Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡେଙ୍ଗୁ ରେ ଚିକିତ୍ସିତ ଅବସ୍ଥାରେ କଇଠାପଲ୍ଲୀ ର ଯବାନ ଙ୍କ ମୃତ୍ୟୁ।

ଗୋପାଳପୁର,୦୮/୦୯
ରଙ୍ଗେଇଲୁଣ୍ଡା ବ୍ଲକ ପଦ୍ମପୁର ପଞ୍ଚାୟତ କଇଠାପଲ୍ଲୀ ଗ୍ରାମର ଜଣେ ସାମରିକ ଯବାନଙ୍କ ଡେଙ୍ଗୁ ରେ ଚିକିତ୍ସିତ ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲ ରେ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ଜଣଙ୍କ ହେଲେ ନବକୃଷ୍ଣ ନାୟକ(୨୬)। ଗତ ୬ବର୍ଷ ହେଲା ଲେ -ଲଦାଖ ରେ ଆର୍ମି ଯବାନ ଭାବେ କାର୍ଯ୍ୟରତ ଥିଲେ,।ଗତ ଅଗଷ୍ଟ ୨୪ତାରିଖରେ ପଞ୍ଜାବ କୁ ବଦଳି ହେବା ପରେ ଛୁଟି ନେଇ ଗତ ୨୯ ତାରିଖରେ ନିଜଘର କାଇଠା ପଲ୍ଲୀ କୁ ଆସିଥିଲେ ।ଗତ ୩ଦିନ ହେଲା ଜ୍ବରରେ ଆକ୍ରାନ୍ତ ହୋବା ପରେ ୨ ଦିନ ତଳେ ବ୍ରହ୍ମପୁର ବଡ ମେଡିକାଲ ରେ ଭର୍ତ୍ତି ହେବା ସହ ଚିକିତ୍ସତ ହେଉଥିଲେ। ଚିକିତ୍ସତ ଅବସ୍ଥାରେ ଡେଙ୍ଗୁ ପରୀକ୍ଷା କରଯାଇଥିଲା। ପରୀକ୍ଷା ପରେ ଡେଙ୍ଗୁ ପଜଟିବ ଚିହ୍ନଟ ହୋଇଥିଲା ବୋଲି ପରିବାର ସଦସ୍ୟ ପ୍ରକାଶ କରିଛନ୍ତି। ଦୁଇଦିନ ଚିକିତ୍ସା ପରେ ଆଜି ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଛି। ଶୋକାକୁଳ ପରିବେଶ ଭିତରେ ମୃତକ ନବକୃଷ୍ଣ ଙ୍କୁ ନିଜ ଗ୍ରାମକୁ ନିଆଯାଇ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ ପୂର୍ବକ ଶ୍ମଶାନରେ ଶବଦାହ କରାଯାଇ ଥିଲା।ଏହା ଜିଲ୍ଲାର ପ୍ରଥମ ଡେଙ୍ଗୁ ରୋଗୀ ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories