Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୂର ରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ….ସାଧାରଣ ଲୋକଙ୍କ ସହ ଆସ୍ତାଭାଜନ ହିଁ ମୂଳଲକ୍ଷ….

ଲକ୍ଷ୍ମୀପୂର ୦୬.୦୯….ଲକ୍ଷ୍ମୀପୂର ଥାନା ପରିସର ରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂତନ ଆଇଆଇସି ସୁଜ୍ଞାନୀ ସାହୁ ଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି ପୋଲିସ ସମିତି ବୈଠକ ରେ ବିଧାୟକ ପ୍ରଭୁଜାନି,ଜିଲ୍ଲା ଅତିରିକ୍ତ ଏସପି ବଳଭଦ୍ର ଦୀପ, ଏସଡିପିଓ ବିଏନ ନାୟକ, ବିଡ଼ିଓ ପ୍ରୀତିରଞ୍ଜନ ରଥ, ଅଧ୍ୟକ୍ଷା ଶୁଆଇ କୁଲେସିକା, ପୂର୍ବତନ ସାଂସଦ ଝିନ ହିକକା, ପୂର୍ବତନ ବିଧାୟକ କୈଳାଶ କୁଲେସିକା ପ୍ରମୁଖ ମଂଚାସୀନ ରହିଥିଲେ।ରାଜ୍ୟ ସରକାର ପୋଲିସ ବିଭାଗ କୁ ମୋ ସରକାର ରେ ଅନ୍ତର୍ଭୁକ୍ତ କରି ସାଧାରଣ ଲୋକଙ୍କ ସହ ପୋଲିସ କିପରି ଭଲ ଭାବେ ବ୍ୟବହାର କରୁଛି ଓ ଜନ ସାଧାରଣ ଙ୍କ ଆସ୍ତାଭାଜନ ହୋଇ ପାରିବ ସେଠି ସକାଶେ ପ୍ରୟାସ ଜାରି ରଖି ଛନ୍ତି, ତଥାପି ପୋଲିସ ଉପରେ ଲୋକେ କାହିଁକି ଆସ୍ତା ଭାଜନ ହୋଇ ପାରୁନାହାନ୍ତି ଓ କଣ କରାଗଲେ ଲୋକେ ଆସ୍ତା ଭାଜନ ହୋଇ ପାରିବେ ସେ ନେଇଁ ଅତିରିକ୍ତ ଏସପି ଙ୍କ ସହ ଏସଡିପିଓ ଉପସ୍ଥିତ ଲୋକଙ୍କୁ ବୁଝାଇ ଥିଲେ। ଅଞ୍ଚଳ ରେ ଯେକୌଣସି ସମସ୍ୟା ଥିଲେ ନିର୍ଦ୍ୱନ୍ଦ୍ୱ ରେ ପୋଲିସ କୁ ଜଣାନ୍ତୁ ବୋଲି କୁହ ଯାଇଥିଲା। ସାଧାରଣ ଲୋକଙ୍କ ସେବା ସକାଶେ ହିଁ ପୋଲିସ ରହିଛି, ଲୋକେ ଯେଉଁ ଭଳି ଭାବେ ପୋଲିସ କୁ ସହଯୋଗ କରିବେ ପୋଲିସ ମଧ୍ୟ ସେହିପରି ସହଯୋଗ କରିବ, ଏପରିକି କୌଣସି ସ୍ଥାନରେ କିଛି ଦୁର୍ଘଟଣା, ଅପରାଧିକ କାର୍ଯ୍ୟ, କିମ୍ବା ଗଣ୍ଡଗୋଳ ହଉଥିବା ଜାଣିଲେ ତୁରନ୍ତ ପୋଲିସ କୁ ଜଣାଇବା ସକାଶେ ଆଇଆଇସି ସୁଜ୍ଞାନୀ ସାହୁ ପ୍ରକାଶ କରିଥିଲେ। ବୈଠକ ରେ ବ୍ଲକ ର ଅନେକ ସରପଞ୍ଚ ସମିତିସଭ୍ୟ, ଲୋକ ପ୍ରତିନିଧି, ବଣିକ ସଂଘ ସଦସ୍ୟ,ବିଭିନ୍ନ ଦଳ ର ବ୍ଲକ ସ୍ତରୀୟ ନେତା, ବୟୋଜ୍ୟଷ୍ଟ ବ୍ୟକ୍ତି ଙ୍କ ସମେତ ଗାଁ ର ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଥିବା ବେଳେ ନୁଆଁ ଵସଷ୍ଟାଣ୍ଡ ଠାରୁ ପୁରୁଣା ବସ ଷ୍ଟାଣ୍ଡ ସମେତ ଗାଁ ର ଅଧିକାଂଶ ସ୍ଥାନରେ ବୁଲା ଗୋରୁ ଗାଈ ଙ୍କ ଦୌରାତ୍ମ୍ୟ ରେ ଗାଁ ଲୋକେ ଅତିଷ୍ଠ ହେଉଥିବା, ଟ୍ରାଫିକ ସମସ୍ୟା ଲାଗି ରହୁଥିବା, ରାତ୍ର କାଳୀନ ପେଟ୍ରୋଲିଙ୍ଗ ଯେପରି ଅଧିକ କରାଯାଇପାରିବ ସେଥି ସକାଶେ କୁହ ଯାଇଥିଲା। ଗତ ପ୍ରାୟ ଦୁଇ ମାସ ହେବ ଚୋରି, ରାହାଜାନି, ଛୁରୀ ଭୁଷା ଭୂଷି ଭଳି ଘଟଣା ହୋଇନି, କିନ୍ତୁ ଲକ୍ଷ୍ମୀପୂର ଅଞ୍ଚଳ ଖଣି ଅଂଚଳ ହୋଇଥିବା କାରଣ ରୁ ବାହାର ରାଜ୍ୟ ର ଅନେକ ଲୋକ ଜୀବିକା ଅନେଶ୍ଵଣ ରେ ଏଠାରେ ଆସି ରହୁଛନ୍ତି, ତେଣୁ କିଛି ମୃଷ୍ଟି ମେୟ ଲୋକଙ୍କ ଉପରେ ନଜର ରଖିବା କୁ ମଧ୍ୟ କୁହ ଯାଇଥିଲା। ଦୀର୍ଘ ଦିନ ର ବ୍ୟବଧାନ ପରେ ପୋଲିସ ସମିତି ବୈଠକ ଆୟୋଜନ କରାଯିବା ସହ ସାଧାରଣ ଲୋକଙ୍କୁ କିଛି କହିବାର ସୁଯୋଗ ଦିଆଯାଇଥିବା କାରଣରୁ ଲୋକେ ପୋଲିସ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ