Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇଜର କ୍ୟାମ୍ପସ ପରିସରରେ ଶ୍ରମିକଙ୍କ ଅସ୍ବାଭାବିକ ମୃତ୍ୟୁ।

ଗୋପାଳପୁର,୦୧/୦୯ ଲୋହଡ଼ିଗାଁ ସ୍ଥିତ ଆଇଜର କ୍ୟାମ୍ପସ ପରିସରରେ ଶୁକ୍ରବାର ଜୈନିକ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ନେଇ ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି। ମୃତ ଶ୍ରମିକ ଜଣକ ହେଲେ ପଶ୍ଚିମବଙ୍ଗ ରାଜ୍ୟ କଲିକତା ଅଞ୍ଚଳର ଶେଖ ଅଜଗର (୫୮)ବୋଲି ପୋଲିସ ସୂଚନା ଦେଇଛି। ସୁଚନା ଅନୁସାରେ ଏହି ଥାନା ଅଧିନସ୍ଥ ଲୋହଡ଼ି ଗାଁ ସ୍ଥିତ ଆଇଜର ଶିକ୍ଷାନୁଷ୍ଠାନ ନିର୍ମାଣ ଚାଲିଥିବା ବେଳେ ଗତ କିଛି ମାସ ହେଲା କଲକତା ଅଞ୍ଚଳର ଶେଖ ଅଜଗର ସେଠାରେ ଶ୍ରମିକ ଭାବେ କାମ କରୁଥିଲେ। ଶୁକ୍ରବାର କାମ କରୁଥିବା ବେଳେ ଅଜଗର ହଠାତ ଅସୁସ୍ଥ ହୋଇପଡ଼ିଥିଲେ ସ୍ଥାନୀୟ ଶ୍ରମିକ ମାନେ ତାଙ୍କୁ ସେଠାରୁ ଉଦ୍ଧାର କରି କେଲୁଆପଲ୍ଲୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଗୋଳନ୍ଥରା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ସନ୍ଧ୍ୟାରେ ବ୍ରହ୍ମପୁର ବଡ଼ମେଡ଼ିକାଲ ପଠାଇଥିଲେ। ଏନେଇ ଥାନା କେସ ନମ୍ବର ୨୫/୨୩ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଅଜଗରଙ୍କ ମୃତଦେହ ବ୍ୟବଚ୍ଛେଦ କରି ଶନିବାର ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ଜଣାପଡ଼ିଛି। ଅନ୍ୟପଟେ ଶ୍ରମିକଙ୍କ ମୃତ୍ୟୁ କୁ ରଫାଦଫା କରିବା ପାଇଁ ଉଦ୍ୟମ ହୋଇଥିବା ନେଇ ଅଭିଯୋଗ ଉଠିଛି। ଏବଂ ମୃତ୍ଯୁର କାରଣ ଜଣାପଡ଼ିନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ସ୍ପଷ୍ଟ ହେବ ବୋଲି ଇନ୍ସପେକ୍ଟର ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories