Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ସହାୟତା ରାଶି ବଣ୍ଟନ

ଲକ୍ଷ୍ମୀପୁର ୦୭।୦୯ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ରେ ଥିବା ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ରେ ଆର୍ଥିକ ରାଶି ପ୍ରଦାନ କରାଯାଇଛି ।ଏହି ଯୋଜନାରେ ବହୁ ସଂଖ୍ୟାରେ ଶ୍ରମିକ ଓ ତାଙ୍କ ପରିବାର ସଦସ୍ୟ ମାନେ ଉପକୃତ ହେଇ ପାରିବେ ବୋଲି କୁହାଯାଇଛି। ଆଜି ସ୍ଥାନୀୟ ପଂଚାୟତ ସମିତି କର୍ଯ୍ୟାଳୟ ର ସ୍ୱୟଂ ସହାୟକ ଗୋଷ୍ଠୀ ତାଲିମ କେନ୍ଦ୍ର ଠାରେ ଜିଲ୍ଳା ଶ୍ରମ ବିଭାଗ ତରଫରୁ ଆୟୋଜିତ ଅର୍ଥ ରାଶି ପ୍ରଦାନ ଶିବିରରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ବିଧାୟକ ପ୍ରଭୁ ଜାନୀ,ସମ୍ମାନିତ ଅତିଥି ଭାବେ ପଂଚାୟତ ସମିତି ଅଧ୍ୟକ୍ଷା ଶୁଆଇ କୁଲେଶିକା,ସରପଞ୍ଚ ଶ୍ୟାମସୁନ୍ଦର ତାଡିଙ୍ଗି,ଗ୍ରାମ ପଞ୍ଚାୟତ ଅଧିକାରୀ ସୁଧୀର ବେହେରା,ଜିଲ୍ଲା ଶ୍ରମ ଅଧିକାରୀ ବୃନ୍ଦାବନ ସେଠୀ,
ଅତିରିକ୍ତ ଶ୍ରମ ଅଧିକାରୀ କୋରାପୁଟ ବୁଲୁ ଶ୍ରୀ ହରିଆ ଯୋଗ ଦେଇ ଶ୍ରମିକ ମାନଙ୍କ ନିମନ୍ତେ ରାଜ୍ୟ ସରକାର ପ୍ରଚଳିତ କରିଥିବା ପ୍ରତ୍ୟେକ ଯୋଜନାର ଲାଭ କିପରି ଉଠାଇବେ ସେ ବିଷୟରେ ବୁଝାଇଥିଲେ।ଏଥିରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ଥିବା ଚାରୋଟି ବ୍ଲକ୍ ର
୧୬୪ ଜଣଙ୍କୁ ବିଭିନ୍ନ ଯୋଜନା ଅନୁଯାୟୀ ୫୬ ଲକ୍ଷ ୩୦ ହଜାର ୬ସହ ଟଙ୍କା ସହାୟତା ରାଶି ଚେକ ମାଧ୍ୟମ ରେ ବଣ୍ଟନ କରା ଯାଇଥିବା ବେଳେ ୨୦ ଜଣ ଅଣସଂଗଠିତ ଶ୍ରମିକମାନଙ୍କୁ ଶ୍ରମ କାର୍ଡ ପ୍ରଦାନ କରା ଯାଇଥିଲା।ସମାଜ ସେବୀ ନରେନ୍ଦ୍ର ଗରଡ଼ା ଏହାର ପଞ୍ଜିକରଣ ଦାୟିତ୍ଵ ନେଇ ଥିବା ବେଳେ ଜୟପୁର ଅତିରିକ୍ତ ଶ୍ରମ ଅଧିକାରୀ ଚୈତନ୍ୟ ଶ୍ରୀମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ