Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚୋରାମଦ ଚଢ଼ାଉବେଳେ ପୋଲିସକୁ ଆକ୍ରମଣ, ଜଣେ ଗିରଫ,180 ଲିଟର ଦେଶୀମଦ ଜବତ

ବେଲଗୁଣ୍ଠା, 08/09,ଗତ ଗୁରୁବାର ରାତ୍ର ଆଠ ଘଣ୍ଟା ସମୟରେ ଗାଙ୍ଗପୁର ପୋଲିସ୍ ନିମିନା ଗ୍ରାମରେ ଚୋରାମଦ ବିକ୍ରି ହେଉଥିବା ଖବର ପାଇ ଏଏସ୍ଆଇ ଯୁଧିଷ୍ଠିର ମାଝୀଙ୍କ ନେତୃତ୍ୱରେ ହାବିଲଦାର ମନୋଜ କୁମାର ନାୟକ, କନେଷ୍ଟବଲ୍ ହେମନ୍ତ କୁମାର ଦାସ, ସୁରେଶ କୁମାର ସାମନ୍ତ, ଫୀରୋଜା ସେଠୀ,ଦିଲ୍ଲୀପ ଡାକୁଆଙ୍କୁ ନେଇ ଗଠିତ ଏକ ପୋଲିସ୍ ଟିମ୍ ନିମିନା ଛକରେ ହୋଟେଲ୍ କରିଥିବା ରବିନାରାୟଣ ସାହୁଙ୍କ ଘର ଉପରେ ଚଢ଼ାଉ କରିଥିଲେ I ଚଢ଼ାଉ ସମୟରେ ଗାଙ୍ଗପୁର ପୋଲିସ୍ ରବି ନାରାୟଣର ଘରୁ 180 ଲିଟର୍ ଚୋରା ଦେଶୀମଦ ଜବତ କରିବା ସହ ରବିନାରାୟଣକୁ ଗିରଫ କରିଥିଲେ I ଏହି ସମୟରେ ରବିନାରାୟଣର ମାଆ ପ୍ରମିଳା ସାହୁ ଏବଂ ଦୁଇ ନାବାଳକ ଓ ନାବାଳିକା ପୁଅଝିଅ ମିଳିତ ଭାବେ ପୋଲିସ୍ ଉପରେ ଆକ୍ରମଣ କରିଥିଲେ I ଏହି ଆକ୍ରମଣରେ ଏଏସ୍ଆଇ ଯୁଧିଷ୍ଠିର ମାଝୀ ଆହତ ହୋଇଥିଲେ I ଏନେଇ ଗାଙ୍ଗପୁର ଥାନାରେ 661/23 ରେ ଏକ ମାମଲା ରୁଜୁ କରାଯାଇ ଗାଙ୍ଗପୁର ଥାନା ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟ ଘଟଣାର ତଦନ୍ତ କରୁଛନ୍ତି I ପୂର୍ବରୁ ରବି ନାମରେ ସାତଟି ମାମଲା ରହିଥିବା ବେଳେ ବର୍ତ୍ତମାନ ଆଠ ନମ୍ବର୍ ମାମଲା ରୁଜୁ ହୋଇଛି I ସେହିପରି ରବି ହୋଟେଲ୍ ଦେଇଥିବା ସ୍ଥାନ ହେଉଛି ଏକ ସରକାରୀ ଜମି I ଏନେଇ ସ୍ଥାନଟିକୁ ଜବରଦଖଲ ଉଚ୍ଛେଦ କରିବା ପାଇଁ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ଅବଗତ କରାଯିବା ସହିତ ସିଆରପିସି 110 ରେ ରବି ନାମରେ ଅନ୍ୟ ଏକ ମାମଲା ରୁଜୁ କରାଯିବ ବୋଲି ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟ ପ୍ରକାଶ କରିଛନ୍ତି I ଏହା ସହିତ ପରବର୍ତ୍ତୀ ସମୟରେ ରବିର ମାଆ ପ୍ରମିଳା ଏବଂ ପୁଅ ଝିଅଙ୍କୁ ଗିରଫ କରାଯିବ ବୋଲି ଶ୍ରୀ ସାମନ୍ତରାୟ ପ୍ରକାଶ କରିଛନ୍ତି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ