Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲାର୧୧ଟି ପର୍ଯ୍ୟଟନସ୍ଥଳୀ ପରିଦର୍ଶନରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଅତିରିକ୍ତ ସଚିବ ମୁକୁନ୍ଦ ଭୂୟାଁ

ପାରଳାଖେମୁଣ୍ଡି:୮/୯(ଗରୁଡ଼ଧ୍ଵଜଚୌଧୁରୀ) ଗଜପତି ଜିଲ୍ଲା ମୋହନା ବ୍ଳକ ୫-ଟି ସଚିବଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲାର ୧୧ଟି ପର୍ଯ୍ୟଟନସ୍ଥଳୀର ଭିତ୍ତିଭୂମି, ବିକାଶ, ମାନ୍ୟତା ଓ ଅନୁଦାନ ପ୍ରଦାନ ନିମନ୍ତେ କେଉଁ ପର୍ଯ୍ୟଟନସ୍ଥଳୀ ଗୁଡ଼ିକ ପ୍ରଯୁଜ୍ୟ ସେହି ସ୍ଥାନଗୁଡିକୁ ପରିଦର୍ଶନ କରିବେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ବାଳମୁକୁନ୍ଦ ଭୂୟାଁଙ୍କ ସମେତ ୪ ଜଣ ଟେକନିକାଲ ଟିମ୍। ସଚିବ ପ୍ରଥମେ ମୋହନା ବ୍ଲକ ଅନ୍ତର୍ଗତ କର୍ଚ୍ଚବାଡି ପଞ୍ଚାୟତ ବ୍ରାହ୍ମଣୀଦେବୀ ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କରିବା ପରେ ଚନ୍ଦ୍ରଗିରି ନିକଟସ୍ଥ ଖସଡା ଜଳପ୍ରପାତ ବୁଲି ଦେଖିଛନ୍ତି। ଜିଲ୍ଲାରେ ସଚିବ ୩ ଦିନ ଧରି ୭ ଗୋଟି ବ୍ଳକର ୧୧ଟି ପର୍ଯ୍ୟଟନ ସ୍ଥଳୀ ବୁଲି ଦେଖିବେ ଓ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି କହିଛନ୍ତି। ଅତିରିକ୍ତ ସଚିବଙ୍କ ପରିଦର୍ଶନ ବେଳେ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜ୍ୟୋତିରାଜ ଅଧିକାରୀ, ବ୍ଳକ ଅଧ୍ୟକ୍ଷ ରଞ୍ଜିବ ଶବର,ବ୍ଳକ ନିର୍ବାହୀ ଯନ୍ତ୍ରୀ ଆଶିଷ ଶତପଥୀ, ମୋହନା ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର କୁମାର ମଳିକଙ୍କ ସମେତ କର୍ଚ୍ଚବାଡ଼ି ସରପଞ୍ଚ, ସମିତିସଭ୍ୟ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories