Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ’ଣ ବାସ୍ତବରେ ବଦଳିଗଲା ଦେଶର ନାମ ? ଜି-୨୦ରେ ପିଏମଙ୍କ ଆଗରେ ନଜର ଆସିଲା ‘ଭାରତ’

ନୂଆଦିଲ୍ଲୀ: ଦେଶର ନାମ ପରିବର୍ତ୍ତନର ଚର୍ଚ୍ଚା ମଧ୍ୟରେ ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାମ୍ନାରେ ଦେଶର ନାମ ଭାରତ ଲେଖା ହୋଇଥିବା ଦେଖିବାକୁ ମିଳିଛି। କୌଣସି ଦେଶର ଆନୁଷ୍ଠାନିକ ବୈଠକରେ ଉକ୍ତ ଦେଶର ରାଷ୍ଟ୍ରାଧ୍ୟକ୍ଷଙ୍କ ଆଗରେ ଦେଶର ନାମ ଲେଖା ହୋଇଥାଏ। ଏଥର ପିଏମ ମୋଦୀଙ୍କ ଆଗରେ ଥିବା ଛୋଟ ପ୍ଲେଟରେ ଇଣ୍ଡିଆ ପରିବର୍ତ୍ତେ ଇଂରାଜୀରେ ଭାରତ ଲେଖା ହୋଇଛି। ଏହା ସଂପ୍ରତି ଦେଶର ନାମ ପରିବର୍ତ୍ତନର ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି। ତେବେ ଅଦ୍ୟାବଧି ସରକାରଙ୍କ ପକ୍ଷରୁ ଏହାକୁ ନେଇ କୌଣସି ଆନୁଷ୍ଠାନିକ ବୟାନ ଦିଆଯାଇ ନାହିଁ।

ଅନ୍ୟପଟେ ଭାରତୀୟ ଜନତା ପାର୍ଟି(ବିଜେପି)ର ନେତା ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଏକ୍ସରେ ଟୁଇଟ୍ କରି ପ୍ରତିକ୍ରିୟା ଦେଇଛନ୍ତି। ସେ ଲେଖିଛନ୍ତି, ଆଶା ଓ ବିଶ୍ଵାସର ନାମ ହେଉଛି ଭାରତ। କୌଣସି ଦେଶର ଆନୁଷ୍ଠାନିକ ବୈଠକରେ ଏହାର ପ୍ରତିନିଧିଙ୍କ ସାମ୍ନାରେ ଉକ୍ତ ଦେଶର ନାଁ ଲେଖା ହୋଇଥାଏ, ଏଥିରୁ ଦର୍ଶାଯାଇଥାଏ ଯେ, ବୈଠକରେ ଉପସ୍ଥିତ ବ୍ୟକ୍ତି ସେହି ଦେଶର ପ୍ରତିନିଧିତ୍ଵ କରୁଛନ୍ତି।

ଦେଶର ନାମ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ସେତେବେଳେ ଆରମ୍ଭ ହେଲା ଯେତେବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜି୦-୨୦ର ରାତ୍ରଭୋଜନର ନିମନ୍ତେ ରାଷ୍ଟ୍ରାଧ୍ୟକ୍ଷଙ୍କୁ ନିମନ୍ତ୍ରଣ ଦେଇଥିଲେ। ଉକ୍ତ ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ପରିବର୍ତ୍ତେ ପ୍ରେସିଡେଣ୍ଟ ଅଫ ଭାରତ ଲେଖା ହୋଇଥିଲା। ଏହା ପରେ ବିରୋଧୀ ଦଳର ନେତା ମୋଦୀ ସରକାରଙ୍କ ଖୁବ୍ ବିରୋଧ କରିବା ସହ ସମାଲୋଚନା କରିଛନ୍ତି। ଏହା ଉପରେ ପ୍ରଧାନମନ୍ତ୍ରୀ ମୋଦୀ ପାର୍ଟି ନେତା ଓ କେନ୍ଦ୍ର ମନ୍ତ୍ରୀଙ୍କୁ ରାଜନୈତିକ ବିବାଦରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଛନ୍ତି।

More Stories