Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆନ୍ତର୍ଜାତୀୟ ଶିକ୍ଷା ଦିବସ ପାଳନ ରେ ନବ ଭାରତ ସାକ୍ଷରତା ଅଭିଜାନ

ଲକ୍ଷ୍ମୀପୂର ୦୮.୦୯ ଲକ୍ଷ୍ମୀପୁର ସାଙ୍ଗାନା ଉଚ୍ଚବିଦ୍ୟାଳୟ ରେ ଆନ୍ତର୍ଜାତୀୟ ଶିକ୍ଷା ଦିବସ ପାଳନ ଅବସରରେ ନବ ଭାରତ ସାକ୍ଷରତା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି।ଗୋଷ୍ଠୀ ଶିକ୍ଷାଧିକାରୀ କୈଳାଶ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ୟାମ ସୁନ୍ଦର ତାଡ଼ିଙ୍ଗି, ସମ୍ମାନିତ ଅତିଥି ଭାବେ ଏବିଇଓ ପ୍ରିୟମ୍ବଦା ପାତ୍ର, ପୁରାତନ ଛାତ୍ର ମାଧବ କର୍କରା, ଇନ୍ଦ୍ରଜିତ ସାହୁ, ଭି.ନାଗା ରାଜୁ ଉପସ୍ଥିତ ରହି ନବ ଭାରତ ସାକ୍ଷରତା ଅଭିଜାନ ସମ୍ବନ୍ଧରେ ଆଲୋଚନା କରିଥିଲେ।ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର ଉପରେ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ ଓ ପ୍ରୋତ୍ସାହନ ରାଶି ପ୍ରଦାନ, ବିଭିନ୍ନ ମେଧା ବୃତ୍ତି ରେ ପୁରସ୍କାର ସହ ୫ଟି ବିଦ୍ୟାଳଗୁଡିକରେ ଜଡିତ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ପୁରସ୍କାର ବ୍ୟବସ୍ଥା ଓ ରାଶି ବିଷୟରେ ସବିଶେଷ ଆଲୋଚନା ହେବା ପରେ ସରକାରଙ୍କ ଏ ସମସ୍ତ କାର୍ଯ୍ୟ କ୍ରମକୁ ଉପସ୍ଥିତ ପରିଚାଳନା କମିଟି ସଦସ୍ୟ,ଅଭିଭାବକବୃନ୍ଦ ପ୍ରଶଂସା କରିଥିଲେ। ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ସଭା ପରିଚାଳନା କରିଥିବା ବେଳେ ଶିକ୍ଷକ ସପନ କୁମାର ଦିକ୍ଷୀତ, ଶଙ୍କର ଗୁଡୁମ୍ବକା, ସୁକାନ୍ତ ଯାଦବ, ଆଶୀର୍ବାଦ ନାୟକ, ପ୍ରିୟଙ୍କା ବିଶୋଇ,କସ୍ତୁରୀ ଶବର, ମାଧୁରୀ ଲେଙ୍କା, ଜେଶ୍ନା ପଣ୍ଡା,ସୁନୀତା ସାହୁକାର ପ୍ରମୁଖ ଛାତ୍ର ଛାତ୍ରୀ ଙ୍କୁ ନେଇ ଏକ ସାକ୍ଷରତା ସଚେତନତା ରାଲୀ ରେ ଶିକ୍ଷିତ ନାରୀ,ଦେଶର ଶିରି, ଆସ ପଢ଼ିବା, ଦେଶ ଗଢ଼ିବା ଆଦି ବିଭିନ୍ନ ସାକ୍ଷରତା ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ସଂଯୁକ୍ତା ତୁରୁକ୍, ନୂତନ ଚେଟ୍ଟି ଓ ରଜେଶ୍ଵରି ମହାରଣା ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ