Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ଠାରୁ ଗୁମ୍ମା ସେରଙ୍ଗ ଏବଂ ନୂଆଗଡ ରାସ୍ତାଟି ମରଣ ଜନ୍ତା ପାଲଟିଛି

ପାରଳାଖେମୁଣ୍ଡି:୧୦/୮(ଗରୁଡ଼ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଏବଂ ନୂଆଗଡ ଦୁଇଟି ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଅଟେ l ପାରଳାଖେମୁଣ୍ଡି ଠାରୁ ଏହି ଦୁଇଟି ବ୍ଲକ କୁ ସଂଯୋଗ କରୁଥିବା ରାସ୍ତାଟି ଏବେ ମରଣ ଯନ୍ତା ପାଲଟିଛି ଏହି ରାସ୍ତା ନିର୍ମାଣ କୁ ନେଇ ଅନେକ ସମୟରେ ପୂର୍ତ୍ତ ବିଭାଗର ଅଧିକାରୀଙ୍କୁ ଅଞ୍ଚଳବାସୀ ଜଣାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କିଛି ପଦକ୍ଷେପ ନେଇନଥିବା ଅଭିଯୋଗ ହେଉଛି।ରାଣୀପେଣ୍ଟା ଠାରୁ ଗୁମ୍ମା ମୂଖ୍ୟ ମାତ୍ର ୨୫ କି.ମି ରାସ୍ତା କୁ ରାସ୍ତା ଖରାପ ଥିବା ଯୋଗୁଁ ଯାତାୟାତ କରିବା ପାଇଁ ୨ ଘଣ୍ଟା ଠାରୁ ଅଧିକ ସମୟ ଲାଗିଥାଏ।ଦୁଃଖ ର ବିଷୟ ରାସ୍ତା ଖରାପ ଥିବା ହେତୁ ବିଭିନ୍ନ ସମୟରେ ଦୁର୍ଘଟଣା ଦେଖିବାକୁ ମିଳିଥାଏ।ପାରଳାଖେମୁଣ୍ଡି ଠାରୁ ଗୁମ୍ମା, ସେରଙ୍ଗ ଦେଇ ନୂଆଗଡ କୁ ଯିବା ପାଇଁ ମୁଖ୍ୟ ରାସ୍ତା ହୋଇଥିବା ଯୋଗୁ ଗଜପତି ଜିଲ୍ଲା ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକାରୀ ପ୍ରଶାସନିକ ଦଳର ବ୍ଲକ ଅଧ୍ୟକ୍ଷା, ଜିଲ୍ଲା ଅଦକ୍ଷ ଓ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବିଧାୟକ ମଧ୍ୟ ବିଭିନ୍ନ ସମୟରେ ଏହି ରାସ୍ତା ଦେଇ ଯାତାୟାତ କରନ୍ତି କିନ୍ତୁ ଏହି ରାସ୍ତା ଉପରେ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ସରକାରୀ କର୍ମଚାରୀଙ୍କ ନଜରରେ ପଡ଼ି ନ ଥିବା ଦେଖିବାକୁ ମିଳିଛି। ଏଣୁ ଏହି ରାସ୍ତାଟି ର ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ପାଇଁ ଦାବି ହେଉଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories