Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜିଠୁ ଏସିଆ କପର ସୁପର-୪ ମୁକାବିଲା, ମୁହାଁମୁହିଁ ହେବେ ପାକିସ୍ତାନ-ବାଂଲାଦେଶ

ନୂଆଦିଲ୍ଲୀ: ଏସିଆ କପରେ ଆଜିଠୁ ସୁପର-୪ ମୁକାବିଲା ଆରମ୍ଭ ହେବ। ସୁପର-୪ରେ ପହଞ୍ଚିବା ୪ ଦଳ ହେଉଛନ୍ତି ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶ। ସୁପର-୪ର ପ୍ରଥମ ମୁକାବିଲା ଆଜି ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ଲାହୋରରେ ଖେଳାଯିବ।

ଏସିଆ କପରେ ମୋଟ୍ ୬ଟି ଦଳ ଅଂଶଗ୍ରହଣ କରିଥିଲେ। ନେପାଳ ଓ ଆଫଗାନିସ୍ତାନ ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। ଗ୍ରୁପ-ଏରୁ ପାକିସ୍ତାନ ଓ ଭାରତ ଏବଂ ଗ୍ରୁପ-ବିରୁ ଶ୍ରୀଲଙ୍କା ଓ ବାଂଲାଦେଶ ପରବର୍ତ୍ତୀ ପର‌୍ୟ୍ୟାୟରେ ପହଞ୍ଚିଛନ୍ତି। ଏବେ ୪ଟି ଦଳକୁ ନେଇ ସୁପର-୪ ମୁକାବିଲା ଖେଳାଯିବ। ଏଥିରୁ ଶୀର୍ଷ ୨ ଦଳ ଫାଇନାଲକୁ ଉନ୍ନୀତ ହେବେ। ସୁପର-୪ରେ ସେପ୍ଟେମ୍ବର ୧୦ରେ ଭାରତ ଓ ପାକିସ୍ତାନ ମଧ୍ୟରେ ବଡ଼ ମୁକାବିଲା ଖେଳାଯିବ।

ସୁପର-୪ର ଖେଳସୂଚୀ
ସେପ୍ଟେମ୍ବର ୬- ପାକିସ୍ତାନ ବନାମ ବାଂଲାଦେଶ, ଲାହୋର
ସେପ୍ଟେମ୍ବର ୯- ଶ୍ରୀଲଙ୍କା ବନାମ ବାଂଲାଦେଶ, କଲୋମ୍ବୋ
ସେପ୍ଟେମ୍ବର ୧୦- ଭାରତ ବନାମ ପାକିସ୍ତାନ, କଲୋମ୍ବୋ
ସେପ୍ଟମେ୍ବର ୧୨- ଭାରତ ବନାମ ଶ୍ରୀଲଙ୍କା, କଲୋମ୍ବୋ
ସେପ୍ଟେମ୍ବର ୧୪- ପାକିସ୍ତାନ ବନାମ ଶ୍ରୀଲଙ୍କା, କଲୋମ୍ବୋ
ସେପ୍ଟେମ୍ବର ୧୫- ଭାରତ ବନାମ ବାଂଲାଦେଶ, କଲୋମ୍ବୋ
ସେପ୍ଟେମ୍ବର ୧୭- ଫାଇନାଲ୍, କଲୋମ୍ବୋ

ତେବେ ସବୁଠୁ ବଡ଼ କଥା ସୁପର-୪ର ପ୍ରଥମ ମ୍ୟାଚ୍ ପାକିସ୍ତାନରେ ଖେଳାଯିବା ପରେ ଅବଶିଷ୍ଟ ମ୍ୟାଚ୍ ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋର ଆର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ। ତେବେ ପାଲ୍ଲିକଲ ପରି କଲୋମ୍ବାରେ ମଧ୍ୟ ବର୍ଷାର ଅଧିକ ସମ୍ଭାବନା ରହିଛି। ତେଣୁ ମ୍ୟାଚ୍ ଧୋଇ ଯିବାର ଆଶଙ୍କା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ