Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗ୍ରେଡ଼ ପେ ବୃଦ୍ଧି ଦାବିରେ ଏସଏସବି ଅଧ୍ୟାପକ ଅଧ୍ୟାପିକାଙ୍କ କଳାବ୍ୟାଚ ପରିଧାନ ସହ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ

ତରଭା ଏଇଏସ୍ ମହାବିଦ୍ୟାଳୟ ପରିସରରେ ବିଭିନ୍ନ ଦାବି ନେଇ ଏସ୍ଏସବବି ଅଧ୍ୟାପକ ଅଧ୍ୟାପିକା ମାନେ କଳାବ୍ୟାଚ ପିନ୍ଧି ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଚଳାଇଛନ୍ତି। ସେମାନଙ୍କ ନ୍ୟାର୍ଯ୍ୟ ଦାବି ଯଥା ଗ୍ରେଡ୍ ପେ ୪୬୦୦ରୁ ୫୪୦୦କୁ ବୃଦ୍ଧି କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି। ବର୍ତ୍ତମାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବ ନିଯୁକ୍ତି ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଗ୍ରେଡ଼ ପେ ୪୮୦୦ ହୋଇଥିବାବେଳେ,ଏସ୍ଏସବି ଅଧ୍ୟାପକ ଅଧ୍ୟାପିକା ମାନେ ଲିଖିତ, ମୌଖିକ, କ୍ୟାରିଅର ମାର୍କ ଭଳି କଠୋର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଡିଗ୍ରୀ ଅଧ୍ୟାପକ ଭାବେ ନିଯୁକ୍ତ ପାଇଥିଲେହେଁ ପିଜିଟି ଶିକ୍ଷକଙ୍କ ଠାରୁ ମଧ୍ୟ କମ୍ ଦରମା ପାଉଛନ୍ତି। ଏଣୁ ଉକ୍ତ ଦାବିକୁ ଯଥାଶୀଘ୍ର ପୂରଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ସଂଘର ଅଧ୍ୟାପକ ଅଧ୍ୟାପିକା ମାନେ ଜଣାଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ