Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଉ କିଛି ସମୟ ପରେ ଆରମ୍ଭ ହେବ ଭାରତ-ପାକ୍ ମୁକାବିଲା, ସ୍ଵଚ୍ଛ ରହିଛି କାଣ୍ଡିର ପାଗ

ନୂଆଦିଲ୍ଲୀ: ଆଜି ଏସିଆ କପ ୨୦୨୩ରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତ ଓ ପାକିସ୍ତାନ। ଚଳିତ ବର୍ଷର ଏ ପର୍ଯ୍ୟନ୍ତର ଏହା ସବୁଠୁ ବଡ଼ ମୁକାବିଲା ହେବ। ଏହି ବହୁପ୍ରତୀକ୍ଷିତ ମୁକାବିଲା ଆଜି ଶ୍ରୀଲଙ୍କାର ପାଲିକଲ ଷ୍ଟାଡିୟମରେ ଖେଳାଯିବ। ଭାରତୀୟ ଦଳ ଏହି ମ୍ୟାଚ୍ ଜରିଆରେ ନିଜର ଅଭିଯାନ ଆରମ୍ଭ କରୁଥିବା ବେଳେ ପାକିସ୍ତାନ ପ୍ରଥମ ମ୍ୟାଚରେ ନେପାଳକୁ ହରାଇଥିଲା।

ଏହି ମ୍ୟାଚରେ ଟସ୍ ଭାରତୀୟ ସମୟନୁସାରେ ଅପରାହ୍ଣ ୨ଟା ୩୦ରେ ପଡ଼ିବ ଏବଂ ମ୍ୟାଚ୍ ୩ଟାରୁ ଆରମ୍ଭ ହେବ। ସବୁଠୁ ବଡ଼ କଥା ବର୍ତ୍ତମାନ କାଣ୍ଡିର ପାଗ ଅନୁକୂଳ ରହିଛି। କିନ୍ତୁ ସେଠାକାର ପାଣିପାଗ ଉପରେ କିଛି ପୂର୍ବାନୁମାନ କରିବା ମୁସ୍କିଲ। କାରଣ ସେଠାରେ ପାଣିପାଗରେ ବହୁତ ଜଲଦି ବଦଳି ଥାଏ। ଯଦି ବର୍ଷା ମ୍ୟାଚରେ ବାଧକ ସାଜେ ତେବେ ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇପାରେ। ମାତ୍ର ଏବେ ଯାହା ପାଗ ରହିଛି, ନିର୍ଦ୍ଧାରିତ ଅନୁସାରେ ମ୍ୟାଚ୍ ଖେଳାଯିବ।

ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍ ଇତିହାସରେ ଅଦ୍ୟାବଧି ୧୩ଟି ମ୍ୟାଚ୍ ଖେଳା ଯାଇଛି। ଏଥିରୁ ଭାରତ ୭ଟି ମ୍ୟାଚ୍ ଜିତିଥିବା ବେଳେ ପାକିସ୍ତାନ ୫ଟି ଜିତିଛି। ଗୋଟିଏ ମ୍ୟାଚ୍ ଫଳାଫଳଶୂନ୍ୟ ରହିଛି। ଏମିତିରେ ଦୁଇ ଦଳର ବର୍ତ୍ତମାନ ପ୍ରଦର୍ଶନକୁ ଦେଖିଲେ ମ୍ୟାଚ୍ କଡ଼ା ଟକ୍କର ହୋଇପାରେ। ଦିନିକିଆ ଫର୍ମାଟରେ ଗତ ଏସିଆ କପ୍ ୨୦୧୮ରେ ଭାରତ ପାକିସ୍ତାନକୁ ୯ ଓ୍ଵିକେଟରେ ହରାଇଥିଲା।

ପାକିସ୍ତାନର ଚୂଡାନ୍ତ ଏକାଦଶ
ଫକର ଜମାନ, ଇମାମ ଉଲ ହକ, ବାବର ଆଜମ, ମହମ୍ମଦ ରିଜଓ୍ଵାନ, ଆଘା ଅସଲମ, ଇଫତିକାର ଅହମ୍ମଦ, ଶାଦାବ ଖାନ, ମହମ୍ମଦ ନଓ୍ଵାଜ, ଶାହିନ ଆଫ୍ରିଦି, ନସୀମ ଶାହ ଓ ହାରିସ ରଉଫ।

ଭାରତର ସମ୍ଭାବିତ ଚୂଡ଼ାନ୍ତ ଏକାଦଶ
ରୋହିତ ଶର୍ମା, ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ଇଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ଶାର୍ଦ୍ଦୁଳ ଠାକୁର/ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ଶାମି ଓ ଯଶପ୍ରୀତ ବୁମରା।