Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ୟାମ୍ପସ ପରିସରରେ ଥିବା ଉପଡାକଘରର ତାଲା ଭାଙ୍ଗିଲେ ଦୁର୍ବତ୍ତ

ଗୋପାଳପୁର ୧୨/୯ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ଥିବା ଉପ ଡାକଘର ପରିସରରେ ଦୁର୍ବତ୍ତ ମାନେ ତାଲା ଭାଙ୍ଗି ଲୁଟ ଉଦ୍ୟମ କରିଥିବା ଜଣାପଡିଛି l ଦୀର୍ଘ ବର୍ଷ ହେଲା କ୍ୟାମ୍ପସ ପରିସରରେ ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ଡାକଘର ରହିଥିବା ବେଳେ ଏହି ପରି ଘଟଣା ପ୍ରଥମ ଥର ଘଟିଛି l ସୂଚନା ପ୍ରକାରେ ଗତକାଲି କର୍ମଚାରୀ ମାନେ ଚାବି ପକାଇ ଯାଇଥିବା ବେଳେ ଆଜି ସକାଳେ ପାର୍ସଲ ଗାଡ଼ି ଆସି ସେଠାରେ ପହଞ୍ଚିବା ପରେ ମୁଖ୍ୟ କବାଟ ଖୋଲା ଥିବା ଦେଖି ଦାୟିତ୍ୱରେ ଥିବା ପୋଷ୍ଟ ମାଷ୍ଟରଙ୍କୁ ଖବର ଦେଇଥିଲେ l ଖବର ପାଇଁ ପୋଷ୍ଟ ମାଷ୍ଟର ସେଠାରେ ପହଞ୍ଚି ଦେଖିବା ବେଳେ ମୁଖ୍ୟ ଫାଟକ ଓ ଦ୍ୱିତୀୟ ଫାଟକର ଦୁର୍ବତ୍ତ ମାନେ ତାଲା ଭାଙ୍ଗିଥିବା ସହ କାର୍ଯାଳୟ ପରିସରରେ ଥିବା ଲୁହା ଆଲମାରୀ କବାଟ ଖୋଲାଥିବା ସହ ସମସ୍ତ ଡ୍ରୋ ଖୋଲାଥିବା ଏବଂ ନଥିପତ୍ର ଏଣେ ତେଣେ ପଡ଼ିଥିବା ଦେଖିଥିଲେ l ଏ ନେଇ ଭଞ୍ଜବିହାର ଫାଣ୍ଡିକୁ ଖବର ଦେଇଥିଲେ l ଖବର ପାଇଁ ଫାଣ୍ଡି ଅଧିକାରୀ ଏସ. ଶଙ୍କର ରାଓ ଘାଟଣ ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ବିଶ୍ଵବିଦ୍ୟାଳୟ ପରିସରରେ ଥିବା ସି ସି ଫୁଟେଜ ଯାଞ୍ଚ କରି ଫେରିଛନ୍ତି l ଏ ନେଇ ପୋଷ୍ଟ ମାଷ୍ଟର କୃଷ୍ଣମୂର୍ତ୍ତିଙ୍କ ସହ ଯୋଗାଯୋଗ ଦୁର୍ବତ୍ତ ମାନେ ତାଲା ଭାଙ୍ଗି ଥିବା ବେଳେ କିଛି ଚୋରି ହୋଇନଥିବା କହିଛନ୍ତି lଅନ୍ୟ ପଟେ ସମ୍ପୂର୍ଣ ସୁରକ୍ଷା ବଳୟ ମଧ୍ୟରେ ରହିଥିବା ଉପ ଡାକଘର ପରିସରକୁ ଚୋର ପସିବା ସହ ଚୋରି କରିବା ଘଟଣା ସାଧାରଣରେ ଆଲୋଚନା ର ବିଷୟ ପାଲଟିଛି। ସୂଚନାଯୋଗ୍ୟ ଯେ ବାର୍ଷିକ ୨୫ ଲକ୍ଷ ଟଙ୍କାର ରୁ ଉର୍ଦ୍ଧ୍ବ ଖର୍ଚ୍ଚ କରାଯାଇ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାମ୍ପସ ର‌ ସୁରକ୍ଷା ନିମନ୍ତେ ସୁରକ୍ଷା ଗାର୍ଡ ନିୟୋଜିତ ରହିଥିବା ସହ କ୍ୟାମ୍ପସ କୁ ପ୍ରବେଶ ନିମନ୍ତେ ରହିଥିବା ସମସ୍ତ ଫାଟକ କୁ ସକାଳୁ ରାତି ଯାଏଁ ବନ୍ଦ ରଖାଯାଉଥିବା ସହ ସୁରକ୍ଷା ଗାର୍ଡ ନିୟୋଜିତ ରହୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories