Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର  ବ୍ଲକ ଶୁଣ୍ଢୀ  ସମାଜ ର ସମ୍ମିଳନୀ…ଏକତା ମାଧ୍ୟମରେ ସଙ୍ଘ କୁ ସୁଦୃଢ କରିବାକୁ ନିଷ୍ପତି..

ଲକ୍ଷ୍ମୀପୁର ୧୦.୦୯ … ଲକ୍ଷ୍ମୀପୁର ବ୍ଲକ ଶୁଣ୍ଢୀ ସମାଜ ର ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ନାଗରିକ ଲିଙ୍ଗରାଜ ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିବା ବୈଠକ ରେ ଦୀନବନ୍ଧୁ ସାହୁ, ସିମାଞ୍ଚଳ ସାହୁ, କପିଳ ବିଶୋଇ, ଅଭିମନ୍ୟୁ ସାହୁ, ପୂର୍ଣ୍ଣ ଚନ୍ଦ୍ର ସାହୁ, ଝାଡ଼େଶ୍ୱର ବିଶୋଇ, ଗୌର ଚନ୍ଦ୍ର ସାହୁ ପ୍ରମୁଖ ମଂଚାସୀନ ରହିଥିଲେ।ବୈଠକ ଆରମ୍ଭ ପୂର୍ବରୁ ଜଗନ୍ନାଥ ଙ୍କ ଫୋଟ ଚିତ୍ର ରେ ପୂଜାର୍ଚନା କରାଯାଇ ବୈଠକ ଆରମ୍ଭ କରାଯାଇଥିଲା। ବୈଠକ ରେ ବ୍ଲକ ର ୩୩ଖଣ୍ଡ ଗାଁ ର ଶୁଣ୍ଢୀ ସମ୍ପ୍ରଦାୟ ର ମୁଖିଆ ମାନେ ଯୋଗ ଦେଇଥିଲେ।କରୋନା ପରେ ଆଉ ବ୍ଲକ ଶୁଣ୍ଢୀ ସଂଘ ର ବୈଠକ ଆୟୋଜନ କରାଯାଇ ନଥିବା ବେଳେ ଶୁଣ୍ଢୀ ସମାଜ କୁ ସୁଦୃଢ କରିବା ହିଁ  ଏହି ବୈଠକ ର ମୂଳ ଲକ୍ଷ ବୋଲି ଉପସ୍ଥାପନା କରାଯଇଥିଲା। ସଭାପତି ଙ୍କ ନିର୍ଦେଶ କ୍ରମେ ପ୍ରଥମେ ପୁରୁଣା କମିଟି କୁ ଭଙ୍ଗ କରାଯାଇ ନୂତନ କମିଟି ଗଠନ କରାଯିବା ସକାଶେ ନିଷ୍ପତି ନିଆଯାଇଥିଲା।ପ୍ରତ୍ୟକ ଗାଁ ର କିଛି କିଛି ବ୍ୟକ୍ତି ବିଶେଷ ଙ୍କୁ କମିଟି ରେ ନିଆଯାଇ ନୂତନ କମିଟି ଗଠନ କରାଯାଇଥିଲା।  ଯେତେବେଳେ ମଧ୍ୟ ଯଦି କାହାର ପାରିବାରିକ ସମସ୍ୟା ଥାଏ ତାହେଲେ ସେହି ଘଟଣା କୁ ପ୍ରଥମେ କମିଟି ମାଧ୍ୟମରେ ସମାଧାନ କରିବା କୁ ଚେଷ୍ଟା କରାଯିବା ସହ ଶୁଣ୍ଢୀ ଏକତା କୁ ସୁଦୃଢ କରିବା ହିଁ ବୈଠକ ର ମୂଳ ଲକ୍ଷ ବୋଲି କୁହା ଯାଇଥିଲା।ଶୁଣ୍ଢୀ ସମାଜ ତରଫରୁ ଆଗାମୀ ଦିନ ରେ ବିଭିନ୍ନ ପ୍ରକାର ଜନହିତକର କାର୍ଯ୍ୟକ୍ରମ କରାଯିବା ସକାଶେ ନିଷ୍ପତି ନିଆଯାଇଥିଲା।
ବୈଠକ ର ଲକ୍ଷ୍ମୀପୁର ବ୍ଲକ ଶୁଣ୍ଢୀ ସମାଜ ସକାଶେ ଗତ ୩ ବର୍ଷ ମଧ୍ୟରେ ବିଭିନ୍ନ ଶିକ୍ଷା କ୍ଷେତ୍ର ରେ ଗୌରବ ଆଣିଥିବା ତଥା ସର୍ବଭାରତୀୟ ଡାକ୍ତରୀ ପାଠ୍ୟ  (niit )ରେ ସଫଳତା ଅର୍ଜନ କରିଥିବା ସୋନାଲି ସାହୁ,
ଡମ୍ବୁରୁ ଧର ବିଶୋଇ, ପ୍ରଭାକର ରତ୍ନ ଚୌଧୁରୀ, ଚଳିତ ବର୍ଷ ସିଭିଲ ପରୀକ୍ଷା ରେ ଉତୀର୍ଣ୍ଣ ହୋଇ ଥିବା ଚିନ୍ମୟ ସାହୁ, ମାଟ୍ରିକ ପରୀକ୍ଷା ରେ ୯୦ ପ୍ରତିଶତ ମାର୍କ ରଖି ଉତୀର୍ଣ୍ଣ ହୋଇଥିବା ଯୁବରାଜ ସାହୁ ଓ ସିବିଏସଇ  ପରୀକ୍ଷା ରେ ୯୫ ପ୍ରତିଶତ ମାର୍କ ରଖି ଉତୀର୍ଣ୍ଣ ହୋଇଥିବା ବୈଶ୍ୟ କୁମାର ସାହୁ ଙ୍କୁ ଉପଢୌକନ ସହ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା।ପରିଶେଷରେ ନୂତନ କମିଟି ରେ ମନୋଜ କୁମାର ସାହୁ ଙ୍କୁ ସଭାପତି, ନିରଞ୍ଜନ ସାହୁ ଓ ଦିବାକର ବିଶୋଇ ଙ୍କୁ ଉପ ସଭାପତି, ହେମନ୍ତ କୁମାର ବିଶୋଇ ଙ୍କୁ ସମ୍ପାଦକ,ଲିଙ୍ଗରାଜ ସାହୁ ( ଜୁନିୟର )ଙ୍କୁ ସହ ସମ୍ପାଦକ, ଲିଙ୍ଗରାଜ ସାହୁ (ସିନିୟର )ଙ୍କୁ କୋଷାଧକ୍ଷ,ପ୍ରଫୁଲ୍ଲ କୁମାର ସାହୁଙ୍କୁ ସହ କୋଷାଧକ୍ଷ ଭାବେ ଚୟନ କରାଯାଇଥିଲା।କାର୍ଯ୍ୟକ୍ରମ କୁ କାକିରିଗୁମା ର ଯୁବ ଶିକ୍ଷକ ହେମନ୍ତ କୁମାର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଫୁଲ କୁମାର ସାହୁ ମନୋଜ କୁମାର ସାହୁ, ବଳିଆ ବିଶୋଇ, ତପନ ସାହୁ, ମଧୁସୂଦନ ସାହୁ,ବୃନ୍ଦାବନ ସାହୁ, ଦେବେନ୍ଦ୍ର ନାଥ ସାହୁଙ୍କ ସମେତ ଯୁବପିଢ଼ି ସମସ୍ତ କ୍ଷେତ୍ର ରେ ସହଯୋଗ କରିଥିଲେ….

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories