Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାତୀୟ ରାଜପଥ ପାଇଁ ବିପଦ ସାଜିଛି ପାଉଁଶ ଗାଡ଼ି…ଓଭରଲୋଡ ସକାଶେ ହଉଛି ରାସ୍ତା ଖରାପ ସହ ଦୁର୍ଘଟଣା..

ଲକ୍ଷ୍ମୀପୁର.୦୭।୦୯ ରାୟଗଡ଼ା ଜିଲ୍ଲା ଟିକିରୀ ସ୍ଥିତ ଆଦିତ୍ୟ ଆଲୁମିନା କମ୍ପାନିରୁ ବାହାରୁଥିବା ପାଉଁଶ (ଆସ )ଦୈନିକ ଲକ୍ଷ୍ମୀପୁର ରେଲୱେ ରାସ୍ତା ଦେଇ ୩୨୬ ନମ୍ବର ଜାତୀୟ ରାଜପଥ ଉପରକୁ ବାହାରି ଲକ୍ଷ୍ମୀପୁର ଅଞ୍ଚଳର ବିଭିନ୍ନ ଫେବର୍ ବ୍ରିକ୍ସ୍ ଓ ଇଟା ଫେକ୍ଟ୍ରି ସହିତ ନବରଙ୍ଗପୁର ବୋରିଗୁମ୍ମା ଅଂଚଳ ରେ ଚାଲିଥିବା ଭାରତମାଳା ରାସ୍ତା କାର୍ଯ୍ୟକୁ ହାଇୱା ଗାଡି ରେ ନିଆଯାଉଛି ।ଦୈନିକ ୨୫ ରୁ ୩୦ ଟନ୍ ଲେଖାଏଁ ପାଉଁଶ ବୋଝେଇ ହୋଇ ୫୦ରୁ ଉର୍ଦ୍ଧ୍ବ ହାଇୱା ଗାଡ଼ି ଜାତୀୟ ରାଜପଥ ଉପରେ ପରିବହନ କରୁଛି।ପାଉଁଶ ପରିବହନ ଯୋଗୁଁ ଟିକିରି ଠାରୁ ଲକ୍ଷ୍ମୀପୁର ପର୍ଯ୍ୟନ୍ତ ଲମ୍ବି ଥିବା ୨୦ କିଲୋମିଟର ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବା ବେଳେ ରାସ୍ତା କଡ଼ରେ ଥିବା ଦୁଇଟି ଜିଲ୍ଲାର ୩୦ରୁ ଉର୍ଦ୍ଧ୍ବ ଗ୍ରାମର ଲୋକେ ନାହିଁ ନଥିବା ସମସ୍ୟାର ସମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।ବର୍ତ୍ତମାନ ଜାତୀୟ ରାଜପଥ ପାଇଁ ଉକ୍ତ ପାଉଁଶ ବୋଝେଇ ହାଇୱା ଗାଡ଼ି ବିପଦ ସାଜିଛି।ବର୍ଷା ପାଣି ରେ ଓଦା ହୋଇ ଉକ୍ତ ଗାଡିରୁ ପାଉଁଶ ସବୁ ରାସ୍ତା ସାରା ବୋହି ବୋହି ଯାଉଥିବାରୁ ଅନ୍ୟ ଯାନବାହାନ ପାଇଁ ବିପଦ ସାଜିଛି।ଏଥି ସହ ହାଇୱା ଗାଡ଼ି ଗୁଡ଼ିକ କ୍ଷମତା ଠାରୁ ଅଧିକ ପରିମାଣର ପାଉଁଶ ବୋଝେଇ କରି ନେଉଥିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହେଉଥିବା ଦେଖିବାକୁ ମିଳିଛି।ଏନେଇ ବାରମ୍ବାର ଅଭିଯୋଗ ହେଇ ଆସୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କିମ୍ବା ଦୁଇ ଜିଲ୍ଲା ର ପରିବହନ ବିଭାଗ ପୋଲିସ କାହାକୁ ବି କିଛି ଦେଖା ଯାଉନଥିବା ଭଳି ଚୁପ ବସିଛନ୍ତି ।ରାଜ୍ୟ ସରକାର କୋଟି କୋଟି ଟଙ୍କା ରେ ରାସ୍ତା ତିଆରି କରୁଥିବା ବେଳେ ବେଆଇନ ଭାବେ ଓଭର ଲୋଡିଂ କରି ରାସ୍ତା ଖରାପ କେତେ ଦୂର ଯୁକ୍ତି ଯୁକ୍ତ ବୋଲି ବୁଦ୍ଧିଜୀବୀ ମାନେ ପ୍ରଶ୍ନ କରିଛନ୍ତି।ବର୍ତ୍ତମାନ କାକିରୀଗୁମ୍ମା ଥାନା ଅନ୍ତର୍ଗତ କୁସୁମଗୁଡ଼ା ଘାଟି ଉପରେ ଏକ ପାଉଁଶ ବୋଝେଇ ହାଇୱା ଦୁଇ ଦିନ ହେଲାଣି ଦୁର୍ଘଟଣାର ଶିକାର ହୋଇ ରହିଥିବା ବେଳେ ଓଦା ପାଉଁସ ଗୁଡ଼ିକ ବୋହି ରାସ୍ତା ଉପରେ ଗଦେଇ ହେଇ ଚାଲିଛି।ଫଳରେ ଜାତୀୟ ରାଜପଥରେ ଚଳ ପ୍ରଚଳ କରିବାରେ ଅନ୍ୟ ଯାନବାହାନ ଗୁଡ଼ିକ ଅସୁବିଧା ଭୋଗୁ ଥିବା ଦେଖିବାକୁ ମିଳିଛି।ଗତ ଦୁଇ ଦିନ ତଳେ ଲକ୍ଷ୍ମୀପୂର ବଜାର ରେ ମଧ୍ୟ ଅନୁରୂପ ଭାବେ ପାଉଁଶ ବୋଝଇ ଗାଡି ଖରାପ ହୋଇ ପାଉଁଶ ଗୁଡିକ ରାସ୍ତା ରେ ପଡ଼ିଥିବା ରୁ ଦୋକାନୀ ମାନେ ରାସ୍ତା କୁ ସଫା କରିଥିଲେ। କାରଖାନା ର ବର୍ଜ୍ୟ ବସ୍ତୁ କୁ ବ୍ୟବହାର କରାଯିବା ସ୍ୱାଗତ ଯୋଗ୍ୟ ପଦକ୍ଷେପ, କିନ୍ତୁ ସାଧାରଣ ଲୋକଙ୍କ ସମ୍ପତି ଓ ସରକାର ଙ୍କ ରାସ୍ତା ପ୍ରତି ଦୃଷ୍ଟି ଦେବା ମଧ୍ୟ ନିହାତି ଜରୁରୀ ତେଣୁ ବର୍ତ୍ତମାନ ଠାରୁ ଯଦି ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ନଦିଏ ତେବେ ଆଗକୁ ସମସ୍ୟା ବଢିବାର ଯଥେଷ୍ଟ ସମ୍ଭାବନା କୁ ଏଡାଇ ଦିଆ ଜାଇ ନପାରେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ