Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇଜର କ୍ୟାମ୍ପସ ରେ ଗୁଣ୍ଡାରାଜ !ଲୁହା ରଡ଼ ମାଡ଼ରେ ପ୍ରୋଜେକ୍ଟ ଇନଚାର୍ଜ ସମେତ ସିକ୍ୟୁରିଟି ଇନଚାର୍ଜ ଲହୁଲୁହାଣ।୩ ଅଭିଯୁକ୍ତ କୋର୍ଟ ଚାଲାଣ।

ଗୋପାଳପୁର,୦୫/୦୯ ଗୋଳନ୍ଥରା ଥାନା ଅନ୍ତର୍ଗତ ଲଉଡିଗାଁ ଠାରେ ଥିବା ନିର୍ମାଣଧୀନ ଆଇଜର କ୍ୟାମ୍ପସ ପରିସରରେ ଆଜି ଦିନ ୧୧ ଟା ବେଳେ ୧୫ ରୁ ଉର୍ଦ୍ଧ୍ବ ଯୁବକ ପହଞ୍ଚି କର୍ମଚାରୀ ଙ୍କୁ ଲୁହାରଡ ରେ ଉୟଭୀତ କରିବା ସହ ପ୍ରୋଜେକ୍ଟ ଇନଚାର୍ଜ ଓ ସିକ୍ୟୁରିଟି ଇନଚାର୍ଜ କୁ ମାଡ଼ ମାରି ଲହୁ ଲୁହାଣ କରିବା ଅଭିଯୋଗରେ ପୁଲିସ ୩ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ। ଗିରଫ ଅଭିଯୁକ୍ତ ମାନେ ହେଲେ କୋଳଥିଗାଁ ର ସଞ୍ଜୟ ପରିଡ଼ା (୩୬), କେଲୁଆପଲ୍ଲୀ ର ସୁରଜ୍ କୁମାର ନାୟକ (୨୯) ଓ ଦାସପୁର ର ଅଜିତ କୁମାର ବେହେରା (୨୮) ବୋଲି ପୁଲିସ ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ ଆଜି ସକାଳ ୧୧ ଟା ବେଳେ ସ୍ଥାନୀୟ ଅଞ୍ଚଳର ୧୫ ରୁ ଉର୍ଦ୍ଧ୍ବ ଯୁବକ ହଠାତ କ୍ୟାମ୍ପସ ପରିସରରେ ପହଞ୍ଚି ପ୍ରୋଜେକ୍ଟ ଇନଚାର୍ଜ ବିକାଶ କୁମାର ରୁସ୍ତାଗି ଙ୍କ ପ୍ରକୋଷ୍ଠ ରେ ଧସେଇ ପସି ତାଙ୍କୁ ଗାଳିଗୁଲଜ କରିଥିଲେ।ଏହାର ପ୍ରତିବାଦ କରିବାରୁ ଯୁବକ ମାନେ ସାଥିରେ ନେଇଥିବା ଲୁହା ରଡ଼ ରେ ବିକାଶ କୁ ଆକ୍ରମଣ କରିଥିଲେ।ଘଟଣା କୁ ଦେଖି ସେଠାରେ ଉପସ୍ଥିତ ରହିଥିବା ସିକ୍ୟୁରିଟି ଇନଚାର୍ଜ ଆରେୟା ରେଡ୍ଡୀ ସେଠାରେ ପହଞ୍ଚିବାରୁ ଯୁବକ ମାନେ ଆରେୟା ଙ୍କୁ ମଧ୍ୟ ଲୁହାରଡ ରେ ଆକ୍ରମଣ କରିଥିଲେ। ଏଥିରେ ବିକାଶ ସମେତ ଆରେୟା ଆହତ ହୋଇଥିଲେ।ପରେ ଅନ୍ୟ କର୍ମଚାରୀ ମାନେ ସେଠାରେ ପହଞ୍ଚି ଯିବାରୁ ଯୁବକ ମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ।ଘଟଣା ନେଇ ବିକାଶ ଙ୍କ ପକ୍ଷରୁ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୪୩୪/୨୩ ରେ ଏକ ମାମଲା ରୁଜୁ କରିବା ଉପରୋକ୍ତ ୩ ଅଭିଯୁକ୍ତ କୁ ହତ୍ୟା ଉଦ୍ୟମ ମାମଲାରେ କୋର୍ଟ ଚାଲାଣ କରିଛି। ଅନ୍ୟ ପଟେ ଏହି ଘଟଣାରେ ସାମିଲ ରହିଥିବା ସ୍ଥାନୀୟ ଏକ‌ ପଞ୍ଚାୟତ ର ସରପଞ୍ଚ ସମେତ ଅନ୍ୟ ମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories