Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଦ୍ୱିତୀୟ ଦିନରେ ପ୍ରାଥମିକ ଶିକ୍ଷକଙ୍କ କାଯ୍ୟବନ୍ଦ ଆନ୍ଦୋଳନ, ଚିନ୍ତାରେ ଅଭିବାବକ ଓ ଛାତ୍ରଛାତ୍ରୀ

ବେଲଗୁଣ୍ଠା,14/09,କନିଷ୍ଠ ଶିକ୍ଷକଙ୍କୁ ନିୟମିତ ଶିକ୍ଷକର ମାନ୍ୟତା, ଛଅ ବର୍ଷର ଶିକ୍ଷା ସହାୟକ ସମୟକୁ ମୂଳ ଚାକିରିରେ ଗଣନା କରିବା, ଗ୍ରେଡ୍ ପେ ବୃଦ୍ଧିକରି କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ପୁରୁଣା ପେନସନ୍ ଲାଗୁ, ଏକ୍ସ କ୍ୟାଡର୍ ଭୁକ୍ତ ଶିକ୍ଷକଙ୍କୁ କ୍ୟାଡର୍ ଭୁକ୍ତ କରିବା, କଳାକ୍ରୀଡା଼ ଶିକ୍ଷକଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ଦେବା ଆଦି ଦାବିରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ର ଡ଼ାକରା ଦେଇଥିବା ସମୂହ ଧାରଣା ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି I ଏହି ପ୍ରରିପ୍ରେକ୍ଷୀରେ ଆଜି ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ବିଦ୍ୟାଳୟରେ ତାଲା ଝୁଲିଛି I ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟ ଛାଡ଼ି ନିଜର ନ୍ୟାଯ୍ୟଦାବି ହାସଲ ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଦ୍ୱିତୀୟ ଦିନ ପାଇଁ ଧାରଣାରେ ବସିଛନ୍ତି I ଗତକାଲି ଠାରୁ ଆଜି ଆନ୍ଦୋଳନ ତୀବ୍ର ହୋଇଛି I ଗତକାଲି ଶିକ୍ଷକ ଶିକ୍ଷୟିତ୍ରୀ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣଭାବେ ଧାରଣା ଦେଇଥିବା ବେଳେ ଆଜି ସରକାରଙ୍କ ପ୍ରାଥମିକ ଶିକ୍ଷକ ମାରଣ ନୀତି ବିରୁଦ୍ଧରେ ବର୍ଷିଛନ୍ତି I ଶିକ୍ଷକମାନଙ୍କର ଆନ୍ଦୋଳନ ବିରୁଦ୍ଧରେ ଗତକାଲି ସରକାରଙ୍କ ପକ୍ଷରୁ କରାଯାଇଥିବା ଧମକପୂର୍ଣ୍ଣ ଚିଠିକୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତରଫରୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରାଯାଇଛି I ଏପଟେ ବିଦ୍ୟାଳୟରେ ନିଜର ପ୍ରିୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବିଦ୍ୟାଳୟରେ ନପାଇ ଛାତ୍ରଛାତ୍ରୀ ଚିନ୍ତିତ ହୋଇପଡିଛନ୍ତି I ବିଦ୍ୟାଳୟ ବନ୍ଦ ଥିବାରୁ କିଛି ଛାତ୍ରଛାତ୍ରୀ ସାରାଦିନ ରାସ୍ତାରେ ଛିଡ଼ା ହୋଇ ବିଭିନ୍ନ ଗାଡ଼ି ବାଲାଙ୍କ ଠାରୁ ବିପଜ୍ଜନକ ଭାବରେ ସାହି ଗଣେଶ ପୂଜା ଚାନ୍ଦା ମାଗୁଥିବା ଦେଖିବାକୁ ମିଳିଛି I ଦ୍ରୁତ ଗତିରେ ଆସୁଥିବା ଗାଡ଼ି ସାମନାକୁ ଚାନ୍ଦା ମାଗିବା ପାଇଁ ଛାତ୍ରଛାତ୍ରୀ ଦୌଡ଼ି ଯାଉଛନ୍ତି I ସେହିପରି ଅଭିଭାବକ ମଧ୍ୟ ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ ଚିନ୍ତା କରି ସରକାରଙ୍କ ଉପରେ ଅସନ୍ତୋଷ ଜାହିର କରିଛନ୍ତି I
ଆଜି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ର ସଭାପତି ବସନ୍ତ ଜେନା,ଉପସଭାପତି ସଚ୍ଚିଦାନନ୍ଦ ପ୍ରଧାନ,ଦୀପ୍ତାଂଶୁ ପ୍ରଭା ଦେବୀ ,ଜିଲ୍ଳା ସଂଗଠକ ସମୀର୍ ଜେନା, ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ମୃତ୍ୟୁଞ୍ଜୟ ପଣ୍ଡା, ସମ୍ପାଦକ ମନୋରଞ୍ଜନ ବିଷୋୟୀଙ୍କ ତତ୍ତ୍ୱାବଧାନରେ ବ୍ଳକ୍ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଆଜି ଧାରଣାରେ ଉପସ୍ଥିତ ଥିଲେ I ଶିକ୍ଷକ ଛାୟାକାନ୍ତ ମହାପାତ୍ର ଏବଂ ପୂର୍ଣ୍ଣଚନ୍ଦ୍ର ମହାନ୍ତି ମଞ୍ଚ ପରିଚାଳନା କରିଥିଲେ I