Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଧାରଣାରେ ବସିଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ

ପାରଳାଖେମୁଣ୍ଡି:୭/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ୧୮ ତାରିଖ ଠାରୁ ଧାରଣାରେ ବସିଥିବା ପଞ୍ଚାୟତ ନିର୍ଵାହୀ ଅଧିକାରୀ ମାନଙ୍କୁ , ପାରଳା ବିଧାୟକ କେ ନାରାୟଣ ରାଓ ଧାରଣା ସ୍ଥଳକୁ ଯାଇ ସଂଘ କର୍ମକର୍ତ୍ତାଙ୍କୁ ଭେଟିଛନ୍ତି । ୨ ଦଫା ଦାବିକୁ ନେଇ ରାଜ୍ୟ ସଂଘର ଆହ୍ବାନ କ୍ରମେ ଜିଲ୍ଲା ସଂଘ ପକ୍ଷରୁ ଏପରି କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି । ବିଧାୟକଙ୍କ ହସ୍ତକ୍ଷେପ ଲୋଡ଼ି ଦାବି ପୂରଣ ପାଇଁ ସଂଘ ପକ୍ଷରୁ ଏକ ସ୍ମାରକ ପତ୍ର ବିଧାୟକଙ୍କୁ ପ୍ରଦାନ କରାଯାଇଥିଲା । ସଂଘ ପକ୍ଷରୁ ଧାରଣା ଯୋଗୁ ବିଭିନ୍ନ ପ୍ରକାର କାର୍ଯ୍ୟ ଗ୍ରାମାଞ୍ଚଳରେ ବ୍ୟାଘାତ ଘଟିଛି । ସଂଘ ସଭାପତି ରାଜେନ୍ଦ୍ର କୁମାର ରଥ, ଉପସଭାପତି ମଧୁ ପୋଲକି, ସମ୍ପାଦକ ସନ୍ତୋଷ କୁମାର ବାହାଦୁର ପ୍ରମୁଖ ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ସ୍ମାରକ ପତ୍ର ବିଧାୟକଙ୍କୁ ପ୍ରଦାନ କରିଥିଲେ

More Stories