Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଙ୍ଗ।ନ୍ନl ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

ଲକ୍ଷ୍ମୀପୂର, ୦୯/୦୯ :ଲକ୍ଷ୍ମୀପୁର ସାଙ୍ଗାନ୍ନା ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇ ଯାଇଛି । ଭାରତୀୟ ରେଡକ୍ରସ ସଂସ୍ଥା, ଭୁବନେଶ୍ୱରରୁ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ନେଇଥିବା ବିଦ୍ୟାଳୟର ରେଡ କ୍ରସ୍ କାଉନସିଲର ସପନ କୁମାର ଦୀକ୍ଷିତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ କର୍ମଚାରୀ ମାନଙ୍କୁ ପ୍ରାଥମିକ ଚିକିତ୍ସା ର ଗୁରୁତ୍ଵ ଉପରେ ଆଲୋଚନା କରିଥିଲେ । ଦୁର୍ଘଟଣା ରେ ପୀଡ଼ିତ ବ୍ୟକ୍ତି ଏବଂ ହଠାତ୍ ଅସୁସ୍ଥ ବ୍ୟକ୍ତିଙ୍କୁ କିପରି ପ୍ରାଥମିକ ଚିକିତ୍ସା ଦିଆଯିବ, ତାହାକୁ ପ୍ରଦର୍ଶନ କରି ବୁଝାଇଥିଲେ । ଦୁର୍ଘଟଣା ଘଟିବା ର ପ୍ରଥମ ଏକ ଘଣ୍ଟା ସୁବର୍ଣ୍ଣ ସମୟ ର ସଦୁପଯୋଗ କରି କିପରି ଆହତ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ ଜରିଆରେ ଡାକ୍ତରଖାନା ସ୍ଥାନାନ୍ତର କରାଯାଇପାରିବ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମ କୁ ବରିଷ୍ଠ ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା, ସ୍କାଉଟ ମାଷ୍ଟର ଆଶୀର୍ବାଦ ନାୟକ, ଗାଇଡ କ୍ୟାପଟେନ ପ୍ରିୟଙ୍କା ବିଶୋଇ, କାଉନସିଲର କସ୍ତୁରୀ ଶବର, ସୁକାନ୍ତ ଯାଦବ, ଶଙ୍କର ଗୁଡୁମ୍ୱକା, ମାଧୁରୀ ଲେଙ୍କl, ସୁନୀତା ସାହୁକାର, ମମତା ମହାନ୍ତି, ରୋଜାଲିନ ସ୍ୱାଇଁ, ନ୍ୟୁଟନ ଚେଟି, ସଂଯୁକ୍ତା ତୁରୁକ୍, ରାଜେଶ୍ୱରି ମହାରଣା ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ