Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାଲିଆଗଡ ରେ ବାସନ୍ଦ ହୋଇଥିବା ୭୦ ପରିବାର ଉପରୁ ବାସନ୍ଦ ହଟିବ କେବେ? ନହଟିଲେ ଆନ୍ଦୋଳନ ଧମକ।

ଗୋପାଳପୁର,୦୫/୦୯ ଗୋଳନ୍ଥରା ଥାନା ଅନ୍ତର୍ଗତ ଭାଲିଆଗଡ ଗ୍ରାମରେ ପ୍ରାୟ ୭୦ ପରିବାର କୁ କୂଳ ସମାଜ ପକ୍ଷରୁ ଗତ ୫ ବର୍ଷ ଧରି ବାସନ୍ଦ କରା ଯାଇଥିବାରୁ ପରିବାର ସଦସ୍ୟ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଆଜି ଗୋଳନ୍ଥରା ସ୍ଥିତ ଇଶାଣେଶ୍ବର ମନ୍ଦିର ପରିସରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ ପୀଡ଼ିତ ପରିବାର ର ସଦସ୍ୟ ମାନେ ଅଭିଯୋଗ କରିଛନ୍ତି।ଏହା ସହ ଏହି ଘଟଣାରେ ପୁଲିସ ଓ ପ୍ରଶାସନ ପକ୍ଷରୁ ଉଚିତ ପଦକ୍ଷେପ ଗ୍ରହଣ ପୂର୍ବକ ବାସନ୍ଦ ନହଟିଲେ ପୀଡ଼ିତ ପରିବାର ସଦସ୍ୟ ମାନେ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି କହିଛନ୍ତି। ଅଭିଯୋଗ ଅନୁଯାୟୀ ଭାଲିଆଗଡ ରେ ନିଖିଳ ଓଡ଼ିଶା ତେଲେଙ୍ଗା କୂଳ ସମାଜ ରହିଥିବା ବେଳେ ଗତ ୨୦୧୮ ମସିହାରେ ସାମାନ୍ୟ କଥାକୁ ନେଇ କୂଳ ସମାଜ ପକ୍ଷରୁ ଗାଁ ରେ କଙ୍ଗାରୁ କୋର୍ଟ କରାଯାଇ ଗ୍ରାମର ଏମ ମୋହନ ରାଓ ଓ ୟାଇ ଗଣପତିଙ୍କ ପରିବାର କୁ ଫାଇନ ବାନ୍ଧିବା ପାଇଁ ତାଗିଦ କରାଯାଇଥିଲା, ନହେଲେ ଗାଁ ରୁ ବାସନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ଏଥିରେ ଙ୍କ ପରିବାର ରାଜି ନହେବାରୁ ତାଙ୍କୁ ଗାଁ ରୁ ବାସନ୍ଦ କରାଯାଇଥିଲା। କାଳକ୍ରମେ ବିଭିନ୍ନ ଆଳ ଦେଖାଇ ଗାଁ ର ପ୍ରାୟ ୬୦ ପରିବାର ସମେତ ବାସନ୍ଦ ହୋଇଥିବା ପରିବାର ର ସମ୍ପର୍କୀୟ ତଥା ଏରେଣ୍ଡ୍ରା, କିଶୋରଚନ୍ଦ୍ର ପୁର, ସମେତ ପୁରୁଷୋତ୍ତମପୁର ଅଞ୍ଚଳର ୧୬ ଖଣ୍ଡ ଗାଁରେ ବସବାସ କରୁଥିବା ପ୍ରାୟ ୪୦ ପରିବାରକୁ ମଧ୍ୟ ବାସନ୍ଦ କରି ଦିଆଯାଇଛି।ଏହି ପରିବାର ପକ୍ଷରୁ ସେମାନଙ୍କ ଉପରେ ଲାଗିଥିବା ବାସନ୍ଦ ହଟାଇବା ପାଇଁ ପୁଲିସ ସମେତ ପ୍ରଶାସନିକ ଅଧିକାରୀ ଙ୍କ ଠାରେ ଗୁହାରି କରିଥିବା ସହ ସେମାନଙ୍କ ମାନବାଧିକାର ହନନ ହେଉଥିବା ସହ ବାସନ୍ଦ ଯୋଗୁଁ ବାସନ୍ଦ ପରିବାରର ମହିଳା ମାନେ ସୁରକ୍ଷିତ ମଣୁ ନଥିବା ନେଇ ଅଭିଯୋଗ କରିଥିଲେ ମଧ୍ୟ ଆଜି ଯାଏଁ କୌଣସି ସୁଫଳ ମିଳି ନଥିବା ସାମ୍ବାଦିକ ସମ୍ମିଳନୀ ରେ ଉପସ୍ଥିତ ରହିଥିବା ଏମ ମନମୋହନ ରାଓ,ଓ୍ବାଇ ଗଣପତି,ଏ ପାପାରାଓ,ଡି ହେମ କୁମାର,ବି ଦାମୋଦର,ଏ ଲୋକନାଥ,ଏ ବାଇରୀ,ଏମ ବଲ୍ଲଭ ରାଓ,ଏମ ଚଳପତି,ଏସ ଦାଣ୍ଡାସି,ଏମ ବାବାରାଓ,ପି ସିମାଦ୍ରି,ଏମ ବୁଦ୍ଦି,ବି ସାବିତ୍ରୀ,ଏ ଇନ୍ଦିରା,ଏମ ରମେଶ,ବି ରବିନ୍ଦ୍ର ପ୍ରମୁଖ ମତପୋଷଣ କରିଛନ୍ତି।ଏହା ସହ ଏହା ମଧ୍ୟରେ ବାସନ୍ଦ ହୋଇଥିବା ପରିବାର ସହ ଅନ୍ୟ ଲୋକମାନଙ୍କ ମଧ୍ୟରେ ଝଗଡ଼ା ଲାଗି ପ୍ରାୟ ୧୬ ରୁ ଉର୍ଦ୍ଧ୍ବ ମାମଲା ଥାନାରେ ଋଜୁ ହୋଇଥିବା ମଧ୍ୟ ପରିବାର ସଦସ୍ୟମାନେ ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ସେମାନଙ୍କ ଉପରେ ଲାଗିଥିବା ବାସନ୍ଦ ନହଟିଲେ, ପରିବାର ସଦସ୍ୟମାନେ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଆଜି ମତପୋଷଣ କରିଛନ୍ତି। ଏଣୁ ପ୍ରଶାସନ ପକ୍ଷରୁ ଏଥି ପ୍ରତି ଦୃଷ୍ଟି ଦେବା ସହ ବାସନ୍ଦ ଘଟଣା ହଟାଇବାକୁ ଦାବି ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories