Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଲ୍ଲିକୋଟ ବ୍ଲକ ସରପଞ୍ଚ ସଂଘ ଗଠିତ, ତାଳପଡା ସରପଞ୍ଚ ମନୋଜ ସେଠୀ ସଭାପତି ମନୋନୀତ

ଖଲ୍ଲିକୋଟ–୧୦/୦୯–ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କହ୍ନେଇପୁର ପଂଚାୟତ ର ମା ରାହାଣ ଦେବୀ ଙ୍କ ପୀଠ ରେ ଆଜି ଖଲ୍ଲିକୋଟ ବ୍ଲକ ସରପଞ୍ଚ ସଂଘ ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକରେ ସରପଞ୍ଚ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ କର୍ମକର୍ତ୍ତା ମନୋନୟନ କରାଯାଇଥିଲା ।ଖଲ୍ଲିକୋଟ ବ୍ଲକ ର ମୋଟ ୨୯ ଗୋଟି ପଞ୍ଚାୟତ ମଧ୍ୟରୁ ୨୩ ଗୋଟି ପଂଚାୟତ ର ସରପଞ୍ଚ ଓ ସରପଞ୍ଚ ପ୍ରତିନିଧିମାନେ ଯୋଗ ଦେଇଥିଲେ ।ବିକ୍ରମପୁର ସରପଞ୍ଚ ପ୍ରସନ୍ନ କୁମାର ଆଚାର୍ଯ୍ୟ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଉକ୍ତ ବୈଠକରେ ଡିମିରିଆ ସରପଞ୍ଚ ପ୍ରତିନିଧି ମନୋଜ କୁମାର ଗୌଡ଼ ସଂଯୋଜନା କରିଥିଲେ ।ପଞ୍ଚାୟତିରାଜ ବିଧିବ୍ୟବସ୍ଥା ରେ ସରପଞ୍ଚ ମାନଙ୍କୁ ଅଖଣ୍ଡ କ୍ଷମତା ଦିଆଯାଇଥିବା ବେଳେ ବର୍ତ୍ତମାନ ଅଫିସର ରାଜ ଚାଲିଥିବା ରୁ ସରପଞ୍ଚ ମାନଙ୍କୁ ସବୁ କ୍ଷେତ୍ରରେ ଅଣଦେଖା କରାଯାଉଛି ବୋଲି ବୈଠକରେ ସରପଞ୍ଚ ମାନେ ଅଭିଯୋଗ କରିଛନ୍ତି ।ଏ ସମ୍ପର୍କରେ ୧୫ ଦଫା ସମ୍ବଳିତ ଏକ ଦାବିପତ୍ର ଆସନ୍ତାକାଲି ସ୍ଥାନୀୟ ବିଡ଼ିଓ ଙ୍କୁ ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।ଗତ ତିନି ଥର ବୈଠକ ବସି କର୍ମକର୍ତ୍ତା ମନୋନୟନ କରିବା ପାଇଁ ଚେଷ୍ଟା ହୋଇଥିଲେ ମଧ୍ୟ ସେଥିରେ ବିଫଳ ହୋଇଥିଲେ ।କିନ୍ତୁ ଆଜି ଚତୁର୍ଥ ବୈଠକରେ କର୍ମକର୍ତ୍ତା ମନୋନୟନ ସଫଳତାର ସହ ସମ୍ପର୍ଣ୍ଣ ହୋଇ ପାରିଛି ।ଆଜି ଅନୁଷ୍ଠିତ ବୈଠକରେ ତାଳପଡା ସରପଞ୍ଚ ମନୋଜ କୁମାର ସେଠୀ ଙ୍କୁ ସଂଘ ର ସଭାପତି ଭାବେ ମନୋନୀତ କରାଯାଇଥିବା ବେଳେ ପଥରା ସରପଞ୍ଚ ପିଙ୍କି ବେହେରା ଉପସଭାପତି, କହ୍ନେଇପୁର ସରପଞ୍ଚ ପ୍ରକାଶ ସାସମଲ ସମ୍ପାଦକ, ବାଦପଲ୍ଲୀ ସରପଞ୍ଚ ନିର୍ମଳା ଶବର ସହ ସମ୍ପାଦକ, କେଶପୁର ସରପଞ୍ଚ ବିଚିତ୍ର କୁମାର ଜାଲି କୋଷାଧ୍ୟକ୍ଷ ଏବଂ ବିକ୍ରମପୁର ସରପଞ୍ଚ ପ୍ରସନ୍ନ କୁମାର ଆଚାର୍ଯ୍ୟ ଓ ମଥୁରା ସରପଞ୍ଚ ମେହମନ୍ତ ସେଠୀ ଙ୍କୁ ଉପଦେଷ୍ଟା ଭାବେ ସର୍ବସମ୍ମତ ଭାବେ ମନୋନୀତ କରାଯାଇଥିବା ଜଣାପଡିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories