Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲେବର କାର୍ଡ ଦୁର୍ନୀତି ଅଭିଯୋଗକୁ ନେଇ କନିଷି ତହସିଲଦାର ଙ୍କ ପକ୍ଷରୁ ଗୋପାଳପୁର ଏନ ଏ ସି କାର୍ଯାଳୟ ପରିସରରେ ତଦନ୍ତ

ଗୋପାଳପୁର ୮/୯
ଗୋପାଳପୁର ଏନ ଏ ସି ରେ ଲେବର କାର୍ଡ ଦୁର୍ନୀତି ଅଭିଯୋଗକୁ ନେଇ ଆର ଡି ସିଙ୍କ ଚିଠି ପ୍ରକାରେ ଆଜି କାର୍ଯ୍ୟାଳୟ ପରିସରରେ କନିସି ତସିଲଦାର ପ୍ରଳୟାନନ୍ଦ ଶତପଥୀ ପହଞ୍ଚି ତଦନ୍ତ କରିଛନ୍ତି l ସୂଚନା ମୁତାବକ ଗୋପାଳପୁର ବର୍ତ୍ତମାନ ୱାର୍ଡ ନମ୍ବର ୧୦ର କାଉସିଲର ଜି. ମୋହନ ରାଓ ୨୦୧୭ ମସିହାରେ ୱାର୍ଡ଼ ନମ୍ବର ୭ ର କାଉନସିଲର ଥିବା ସମୟରେ ଲେବର କାର୍ଡ କରିବା ପାଇଁ କାର୍ଡ ପିଛା ଜଣଙ୍କ ଠାରୁ ୧୭୦ ଟଙ୍କା ଲେଖାଏଁ ଅନେକେ ଲୋକଙ୍କ ଠାରୁ ଟଙ୍କା ଆଦାୟ କରିଥିଲେ l କାର୍ଡ ନମିଳିବାରୁ ନିରାଶ ହୋଇ ଭଦ୍ର ଲୋକଙ୍କ ଜରିଆରେ ୨୦୨୦ ବୈଠକ ଡକାଯାଇଥିଲା l ସେଥିରେ କୌଣସି ନିଷ୍ପତି ହୋଇନଥିଲା l ପରେ ଦୀର୍ଘ ବର୍ଷ ବିତି ଯାଇଥିଲେ ସୁଦ୍ଧା ଆଜି ସୁଧା ଲେବର କାର୍ଡ ପାଇଁ ନଥିବାରୁ ଗତ କିଛି ମାସ ତଳେ ଲୋକ ମାନେ ଉଚ୍ଚ କର୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗକୁ ଗୁରୁତର ସହ ନେଇ ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବ ଏହାର ତଦନ୍ତ ପାଇଁ ବିଭାଗୀୟ ସଚିବ, ଜିଲ୍ଲା ପ୍ରଶାସନକୁ ନିର୍ଦ୍ଧେଶ ଦେଇଥିଲେ l ଜିଲ୍ଲା ପ୍ରଶାସନ ପକ୍ଷରୁ ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକକୁ ଗତ ମାସରେ ଚିଠି ହୋଇଥିଲା l ଚିଠି ପ୍ରକାରେ କାର୍ଯ୍ୟନିର୍ବାହୀ ଅଧିକାରୀ ତଦନ୍ତ ଜାରି ରହିଥିବା ବେଳେ ଇତି ମଧ୍ୟରେ ଆର ଡି ସି ପକ୍ଷରୁ ଏହାର ତଦନ୍ତ ପାଇଁ କନିସି ତସିଲଦାର ପ୍ରଳୟାନନ୍ଦ ଶତପଥୀଙ୍କୁ ନିର୍ଦେଶ ହୋଇଥିଲା l ଚିଠି ପ୍ରକାରେ ଆଜି ତହସିଲଦାର ଏନ ଏ ସି କାର୍ଯାଳୟ ଠାରେ ପହଞ୍ଚି କାର୍ଡ ପାଇଁ ଅର୍ଥ ଦେଇଥିବା ଲୋକଙ୍କ ଆଲୋଚନା କରି ସେମାନଙ୍କ ବୟାନ ରେକର୍ଡ କରିଥିଲେ l ମିଳିଥିବା ସୂଚନା ମୁତାବକ ୬୦ ଜଣ ଅଭିଯୋଗ କାରୀଙ୍କ ବୟାନ ରେକର୍ଡ ହୋଇଛି l ତାହାସହ ୱାର୍ଡ ନମ୍ବର ୧୦ର କାଉସିଲର ଜି. ମୋହନ ରାଓଙ୍କୁ ବୟାନ ମଧ୍ୟ ରେକର୍ଡ କରାଯିବ ବୋଲି ଜଣାପଡ଼ିଛି l ଏ ନେଇ ୱାର୍ଡ ନମ୍ବର ୧୦ର କାଉସିଲର ଜି. ମୋହନ ରାଓଙ୍କ ସହ ଯୋଗାଯୋଗ ବେଳେ କହିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ ଙ୍କ ନିର୍ଦ୍ଧେଶ କ୍ରମେ ଲେବର କାର୍ଡ ପାଇଁ କାର୍ଡ ପିଛା ୧୭୦ ଟଙ୍କା ଲେଖାଏଁ ଗୋପାଳପୁର ର ୫୬୯ ଲୋକଙ୍କ ଠାରୁ ଆଦାୟ କରି ବିଧାୟକଙ୍କ ପାଖକୁ ଯାଇଥିଲି l ବିଧାୟକ କହିବା ପ୍ରକାରେ ତାଙ୍କ ପ୍ରତିନିଧି ସର୍ବେଶ୍ୱର ରାଓଙ୍କୁ ସମସ୍ତ ଟଙ୍କା ପଇଠ କରିଥିଲେ lକିନ୍ତୁ ଆଜି ଯାଏଁ କାର୍ଡ ମିଳିବ ପାରିନାହିଁ। ଏଥିରେ ସେ ଦୋଷୀ ନୁହନ୍ତି ବୋଲି ମତପୋଷଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories