ୍ଟର ପ୍ରତିଷ୍ଠାତା ତଥା ଚେୟାରମେନ ଡ.ସୁକାନ୍ତ କିଶୋର ମହାପାତ୍ର ଭିଡିଓ କନଫେରେନସିଂ ମାଧ୍ୟମରେ ଯୋଗଦାନ କରି କାର୍ଯକ୍ରମ କୁ ଉଦଘାଟନ କରିଥିଲେ। କଲେଜର ଅଧ୍ୟକ୍ଷ ଡ଼. ଏମ ସୁରେଶ, ବେଚ୍ କୋଡିନେଟର ପ୍ର.ରବୀନ୍ଦ୍ର କୁମାର ଶିଆଳ, କମ୍ପ୍ୟୁଟର ବିଭାଗ ମୁଖ୍ୟ ଡ଼ ସୁଧୀର ରଞ୍ଜନ ପଟ୍ଟନାୟକ, ବୈଦ୍ୟୁତିକ ବିଭାଗ ମୁଖ୍ୟ ଡ଼. ସଚିଦାନନ୍ଦ ପ୍ରସାଦ, ଯାନ୍ତ୍ରିକ ବିଭାଗ ମୁଖ୍ୟ ଡ଼ ସୋରେନ ମିଶ୍ର, ଏବଂ ସିଭିଲ ବିଭାଗ ମୁଖ୍ୟ ଡ଼ ବରଦା ପ୍ରସାଦ ସେଠି ଅନ୍ୟତମ ଅତିଥି ରୂପେ ମଞ୍ଚାସୀନ ଥିଲେ। ଉକ୍ତ ସଭାକାର୍ଯ୍ୟକୁ ଡ.ଆକାଂକ୍ଷା ପଟ୍ଟନାୟକ ପରିଚାଳନା କରିଥିବା ବେଳେ, ପରୀକ୍ଷା କେନ୍ଦ୍ର ମୁଖ୍ୟ ପରିଚାଳକ ଡ. ଲକ୍ଷ୍ମୀକାନ୍ତ ରାଜୁ ପରୀକ୍ଷା ସମନ୍ଧୀୟ ତଥ୍ୟ ଉପସ୍ଥାପନ କରିଥିଲେ । ସେହିପରି ହଷ୍ଟେଲ ସୁପରଟେଣ୍ଡେଣ୍ଟ ଡ.ସସ୍ମିତା ପାଢ଼ୀ ହଷ୍ଟେଲ ସମ୍ବନ୍ଧୀୟ ବିଭିନ୍ନ ବିବରଣୀ ଉଲ୍ଲେଖ କରି ସମସ୍ତ ସୁବିଧା ଓ ବ୍ୟବସ୍ଥା ସମ୍ପର୍କରେ କହିଥିବା ବେଳେ, ନିଯୁକ୍ତି ଓ ଦକ୍ଷତା ମୁଖ୍ୟ ଡ.ଭାନୁ ପ୍ରସାଦ ବେହେରା ନିଯୁକ୍ତି ଦକ୍ଷତା ପ୍ରଦାନ ଉପରେ ବିବରଣୀ ଉଲ୍ଲେଖ କରିଥିଲେ । ଏନେଇ ଅନୁଷ୍ଠାନର ଅଧ୍ୟକ୍ଷ ସୁରେଶ ସୂଚନା ଦେଇଥିଲେ ଯେ, ନିଷ୍ଟ୍ କଲେଜରେ ଆଜି ଠାରୁ ଚାରିଦିନ ଧରି ସ୍ବାଗତ ତଥା ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମ ଜାରି ରହିବ, ବିଭିନ୍ନ ଦିନରେ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇ ଅନୁଷ୍ଠାନର ଉଚ୍ଚକୋଟୀର ଶିକ୍ଷା ସହ ମୂଲ୍ୟବୋଧ ଓ ନିଜ ଭବିଷ୍ୟତ ଗଠନ ଉପରେ ଉପଦେଶ ଦିଆଯିବା ସହ ଛାତ୍ରଛାତ୍ରୀ ମାନେ ଯେତେ ଆଶା ଓ ବିଶ୍ବାସ ନେଇ ଏହି ଅନୁଷ୍ଠାନକୁ ଶିକ୍ଷା ଲାଭ ପାଇଁ ଆସନ୍ତି ତାଠାରୁ ଅଧିକ ଏହିଠାରେ ସେମାନେ ଲାଭ କରି ନିଜ ଉଚ୍ଚ ଭବିଷ୍ୟତ ଗଠନ କରିବେ । ଏହାସହ ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ପ୍ରତିଦ୍ବନ୍ଦିତା ମୂଳକ ପରିସ୍ଥିତିକୁ ସମ୍ମୁଖୀନ କରିବା ସହ ଯୁଗୋପଯୋଗୀ ଶିକ୍ଷାଦାନର ଢାଞ୍ଚା ସାଂପ୍ରତିକ ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଛି। ଯାହାର ଫଳ ସ୍ବରୂପ ସେମାନେ ଦେଶ ଓ ବିଦେଶରେ ବିଭିନ୍ନ ମର୍ଯ୍ୟାଦା ଜନକ ପଦ ପଦବିରେ ଅବସ୍ଥାପିତ ହୋଇ ପାରିଛନ୍ତି । ଏଥିପାଇଁ ସମସ୍ତ କର୍ମକର୍ତା ଓ ଅଧ୍ୟାପକ ଅଧ୍ୟାପିକାଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି ଅଧ୍ୟକ୍ଷ ଓ ପ୍ରତିଷ୍ଠାତା ମତ ପ୍ରକାଶ କରିଛନ୍ତି। ଏନେଇ ଅନୁଷ୍ଠାନର ଜଣେ ଅନ୍ତିମ ବର୍ଷର ଛାତ୍ର ନିଜ ବକ୍ତବ୍ୟରେ ଆଗାମୀ ଶିକ୍ଷାର୍ଥୀ ମାନଙ୍କୁ ଉପଦେଶ ଦେଇ ଅନୁଷ୍ଠାନର ପାଠ୍ୟଶୈଳୀ, ଶୃଙ୍ଖଳା ଏବଂ ଅଧ୍ୟାପକଙ୍କ ଶିକ୍ଷା ସମ୍ପର୍କରେ ଆଲୋକ ପାତ କରି କହିଛନ୍ତି ଯେ, ଅନୁଷ୍ଠାନରେ ସଫଳତା ପାଇବା ପାଇଁ ଅନେକ ସୁଯୋଗ ରହିଛି ଯାହାକୁ ହାସଲ କରିବାରେ ସମସ୍ତ ଅଧ୍ୟାପକ ମାନଙ୍କ ସହଯୋଗ ରେ ନିଜକୁ ମଧ୍ୟ ଶତଚେଷ୍ଟା କରିବାକୁ ହେବ, ତେବେ ଯାଇ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ହେବ। ଏ କାର୍ଯ୍ୟକ୍ରମ ରେ ଆଡମିନ ମୁଖ୍ୟ ଶ୍ରୀ ସୟଦ ସୁଲେମାନ ଅଲି, ଏକାଉଣ୍ଟ ମୁଖ୍ୟ ଶ୍ରୀ କୈଳାଶ ମଲ୍ଲିକ, ପ୍ରଫେସର ସିମାଞ୍ଚଳ ପାଣିଗ୍ରାହୀ , ଡ଼ ଭାସ୍କର ଭୋଳ, ଡ଼ ବିଷ୍ଣୁକର ନାୟକ, ଡ଼ ବ୍ରଜ କିଶୋର ମିଶ୍ର, ଡ଼ ମାନବେନ୍ଦ୍ର ପାତ୍ର, ପ୍ର ସ୍ୱାଧୀନ ମିଶ୍ର, ପ୍ର ସରୋଜ ପାଢ଼ୀ, ପ୍ର ମିଟୁ ବରାଳ, ପ୍ର ରାକେଶ ରୋଶନ, ଡ଼. ଅମରନାଥ ପାଢ଼ୀ, ପ୍ର ଭବାନୀ ଗୌଡ଼, ପ୍ର ଦୁର୍ଗାମାଧବ ପାଢ଼ୀ, ପିତାମ୍ବର ସାହୁ, ପ୍ରଭୁଦତ୍ତ ମିଶ୍ର, ମନୋଜ ସେନାପତି, ଗୋପବନ୍ଧୁ ଉତ୍ତରକବାଟ ସୌମ୍ୟା ମୁଦୁଲି, ସନ୍ତୋଷ ସାହୁ, ରମାକାନ୍ତ ନାୟକ ବିଭିନ୍ନ ଦାୟିତ୍ୱ ନିର୍ବାହ କରିଥିଲେ। କାର୍ଯ୍ୟକ୍ରମ କୁ ଡ. ସବ୍ୟସାଚୀ ରଥ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅନୁଷ୍ଠାନର ମିଡ଼ିଆ ସେଲ୍ ସଂଯୋଜକ ଡ଼ ପ୍ରୀତି ରଞ୍ଜନ ସାହୁଙ୍କ ସମେତ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଅନୁଷ୍ଠାନ ର ଛାତ୍ରଛାତ୍ରୀ ମାନେ ସମସ୍ତ ନୂତନ ଛାତ୍ର ଛାତ୍ରୀ ଙ୍କୁ ବିଭିନ୍ନ କ୍ଲବ ବିଷୟରେ ଅବଗତ କରାଇଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories