Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁମରାଙ୍କ ସ୍ଥାନରେ କିଏ ? ଜାଣନ୍ତୁ ନେପାଳ ବିପକ୍ଷ ମ୍ୟାଚରେ ଭାରତର ସମ୍ଭାବିତ ପ୍ଲେଇଙ୍ଗ XI

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଏସିଆ କପର ଦ୍ଵିତୀୟ ଲିଗ୍ ମ୍ୟାଚରେ ଆଜି ନେପାଳକୁ ଭେଟିବ। ଦଳର ନଜର ଏହି ମ୍ୟାଚରେ ବଡ଼ ବିଜୟ ହାସଲ କରି ସୁପର-୪ରେ ପ୍ରବେଶ କରିବା ଉପରେ ରହିଛି। ପାକିସ୍ତାନ ବିପକ୍ଷ ମୁକାବିଲା ରଦ୍ଦ ହେବା କାରଣରୁ ଭାରତୀୟ ଦଳ ଅଦ୍ୟାବଧି ମ୍ୟାଚ୍ ଜିତି ନାହିଁ। କିନ୍ତୁ ଦଳ ଖାତାରେ ଗୋଟିଏ ପଏଣ୍ଟ ରହିଛି। ଏମିତିରେ ବି ଆଜିର ମୁକାବିଲାରେ ମଦ୍ୟ ବର୍ଷା ହେବାର ଅଧିକ ସମ୍ଭାବନା ରହିଛି।

ଯଦି ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୁଏ ତେବେ ଭାରତୀୟ ଦଳ ସୁପର-୪ ପାଇଁ ଯୋଗ୍ୟତା ଅର୍ଜନ କରିବ। କିନ୍ତୁ ରୋହିତ ଶର୍ମାଙ୍କ ଦଳ ଏମିତି ଚାହିଁବ ନାହିଁ। ପାକିସ୍ତାନ ବିପକ୍ଷରେ ଦଳର ବ୍ୟାଟିଂ ପରୀକ୍ଷା ତ ହୋଇ ଯାଇଛି, କିନ୍ତୁ ବୋଲିଂ କରିବା ବାକି ରହିଛି। ତେଣୁ ଭାରତ ଚାହିଁବ ନାହିଁ ଯେ, ବିନା ପ୍ରସ୍ତୁତିରେ ଦଳ ସୁପର-୪ରେ ପହଞ୍ଚୁ। ଏମିତିରେ ନେପାଳ ବିପକ୍ଷ ମୁକାବିଲାରେ ଏମିତି ରହିପାରେ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶ।

ନେପାଳ ବିପକ୍ଷ ଏହି ମ୍ୟାଚ୍ ପାଇଁ ବୁମରା ଦଳରେ ଉପଲବ୍ଧ ନାହାନ୍ତି। ସେ ନିଜ ସନ୍ତାନ ଜନ୍ମ ପାଇଁ ସ୍ଵଦେଶ ଫେରି ଯାଇଛନ୍ତି। ତେଣୁ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ ହେବ। ବୁମରାଙ୍କ ଅନୁପସ୍ଥିତିରେ ମହମ୍ମଦ ଶାମି କିମ୍ବା ପ୍ରସିଦ୍ଧ କୃଷ୍ଣଙ୍କୁ ଦଳରେ ସୁଯୋଗ ମିଳିପାରେ। ତେବେ ଶାମିଙ୍କ ସମ୍ଭାବନା ଅଧିକ ରହିଛି। ଶାମି ଶେଷ ଦିନିକିଆ ୨୦୨୩ ମାର୍ଚ୍ଚରେ ଖେଳିଥିଲେ। ସେ ଭାରତ ପାଇଁ ଅଦ୍ୟାବଧି ୧୬୨ ଓ୍ଵିକେଟ୍ ନେଇ ସାରିଛନ୍ତି। ସେ ଆଗାମୀ ବିଶ୍ଵକପ୍ ୨୦୨୩ରେ ଭାରତୀୟ ଦଳର ପ୍ରମୁଖ ବୋଲର। ଏମିତିରେ ତାଙ୍କୁ ସୁଯୋଗ ଦେବା ଗୁରୁତ୍ଵପୂର୍ଣ୍ଣ।

ଏହା ବ୍ୟତୀତ କୌଣସି ଖେଳାଳି ଆହତ ହୋଇ ନ ଥିବାରୁ ଦଳରେ ଅନ୍ୟ ପରିବର୍ତ୍ତନ ହେବାର କୌଣସି ସମ୍ଭାବନା ନାହିଁ। ଭାରତ ପାକିସ୍ତାନ ବିପକ୍ଷ ମ୍ୟାଚରେ ୫ ବିଶେଷଜ୍ଞ ବ୍ୟାଟର ଓ ୩ ବିଶେଷଜ୍ଞ ବୋଲର ସହ ମଇଦାନକୁ ଓହ୍ଲାଇଥିଲା। ଅଲରାଉଣ୍ଡର ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡ଼େଜାଙ୍କ ବ୍ୟତୀତ ଶାର୍ଦ୍ଦୁଳ ଠାକୁର ମଧ୍ୟ ଦଳରେ ଥିଲେ। ଭାରତ ନେପାଳ ବିପକ୍ଷରେ ଏହି ରଣନୀତି ଆପଣାଇପାରେ।

ଭାରତର ସମ୍ଭାବିତ ଚୂଡ଼ାନ୍ତ ଏକାଦଶ
ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, ଇଶାନ କିଷନ(ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମହମ୍ମଦ ଶାମି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ