Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ଗୁରୁପୂଜନ କାଯ୍ୟକ୍ରମ

ବେଲଗୁଣ୍ଠା,05/09, ଆଜି ପବିତ୍ର ଗୁରୁ ଦିବସ ଅବସରରେ ବେଲଗୁଣ୍ଠା ବ୍ଳକ୍ ମାଆ ବୁଢାକେନ୍ଦୁ ପୀଠରେ ଏକ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଭଞ୍ଜନଗର ଶିକ୍ଷା ଜିଲ୍ଳା ୟୁଜିଏମ୍ଇ ଶିକ୍ଷକ ସଂଘ ପ୍ରାକ୍ତନ ସଭାପତି ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରୋହିତ୍ୟ ଏବଂ ଅବସରପ୍ରାପ୍ତ ଶିକ୍ଷକ ବିରେନ୍ଦ୍ର ସାବତ, ପ୍ରତାପ ଚନ୍ଦ୍ର ଶତପଥୀ ଏବଂ ଦୈତାରୀ ମହାରଣାଙ୍କ ପୃଷ୍ଠପୋଷକତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ରୂପେ ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ଗୌରାଙ୍ଗ ଚରଣ ରଣା, ଭିକାରୀ ମିଶ୍ର,ଶ୍ରୀଧର ବିଷୋୟୀ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ପରିଡ଼ା ପ୍ରମୁଖ ମଞ୍ଚାସୀନ ଥିଲେ I କାର୍ଯ୍ୟକ୍ରମକୁ ଶିକ୍ଷକ ଛାୟାକାନ୍ତ ମହାପାତ୍ର ଏବଂ ସନିତ୍ କୁମାର ଜେନା ମଞ୍ଚ ସଂଯୋଜନା କରିଥିବା ବେଳେ ଚନ୍ଦ୍ର ଶେଖର ପଣ୍ଡା, ଚିନ୍ମୟ ପ୍ରଧାନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I କାର୍ଯ୍ୟକ୍ରମରେ ସୋରଡା ବେଲଗୁଣ୍ଠା,ଆସିକା,ଭଞ୍ଜନଗର ଏବଂ ବୁଗୁଡ଼ାରୁ ଅବସରପ୍ରାପ୍ତ ଶିକ୍ଷକ ବିଜୟ କୁମାର ପଣ୍ଡା,ପିତାମ୍ବର ପରିଡ଼ା, ଶରତଚନ୍ଦ୍ର ଦାସ,ରମାବଲ୍ଲଭ ବେହେରା, ରମେଶ ଚନ୍ଦ୍ର ଦାସ,କୈଳାସ ଶତପଥୀ,ଉମାଚରଣ ତ୍ରିପାଠୀଙ୍କ ସମେତ ଶହେରୁ ଊର୍ଦ୍ଧ୍ଵ ସେବା ନିବୃତ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉପଢୌକନ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା I କାର୍ଯ୍ୟକ୍ରମରେ ପର୍ଶୁଲୁଣ୍ଡା ସଂକୀର୍ତ୍ତନ ମଣ୍ଡଳୀ ସହଯୋଗ କରିଥିଲେ I ସେହିପରି ପାଇଲିପଡ଼ା ପଞ୍ଚାୟତ ଅନ୍ତର୍ଗତ କେ.ନୂଆଁଗଡ଼ ନୋଡ଼ାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଇଲିପଡ଼ା ପଞ୍ଚାୟତର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଙ୍ଗନୱାଡ଼ି କର୍ମୀଙ୍କୁ ନେଇ ପଞ୍ଚାୟତସ୍ତରୀୟ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ସ୍ଥାନିୟ ସରପଞ୍ଚ ଜୟରାମ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗୁରୁପୂଜନ କାର୍ଯ୍ୟକ୍ରମରେ ଅତିଥି ରୂପେ ଅବସରପ୍ରାପ୍ତ ଶିକ୍ଷକ ବୃନ୍ଦାବନ ଦାସ, ସାଂସଦ ପ୍ରତିନିଧି ସନ୍ତୋଷ କୁମାର ସ୍ୱାଇଁ, ପାଇଲିପଡ଼ା ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଉଦୟନାଥ ବେହେରା, କେ.ନୂଆଁଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୀମାଞ୍ଚଳ ପ୍ରଧାନ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିଦେଶୀ ବାଡ଼ତ୍ୟା,ସୁଧୀର କୁମାର ଦାସ, ଆଇନଜୀବୀ ଶ୍ରୀକାନ୍ତ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ I କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉପଢ଼ୌକନ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନୀତ କରାଯାଇଥିଲା I କାର୍ଯ୍ୟକ୍ରମରେ ସମସ୍ତ ଆଶାକର୍ମୀ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସହଯୋଗ କରିଥିଲେ I