Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଜଣା ଗାଡ଼ି ଧକ୍କାରେ ମୋଟରସାଇକେଲ ଚାଳକ ମୃତ୍ୟୁ।

ଗୋପାଳପୁର,୦୨/୦୯ ଜାତୀୟ ରାଜପଥ ନଂ ୧୬ ଡୁରା ଛକ ର ଅନତିଦୂରରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ମୋଟରସାଇକେଲ ଚାଳକ ଙ୍କ ମୃତ୍ୟୁ ଘଟିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ବ୍ରହ୍ମପୁର କୋଠାରୀ ମନ୍ଦିର ସାହି ପ୍ରଥମ ଲାଇନ ନିବାସୀ ଜି ଭି ଏସ କୁମାର ଜାତୀୟ ରାଜପଥ କଡ଼ରେ ଥିବା ଏକ ଢ଼ାବା ରେ ଖାଇ ଘରକୁ ଫେରୁଥିବା ବେଳେ ରାତି ସାଢ଼େ ଦଶଟା ବେଳେ ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ଆହତ ହୋଇ ରାସ୍ତା ଉପରେ ପଡ଼ିଥିଲେ। ସ୍ଥାନୀୟ ଲୋକମାନେ ଏହା ନେଇ ଜାତୀୟ ରାଜପଥ ପେଟ୍ରୋଲିଂ ଗାଡ଼ି କୁ ଖବର ଦେବା ସହ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲ ପଠାଇଥିଲେ ମଧ୍ୟ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।ଘଟଣା ନେଇ ଆଜି ଗୋପାଳପୁର ଥାନାରେ ମୃତ କୁମାର ଙ୍କ ବନ୍ଧୁ ମୁନିନ୍ଦ୍ର କୁମାର ପାଣିଗ୍ରାହୀ ଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୩୨୦/୨୩ ରେ ଏକ ମାମଲା ରୁଜୁ କରିବା ସହ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଶବକୁ ଜବତ କରିବା ସହ ବ୍ୟବଛେଦ ପୂର୍ବକ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଛି। ଦୁର୍ଘଟଣା ନେଇ ପୁଲିସ ପକ୍ଷରୁ ତଦନ୍ତ ଚାଲୁ ରହିଥିବା ପୁଲିସ ସୂଚନା ଦେଇଛି

More Stories