ବିଧାୟକ ଙ୍କ ଲାଡ ଫଣ୍ଡ କାର୍ଯ୍ୟାଦେଶ ଦେବାରେ କନିଷ୍ଠ ଯନ୍ତ୍ରୀ ଙ୍କ ଅବହେଳା କାହିଁକି ?


କଳାହାଣ୍ଡି, ୧୨/୦୯ (ଜଗନ୍ନାଥ ନାଏକ) : ସଦର ବିଧାୟକ ତଥା ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏନକଙ୍କ ର ଅଞ୍ଚଳ ବିକାଶ ପାଇଁ ଅନୁଦାନ ଦେଇଥିଲେ ମଧ୍ୟ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟାଦେଶ ଦେବାରେ ବିଳମ୍ବ ଯୋଗୁ ଉନୟନ କାର୍ଯ୍ୟରେ ବିଳମ୍ବ ହେଉଛି. ଅଭିଯୋଗରୁ ଜଣାଯାଇଛି ଯେ ସଦର ବ୍ଲକ ଅନ୍ତର୍ଗତ ରାଇସିଂପୁର ସ୍ଥିତ ଏଫ ସି ଆଇ ଗୋଦାମ ର ଶ୍ରମିକ ମାନଙ୍କ ପାଇଁ ଏକ ଶ୍ରମିକ ବିଶ୍ରାମଗାର ନିର୍ମାଣ ପାଇଁ ବିଧାୟକ ପ୍ରଦୀପ୍ତ ନାୟକ ଶ୍ରମିକ ନେତା ହାତୀରାମ ପାଣ୍ଡେ ଙ୍କୁ କାର୍ଯ୍ୟ କରିବା ନିମନ୍ତେ ଗତ ୨୦୧୯-୨୦ ଆର୍ଥିକ ବର୍ଷ ରେ ସଦର ବ୍ଲକ କୁ ପତ୍ରାଳାପ କରିଥିଲେ । ହେଲେ କନିଷ୍ଠ ଯନ୍ତ୍ରୀ ଏହି କାର୍ଯ୍ୟ ଆରମ୍ଭ କରିବା ପାଇଁ ଶ୍ରମିକ ନେତା ଙ୍କୁ କର୍ଯ୍ୟାଦେଶ ଦେବା ବଦଳ ରେ ଦିନ ପରେ ଦିନ ଗଡ଼ାଇ ଚାଲିଛନ୍ତିି ଦୀର୍ଘ ୪ ବର୍ଷ ହେବ କାର୍ଯ୍ୟାଦେଶ ଦେବାରେ ବିଲମ୍ବ କାହିଁକି ବୋଲି ପ୍ରଶ୍ନ ବାଚୀ ସୃଷ୍ଟି କରିଛି । ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ଜେ ମାଲି ସହ ଯୋଗା ଯୋଗ କରିବାରୁ ସେ କହିଥିଲେ ମୁ ନୂଆ ରେ ଏହି ପଂଚାୟତ ରେ ଯୋଗ ଦେଇଛି । ଏହି ଘଟଣା ସମ୍ପର୍କରେ ଜାଣିନାହିଁ.ତୁରନ୍ତ କାର୍ଯ୍ୟାଦେଶ ଦେଇଦେବି ବୋଲି କହିଥିଲେ।