ସୌମ୍ୟଙ୍କ ପ୍ରତି ବିଜେଡିର କଠୋର ନିଷ୍ପତ୍ତି: ମିଶ୍ର ପ୍ରତିକ୍ରିୟା

ଭୁବନେଶ୍ବର:ସୌମ୍ୟ ପଟ୍ଟନାୟକଙ୍କ ଉପରେ ବିଜେଡିର ବଡ଼ ଆକ୍ସନ ଆରମ୍ଭ ହୋଇଛି।ନିଜର ଆଲେଖ୍ୟ ଓ ବକ୍ତବ୍ୟ ପାଇଁ ଚର୍ଚ୍ଚାରେ ଥିବା ସୌମ୍ୟଙ୍କୁ ଦଳର ଉପସଭାପତି ପଦରୁ ହଟାଇ ଦିଆଯାଇଛି ବୋଲି ଦଳ ସଭପତିଙ୍କ ଦସ୍ତଖତରେ ଗଣମାଧ୍ୟମକୁ ଜଣାଇ ଦିଆଯାଇଛି।ଦଳ ଓ ଶାସନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଥିଲେ ବିଧାୟକ ସୌମ୍ୟ ଓ ଦଳ ଭିତରେ ଶୃଙ୍ଖଳା ପାଇଁ ତାଙ୍କର ରହିଥିଲା ଗୁରୁତ୍ୱପୂର୍ଣ୍ଣ ଆଲୋଚନା ।କିନ୍ତୁ ଏହା ଓଲଟା ପ୍ରଭାବ ପକାଇ ଶେଷରେ ତାଙ୍କୁ ଦଳୀୟ ଉପସଭାପତି ପଦରୁ ହଟାଯାଇଛି। ଏହାକୁ ନେଇ ସୌମ୍ୟଙ୍କ ସହିତ ବହୁ ତୁଙ୍ଗ ନେତାବି ପ୍ରତିକ୍ରିୟା ରଖିଛନ୍ତି।ଉପସଭାପତି ପଦରୁ ବିଦା ହେବା ପରେ ସୌମ୍ୟ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଉପରେ ପ୍ରଶ୍ନ ଉଠାଇଛନ୍ତି।କହିଛନ୍ତି ବହିଷ୍କାର ପତ୍ରରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଉପରେ ତାଙ୍କର ସନ୍ଦେହ ରହିଛି।ମୁଖ୍ୟମନ୍ତ୍ରୀଙ୍କୁ ଭେଟି କଥା ହେବାକୁ ସେ ସମୟ ମାଗିଥିଲେ କିନ୍ତୁ ସମୟ ନଦେଇ ପଦରୁ ବହିଷ୍କାର କରାଯାଇଥିବାରୁ ସନ୍ଦେହ ହେଉଥିବା କେବଳ ସେ କହିନାହାଁନ୍ତି। ବରଂ ପଦ ହରାଇବା ଉପରେ ସୌମ୍ୟ ତେରଛା ବାଣ ମାରି କହିଛନ୍ତି ଯେ, ସେ
କିଛି ହରାଇଲି ବୋଲି ଭାବୁନାହାଁନ୍ତି । ପଦରେ ଥାଇ କଣ କରୁଥିଲି କି ବୋଲି ପ୍ରଶ୍ନ ପଚାରି ଆମ ଦଳରେ ଯେଉଁମାନେ ପଦପଦବୀରେ ଥାଆନ୍ତି କଣ କରନ୍ତିକି ବୋଲି ପାଲଟା ପ୍ରଶ୍ନ ବାଣ ମାରିଛନ୍ତି।ସେ କହିଛନ୍ତି ବିଜେଡି ଦଳରେ ପଦପଦବୀ କେବଳ ଆଳଙ୍କରିକ ବୋଲି।ସୌମ୍ୟଙ୍କ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଟାନ ନେଇ ମୁହଁ ଖୋଲିଛନ୍ତି ଓଡିଶାର ତୁଙ୍ଗ ଓ ବରିଷ୍ଠ ନେତା ବିଜୟ ମହାପାତ୍ର। ସେ କହିଛନ୍ତି ଏହି ବିଷୟ ମୁଖ୍ୟମନ୍ତ୍ରୀ ଜାଣିଛନ୍ତି କି ନାହିଁ ତାହା ସନ୍ଦେହ ।ସୌମ୍ୟଙ୍କୁ ପଦରୁ ହଟାଇବା ଉପରେ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା ହେଲା ଆଗରୁ କାରଣ ଦର୍ଶାଅ ମାଗି କାର୍ଯ୍ୟାନୁଷ୍ଠାନ ହେଉଥିଲା କିନ୍ତୁ ସୌମ୍ୟ ପଟ୍ଟନାୟକଙ୍କ ଘଟଣାରେ ସେପରି ଘଟି ନାହିଁ।ତେଣୁ ମୁଖ୍ୟମନ୍ତ୍ରୀ ଏକଥା ଜାଣିଥିବେ କି ନାହିଁ ସନ୍ଦେହ ବୋଲି ତୀର ମାରିଛନ୍ତି ବିଜୟ ମଧ୍ୟ। ସେପଟେ କଂଗ୍ରେସର ତାରା ବାହିନୀପତିଙ୍କ ପ୍ରତିକ୍ରିୟା ଏଭଳି ଖବରକୁ ଅଧିକ ଶାଣିତ କରିଛି।ସୌମ୍ୟଙ୍କ ଉପରେ ବିଜେଡିର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି,ଆଗକୁ ବିଜେଡି କ’ଣ କାର୍ଯ୍ୟାନୁଷ୍ଠାନ ନେଉଛି ଦେଖିବାର କଥା କହି ତାଙ୍କ ଘର ଓ ଗଣମାଧ୍ୟମ ଉପରେ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା କରି ସୌମ୍ୟ ବାବୁ ମାନସିକ ଦୃଢ଼ ଥିବେ କିମ୍ବା ଚାପରେ ଥିବେ ବୋଲି ତାରାବାହୀନି କହିଛନ୍ତି । ତେବେ ସୌମ୍ୟଙ୍କ ପ୍ରତି ଦଳୀୟ କାର୍ଯ୍ୟାନୁଷ୍ଠାନ ନେଇ ଦଳ ଓ ଦଳ ବାହାରେ ମିଶ୍ର ପ୍ରତିକ୍ରିୟା ଦେଖାଦେଇଥିଲେ ମଧ୍ୟ ଏହା ଆଗକୁ ଶୁଭ ସୂଚନା ନୁହେଁ,ନିଆଁ ଲିଭିବା ସମୟରେ ଦାଉ ଦାଉ ଜଳି ପାଉଁଶ ହୁଏ, ସେଭଳି ଅବସ୍ଥାକୁ ଦଳ ଆସୁଥିବା ନେଇ ସାଧାରଣ ଜନତାଙ୍କ ମତକୁ ଦଳ କେବେ ଅସ୍ୱିକାର କରି ପାରିବା ନାହିଁ ।