Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଇକ ଉପରେ ଚଢ଼ିଗଲା ଟ୍ରାକ୍ଟର, ମହିଳା ମୃତ,କ୍ଷତିପୂରଣ ଦାବି ରେ ରାସ୍ତା ଅବରୋଧ।

କଳାହାଣ୍ଡି,୩୦/୦୯
କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ଜାତୀୟ ରାଜପଥ ୨୬ ମୋଟେର ଛକ ନିକଟରେ ବୁଧବାର ଅପରାହ୍ନ ରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଜଣେ ମହିଳା ଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଓ ୧ ବର୍ଷ ର ଶିଶୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଏକ ବାଲି ବୋଝେଇ ଟ୍ରାକ୍ଟର (ଓଡ଼ି ୦୮ପି ୨୨୬୨) ଓ ବାଇକ (ଓଡ଼ି ୦୮ କ୍ୟୁ ୨୫୩୫) ରେ ଯାଉଥିବା ସ୍ୱାମୀ ସ୍ତ୍ରୀ ଙ୍କୁ ସାମ୍ନା ପଟୁ ଧକ୍କା ଦେଇ ମହିଳା ଙ୍କ ଉପରେ ଚଢି ଯିବାରୁ ଘଟଣାସ୍ଥଳରେ ମହିଳା ଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ମୃତକ ମହିଳା ଙ୍କ ପରିବାର ଲୋକେ କ୍ଷତିପୂରଣ ଦାବି ରେ ମୋଟେର ଛକ ରେ ରାସ୍ତା ଅବରୋଧ କରିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଫଳରେ ସନ୍ଧ୍ୟା ୫.୩୦ ରୁ ଭବାନୀପାଟଣା ଜୟପୁର ମୁଖୀଗୁଡା ମଧ୍ୟରେ ଯାତାୟାତ ଠପ ହୋଇଛି। ମୃତକ ମହିଳା ଜଣକ ହେଲେ ମୋଟେର ପଂଚାୟତ ବାଟିଗୁଡା ଗ୍ରାମର ନରେନ୍ଦ୍ର ନାଗ ଙ୍କ ସ୍ତ୍ରୀ ଦେବନ୍ତି ନାଗ । ଆଜି ଅପରାହ୍ନ ରେ ନିଜର ୧ ବର୍ଷ ର ଅସୁସ୍ଥ ଶିଶୁ କୁ ନେଇ ଡାକ୍ତର ଙ୍କୁ ଦେଖାଇବା ପାଇଁ ଯାଉଥିବା ବେଳେ ମହିଳା ଙ୍କ ଦୁର୍ଘଟଣାରେ ଶୋଚନୀୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ଦୁର୍ଘଟଣାରେ ମୃତକ ଙ୍କ ସ୍ୱାମୀ ଓ ଶିଶୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଘଟଣାସ୍ଥଳରେ ମୋଟେର ଫାଣ୍ଡି ପୋଲିସ ଓ କୋକସରା ପୋଲିସ ପହଞ୍ଚି ଘଟଣା ର ତଦନ୍ତ ଜାରି ରଖିଛି।ଖବର ଲେଖାଯିବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ