Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାକିସ୍ତାନର ଚୂଡ଼ାନ୍ତ ଏକାଦଶରେ ରହିଛି ବଡ଼ ତ୍ରୁଟି ! ଦୁର୍ବଳତାର ଫାଇଦା ଉଠାଇ ପାରନ୍ତି ଭାରତୀୟ ବ୍ୟାଟର

ନୂଆଦିଲ୍ଲୀ: ରବିବାର ଖେଳାଯିବାକୁ ମ୍ୟାଚରେ ସଭିଙ୍କ ନଜର ଭାରତୀୟ ବ୍ୟାଟର ଓ ପାକିସ୍ତାନୀ ଦ୍ରୁତ ବୋଲର ମଧ୍ୟରେ ହେବାକୁ ଥିବା ଟକ୍କର ଉପରେ ରହିଛି। ମାତ୍ର ଭାରତୀୟ ଦଳ ନିକଟରେ ପାକିସ୍ତାନର ସବୁଠୁ ଦୁର୍ବଳତାର ଫାଇଦା ଉଠାଇବାର ସୁଯୋଗ ରହିଛି। ପାକିସ୍ତାନ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି। ପାକିସ୍ତାନ କେବଳ ଜଣେ ସ୍ପିନର ସହିତ ମଇଦାନକୁ ଓହ୍ଲାଇବ। ଏହାର ଫାଇଦା ଭାରତୀୟ ବ୍ୟାଟର ଉଠାଇ ପାରନ୍ତି।

ପାକିସ୍ତାନ ଆଜିର ମ୍ୟାଚରେ ଶାହୀନ ଆଫ୍ରିଦି, ନସୀମ ଶାହ ଓ ହାରିସ ରଉଫଙ୍କ ବ୍ୟତୀତ ଫହୀମ ଅଶରଫଙ୍କୁ ସୁଯୋଗ ଦେଇଛି। ପାକିସ୍ତାନ ନିକଟରେ ମୁଖ୍ୟ ସ୍ପିନର ଭାବେ ଶାଦାବ ଖାନ ଅଛନ୍ତି। ପାକିସ୍ତାନର ସ୍ପିନ ଆକ୍ରମଣ ଦୁର୍ବଳ ହେବାର ସବୁଠୁ ବଡ଼ କାରଣ ଶାଦାବଙ୍କ ଖରାପ ଫର୍ମ। ଶାଦାବ ଗତ ୧୨ଟି ଦିନିକିଆରେ ମାତ୍ର ୧୧ ଓ୍ଵିକେଟ୍ ନେଇଛନ୍ତି। ଏଥିରୁ ୪ଟି ଓ୍ଵିକେଟ୍ ଦୁର୍ବଳ ନେପାଳ ବିପକ୍ଷରେ ରହିଛି।

ଶାଦାବଙ୍କ ବ୍ୟତୀତ ସ୍ପିନ ବୋଲିଂ କରିବାର ଦାୟିତ୍ଵ ଅଲରାଉଣ୍ଡର ଆଗା ସଲମାନ ଓ ଇଫତିକାର ଅହମ୍ମଦଙ୍କ କାନ୍ଧରେ ରହିବ। ଏହି ଦୁଇ ଖେଳାଳିଙ୍କ ଦିନିକିଆରେ ଅଧିକ ବୋଲିଂ କରିବାର ଅନୁଭବ ନାହିଁ। ଆଗା ସଲମାନ ୧୭ଟି ଦିନିକିଆରେ ମାତ୍ର ୪ଟି ଓ୍ଵିକେଟ୍ ହାସଲ କରିଛନ୍ତି। ସେହିପରି ଇଫତିକାର ଅହମ୍ମଦ ୧୭ଟି ଦିନିକିଆରେ ୯ ଓ୍ଵିକେଟ୍ ନେଇଛନ୍ତି। କମ ଅନୁଭବ କାରଣରୁ ପାକିସ୍ତାନର ସ୍ପିନ ବୋଲିଂ ଆକ୍ରମଣ ଦୁର୍ବଳ ଲାଗୁଛି, ଆଉ ଯାହାର ଫାଇଦା ଭାରତୀୟ ବ୍ୟାଟରଙ୍କୁ ମିଳିପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ