Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ସୁପର-୪ରେ ମୁହାଁମୁହିଁ ହେବେ ଶ୍ରୀଲଙ୍କା-ବାଂଲାଦେଶ, ‘କର ବା ମର’ ସ୍ଥିତିରେ ସାକିବଙ୍କ ଟିମ୍

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩ରେ ସୁପର-୪ରେ ଆଜି ମୁହାଁମୁହିଁ ହେବେ ଶ୍ରୀଲଙ୍କା ଓ ବାଂଲାଦେଶ। ଦୁଇ ଦେଶ ମଧ୍ୟରେ ଏହି ମୁକାବିଲା କଲୋମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ। ସୁପର-୪ରେ ଏହା ଶ୍ରୀଲଙ୍କାର ପ୍ରଥମ ମ୍ୟାଚ୍। ବାଂଲାଦେଶ ପ୍ରଥମ ମ୍ୟାଚରେ ପାକିସ୍ତାନ ନିକଟରୁ ହାରି ସାରିଛି। ଆଜିର ମ୍ୟାଚ୍ ବାଂଲାଦେଶ ପାଇଁ କର ବା ମର ସଦୃଶ ହୋଇଛି।

ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ଅଦ୍ୟାବଧି ୫୨ଟି ଦିନିକିଆ ଖେଳା ଯାଇଛି। ଏଥିରୁ ଶ୍ରୀଲଙ୍କା ୪୧ ଓ ବାଂଲାଦେଶ ମାତ୍ର ୯ଟି ମ୍ୟାଚ୍ ଜିତିଛି। ଅର୍ଥାତ ଶ୍ରୀଲଙ୍କାର ପଲ୍ଲା ଭାରି ରହିଛି। ଆଜିର ମ୍ୟାଚ୍ ଭାରତୀୟ ସମୟ ଅପରାହ୍ଣ ୩ଟାରେ ଆରମ୍ଭ ହେବ। ଏଥିପାଇଁ ଟସ୍ ୨ଟା ୩୦ରେ ପଡ଼ିବ।

କିନ୍ତୁ ମ୍ୟାଚ୍ ପରିବର୍ତ୍ତେ ସମସ୍ତଙ୍କ ନଜର ପାଣିପାଗ ଉପରେ ରହିଛି। କାରଣ କଲୋମ୍ବୋରେ ବର୍ଷା ହେବାର ଆଶଙ୍କା ରହିଛି। ଗତ କିଛି ଦିନ ହେବ କଲୋମ୍ବୋରେ ବର୍ଷା ଲାଗି ରହିଛି। ଯଦି ବର୍ଷା ମ୍ୟାଚରେ ବାଧକ ସାଜେ ତେବେ ରଦ୍ଦ ହେବାର ସମ୍ଭାବନା ଅଧିକ ରହିଛି।

ଶ୍ରୀଲଙ୍କା ଦଳ
ସାକିବ ଅଲ ହସନ(ଅଧିନାୟକ), ମୁଶଫିକର ରହିମ(ଓ୍ଵିକେଟ୍ କିପର), ମହମ୍ମଦ ନଇମ, ମେହଦୀ ହାସନ ମିରାଜ, ଲିଟନ ଦାସ, ତୌହୀଦ ହୃଦୋୟ, ଶସୀମ ହୁସେନ, ତସ୍କିନ ଅହମ୍ମଦ, ଶୋରିଫୁଲ୍ ଇସଲାମ, ହସନ ମେହମୁଦ, ମୁସ୍ତାଫିଜୁର ରେହମାନ, ନସୁମ ଅହମ୍ମଦ, ମେହଦି ହସନ, ତଞ୍ଜିଦ ହସନ ସାକିବ, ଅନାମୁଲ ହକ।

ଶ୍ରୀଲଙ୍କା ଦଳ
କୁଶଲ ମେଣ୍ଡିସ(ଓ୍ଵିକେଟ୍ କିପର), ଦାଶୁନ ଶନାକା(ଅଧିନାୟକ), ପଥୁନ ନିଶଙ୍କା, ଦିମୁଥ କରୁଣାରତ୍ନେ, ସଦିରା ସମରବିକ୍ରମା, ଚରିଥ ଅସଲଙ୍କା, ଧନଞ୍ଜୟ ଡି ସିଲଭା, ଦୁନିଥ ଓ୍ଵେଲେଜ, ମହୀଶ ତୀକ୍ଷଣା, କାସୁନ ରଜିତା, ମଥିଶା ପଥିରାନା, ଦୁଶାନ ହେମନ୍ଥା, ପ୍ରମୋଦ ମଦୁଶନ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ