Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁରୁଣା ୱାରେଣ୍ଟ ରେ ୨ ଟି ମାମଲରେ ୨ ଜଣ ଗିରଫ

ଗୋପାଳପୁର ୨/୯ ଗୋପାଳପୁର ଥାନା ପକ୍ଷରୁ ଆଜି ପୁରୁଣା ୱାରେଣ୍ଟ ରେ ୨ ଟି ପୃଥକ୍ ପୃଥକ୍ ମାମଲାରେ ୨ ଜଣ ଙ୍କୁ ପୁଲିସ୍ ଗିରଫ କରିଛି। ଗିରଫ ୨ ଜଣ ହେଲେ ଗୋପାଳପୁର ଥାନା ଅର୍ନ୍ତଗତ ନୂଆ ଗୋଳlବନ୍ଧ ଗ୍ରାମର ଏସ.ଭେଙ୍କେଟେସ ଓ ଭେଙ୍କଟରାୟ ପୁର ଗ୍ରାମର ଅଭିମନ୍ୟୁ ନାୟକ ବୋଲି ପୁଲିସ୍ କହିଛି। ସୂଚନା ଯେ ଏସ.ଭେଙ୍କେଟେସ ଏକ ଠକେଇ ମାମଲାରେ କେସ ନଂ ୧୧୨/ ୨୦୧୯ ରେ ଜଡିତ ଥିଲା। କୋର୍ଟ ର ନିର୍ଦ୍ଦେଶ ଅବମାନନା କରିଥିବାରୁ କୋର୍ଟ ପକ୍ଷରୁ ୱାରେଣ୍ଟ ଜାରି ହୋଇଥିଲା। ଆଜି ନୂଆ ଗୋଳlବନ୍ଧ ଗ୍ରାମରୁ ଗୋପାଳପୁର ପୁଲିସ୍ କାବୁ କରି ଭେଙ୍କଟ କୁ ଗିରଫ କରିକୋର୍ଟ ଚାଲାଣ କରିଛି।ସେହିପରି ଅଭିମନ୍ୟୁ ନାୟକ ମଦ ବିକ୍ରି କରୁଥିବା ମାମଲାରେ ୨୦୨୩ ରେ କେସ ନଂ ୧୩ /୨୦୨୩ ରେ ମାମଲା ରେ ଜଡିତ ଥିଲା। କୋର୍ଟ ର ନିର୍ଦ୍ଦେଶ ଅବମାନନା କରିଥିବାରୁ କୋର୍ଟ ପକ୍ଷରୁ ୱାରେଣ୍ଟ ଜାରି ହୋଇଥିଲା। ଆଜି ଭେଙ୍କଟରାୟ ପୁର ଗ୍ରାମରୁ ଅଭିଯୁକ୍ତ କୁ କାବୁ କରି ଆଜି କୋର୍ଟ ଚାଲାଣ କରିଥିବା ପୁଲିସ୍ କହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ