Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଭାରତ-ପାକିସ୍ତାନ ମ୍ୟାଚରେ ବର୍ଷା ସାଜିବ କି ବାଧକ ? ଜାଣନ୍ତୁ କଲୋମ୍ବୋର ପାଗ କେମିତି ରହିଛି

କଲୋମ୍ବୋ: ଆଜିର କଲୋମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ବହୁ ପ୍ରତୀକ୍ଷିତ ମ୍ୟାଚ୍ ଖେଳାଯିବ। ଏସିଆ କପ୍ ସୁପର-୪ର ଏହି ମୁକାବିଲା ଅପରାହ୍ଣ ୩ଟାରେ ଆରମ୍ଭ ହେବ। ଗ୍ରୁପ ପର୍ଯ୍ୟାୟରେ ଦୁଇ ଦଳ ମଧ୍ୟରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ରଦ୍ଦ ହୋଇଥିବାରୁ କ୍ରିକେଟ୍ ପ୍ରେମୀ ବହୁତ ନିରାଶ ହୋଇଥିଲେ। ଏଥିପାଇଁ ଏବେ ସଭିଙ୍କ ନଜର କଲୋମ୍ବୋର ପାଗ ଉପରେ ରହିଛି। ପାଣିପାଗକୁ ନେଇ ପ୍ରଶଂସକଙ୍କ ପାଇଁ ଗୋଟିଏ ଖୁସି ଏବଂ ଆଉ ଗୋଟିଏ ଦୁଃଖ ଖବର ରହିଛି।

କଲୋମ୍ବୋରେ ରବିବାର ସକାଳ ବେଶ ସୁଖମୟ ରହିଛି। ସୂର୍ଯ୍ୟକିରଣ ପଡ଼ିବା ସହ ପାଗ ବହୁତ ଭଲ ରହିଛି। ବର୍ତ୍ତମାନ କଲୋମ୍ବୋରେ ବର୍ଷା ହେବାର କୌଣସି ଆଶଙ୍କା ନାହିଁ। ହେଲେ ଯେମିତି ଯେମିତି ଦିନ ଗଡ଼ିବାରେ ଲାଗିବ ବର୍ଷା ହେବାର ସମ୍ଭାବନା ବଢିବାରେ ଲାଗିବ। Accuweather ରିପୋର୍ଟ ଅନୁସାରେ ଆଜି କଲୋମ୍ବୋରେ ବର୍ଷା ହେବାର ୯୦ ପ୍ରତିଶତ ସମ୍ଭାବନା ରହିଛି। ଏମିତିରେ ଅନୁମାନ କରାଯାଉଛି ଯେ, ଭାରତ ଓ ପାକିସ୍ତାନ ମ୍ୟାଚରେ ବର୍ଷା ବାଧକ ସାଜିପାରେ।

ଯଦି ଆଜିର ମୁକାବିଲା ବର୍ଷା ଯୋଗୁଁ ଧୋଇଯାଏ ତେବେ ଆସନ୍ତାକାଲି ରିଜର୍ଭ ଡେରେ ମ୍ୟାଚ୍ ଖେଳାଯିବ। ଏସୀୟ କ୍ରିକେଟ୍ ପରିଷଦ ଏହି ବହୁପ୍ରତୀକ୍ଷିତ ମୁକାବିଲା ପାଇଁ ନିଜ ନିୟମରେ ପରିବର୍ତ୍ତନ କରିଛି। ଏଥିପାଇଁ କେବଳ ଭାରତ-ପାକିସ୍ତାନ ମୁକାବିଲା ପାଇଁ ରିଜର୍ଭ ଡେ ରଖାଯାଇଛି। ଏହା ପୂର୍ବରୁ କେବଳ ଏସିଆ କପ୍ ୨୦୨୩ର ଫାଇନାଲ୍ ମ୍ୟାଚ୍ ପାଇଁ ରିଜର୍ଭ ଡେ ରଖାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ